ଭାରତରେ ଖୁଲମଖୁଲା ବିକ୍ରି ହେଉଥିବା ଏହି 5 ସାମଗ୍ରୀ ବିଦେଶରେ ହୋଇଛି ବ୍ୟାନ୍, ଏକ ସ୍ୱାସ୍ଥ୍ୟ ସର୍ଭେରୁ ଏହି ସବୁ ସାମଗ୍ରୀ ଉପରେ ଯାହା ଖୁଲାସା ହୋଇଛି ଜାଣିଲେ ଆପଣଙ୍କ ହୋସ୍ ଉଡିଯିବ

ଏମିତି କିଛି ଦ୍ରବ୍ୟ ରହିଛି ଯାହା ବିଦେଶରେ ଏହି ସବୁ ବିକ୍ରି ହେବା ଉପରେ ବ୍ୟାନ୍ ଲାଗିଛି । କିନ୍ତୁ ଆମ ଦେଶରେ ଏହିସବୁ ସାମଗ୍ରୀ ଖୁଲମଖୁଲା ବିକ୍ରି ହେଉଛି । ଶରୀର ପାଇଁ ଏହି ସାମଗ୍ରୀ ସବୁ କ୍ଷତିକାରକ ହୋଇଥିଲେ ବି ଭାରତର ଗଳିକନ୍ଦିରେ ଏହା ବିକ୍ରି ହେଉଛି ଆଉ ଏସବୁ ଉପରେ ଏବେ ଯାଏଁ ବି ରୋକ ଲଗାଯାଇ ନାହିଁ । ତେବେ ଚାଲନ୍ତୁ ଜାଣିବା ଭାରତରେ ବିକ୍ରି ହେଉଥିବା କିଛି ୫ଟି ସମାଗରୀ ବିଷୟରେ ଯାହା ବିଦେଶରେ ବ୍ୟାନ୍ ହୋଇସାରିଛି ।

୧. ଲାଇଫ ବଏ ସାବୁନ

ଭାରତରେ ଅଧିକ ବିକ୍ରି ହେଉଥିବା ସାବୁନ ମଧ୍ୟରୁ ଲାଫ ବଏ ହେଉଛି ଗୋଟିଏ । ଧନୀ ଗରିବ ସମସ୍ତେ ଏହାର ବ୍ୟବହାର କରନ୍ତି । ତେବେ କିଛି ଦେଶରେ ପଶୁମାନଙ୍କୁ ଗାଧୋଇବା ପାଇଁ ଏହି ସାବୁନ ବ୍ୟବହାର କରାଯାଏ । କିନ୍ତୁ ଆମ ଦେଶରେ ଏହାକୁ ଦେହରେ ଲଗାଇ ଗାଧାଯାଏ । ଗବେଷଣାରୁ ଜଣାପଡିଛି ଯେ ଏହି ସାବୁନ ବ୍ୟବହାର କରିବା ଯୋଗୁଁ ତ୍ଵଚା ସମ୍ବନ୍ଧୀୟ ଅନେକ ରୋଗ ହୋଇଥାଏ ।

୨. ପେନକିଲର

ଯନ୍ତ୍ରଣା ନିବାରଣ କରୁଥିବା ଔଷଧ ପେନକିଲରକୁ ବିଦେଶରେ ବ୍ଯାନ କରାଯାଇଛି । ଭବିଷ୍ୟତରେ ଏହା ଅନେକ ରୋଗ ସୃଷ୍ଟି କରିବାର କାରଣ ବୋଲି କୁହାଯାଉଛି । ବିଶେଷ କରି ଏହି ଔଷଧ କିଡନୀ ଖରାପ ହେବା ପରି ଅନେକ ଜଟିଳ ରୋଗ ସୃଷ୍ଟି କରିଥାଏ । ତେଣୁ ଏହି ଔଷଧକୁ ବିଦେଶରେ ବୟାନ କରାଯାଇଛି । ହେଲେ ଭାରତରେ ଏବେବି ଏହା ଉପଲବ୍ଧ ହେଉଛି ।

୩. ଅନପାଶ୍ଚାରାଇଜଡ୍ କ୍ଷୀର

ଭାରତରେ ଆଜିବି ଅନପାଶ୍ଚାରାଇଜଡ୍ କ୍ଷୀର ବିକ୍ରି ହେଉଛି । ଏଥିରେ ଅନେକ ପ୍ରକାରର ବ୍ୟାକ୍ଟେରିଆ ରହୁଥିବାରୁ ଏହା ଶରୀର ପାଇଁ ଅତ୍ୟନ୍ତ କ୍ଷତିକାରକ । ବେଳେବେଳେ ଏହା ଜୀବନ ନେଇଥାଏ । ତେଣୁ ବିଦେଶରେ ଅନପାଶ୍ଚାରାଇଜଡ୍ କ୍ଷୀର ବିକ୍ରି ଉପରେ ବୟାନ ଲଗାଯାଇଛି । କିନ୍ତୁ ଭାରତରେ ଏହା ସହଜରେ ମିଳିଯାଉଛି ।

୪. ରେଡବୁଲ୍

ନାମକରା ଏନର୍ଜି ଡ୍ରିଙ୍କ ମଧ୍ୟରେ ରେଡବୁଲ୍ ଅନ୍ଯତମ । ଭାରତୀୟ ମାର୍କେଟରେ ଏହା ସହଜରେ ମିଳୁଥିବା ବେଳେ ସ୍ୱାସ୍ଥ୍ୟ ପାଇଁ ଅତ୍ୟନ୍ତ ହାନିକାରକ ଏହି ଏନର୍ଜି ଡ୍ରିଙ୍କ । ଏହାକୁ ପିଇବା ପରେ କିଛି ସମୟ ପାଇଁ ଶରୀର ଫୁର୍ତ୍ତି ଲାଗିଥାଏ । କିନ୍ତୁ ଲଗାତାର ଏହାକୁ ସେବନ କଲେ ଶରୀରରେ ଡିପ୍ରେସନ, ହାଇପର ଟେନସନ ଏବଂ ହୃଦରୋଗ ଜନ୍ମ ନେଇଥାଏ ।

୫. ଜେଲି ଚକୋଲେଟ

ଭାରତରେ ବହୁଳ ମାତ୍ରାରେ ବିକ୍ରି ହେଉଛି ଜେଲି ଚକୋଲେଟ । ବିଶେଷ କରି ପିଲାମାନେ ଏହାକୁ ବେଶୀ ଖାଇଥାନ୍ତି । ଆମ ଦେଶରେ ମିଳୁଥିବା ଜେଲି ଚକୋଲେଟ ବା କିଣ୍ଡରଜୟ ଚକୋଲେଟ ବିଦେଶରେ ସଂପୂର୍ଣ୍ଣ ଭାବେ ବ୍ୟାନ୍ ହୋଇଛି ।

ଏକ ସ୍ୱାସ୍ଥ୍ୟ ସର୍ଭେରୁ ଜଣାପଡିଛି କି ଏହି ଚକୋଲେଟ ଖାଇବା ଦ୍ଵାରା ନିଃଶ୍ଵାସ ପ୍ରଶ୍ଵାସ ନେବାରେ ଅସୁବିଧା ହୋଇଥାଏ । ତେଣୁ ପିଲାମାନଙ୍କୁ ଏହି ଚକୋଲେଟ ଠାରୁ ଦୂରେଇ ରଖିବା ଉଚିତ । ଆମ ପୋଷ୍ଟ ଅନ୍ୟାମାନଙ୍କ ସହ ଶେୟାର କରନ୍ତୁ ଓ ଆଗକୁ ଆମ ସହ ରହିବା ପାଇଁ ଆମ ପେଜ୍ କୁ ଲାଇକ କରନ୍ତୁ ।