ଭାରତ ଉପରେ ବୟାନ ଦେଇଛନ୍ତି ଆମେରିକା ରାଷ୍ଟ୍ରପତି ଜୋ ବାଇଡେନ । ଭାରତର ଋଷ ଆଭିମୁଖ୍ଯ ଉପରେ ଜୋ ବାଇଡେନ ଏହି ବୟାନ ଦେଇଛନ୍ତି । ଆମେରିକାର ସବୁ ମିତ୍ର ରାଷ୍ଟ୍ରମାନେ ଋଷ ଉପରେ ଆର୍ଥିକ ପ୍ରତିବନ୍ଧକ ଲଗାଇଛନ୍ତି । କିନ୍ତୁ ମିତ୍ରଙ୍କ ମଧ୍ୟରେ ଭାରତ ଟିକେ ହେଳା କରୁଛି । ଜାପାନ ଓ ଅଷ୍ଟ୍ରେଲିଆ ଭଳି ଦେଶମାନେ ଦୃଢ ଭାବେ ପୁଟିନଙ୍କ ଆକ୍ରମଣକୁ ବିରୋଧ କରିଛନ୍ତି । କ୍ଵାଡ ଦେଶଙ୍କ ମଧ୍ୟରେ ଭାରତର ନୀତି ହେଳା ହୋଇଛି । ଭାରତକୁ ନେଇ ଏହିସବୁ ବୟାନ ଦେଇଛନ୍ତି ବାଇଡେନ ।
ଉଭୟ ଆମେରିକା ଏବଂ ଋଷ ଆମ ଦେଶର ଭଲ ବନ୍ଧୁ ରହି ଆସିଛନ୍ତି । ଭାରତ ଗୋଟିଏ ଦେଶ ପାଇଁ ଆଉ ଏକ ଦେଶ ସହ ଶତ୍ରୁତା କରିବାକୁ ଚାହେଁନି । ଯୁଦ୍ଧ ହେଉ ବା ଯେକୌଣସି ପରିସ୍ଥିତି ହେଉ ସବୁ ଦେଶ ପ୍ରଥମେ ନିଅଜର ସ୍ଵାର୍ଥ ଦେଖିଥାନ୍ତି । ସେଥିପାଇଁ ଭାରତ ମଧ୍ୟ ନିଜ ଲୋକଙ୍କ କଥା ଚିନ୍ତା କରିବା କିଛି ଖରାପ ନୁହେଁ ବୋଲି ପ୍ରତିରକ୍ଷା ବିଶେଷଜ୍ଞ ମତ ଦେଉଛନ୍ତି । ଆମେରିକା ସମତେ ଅନେକ ପାଶ୍ଚାତ୍ୟ ଦେଶଗୁଡିକ ଋଷ ଉପରେ ବିଭିନ୍ନ ପ୍ରକାରରର କଟକଣା ଲଗାଇଛନ୍ତି ।
କିନ୍ତୁ ନିକଟରେ ଭାରତ ଶସ୍ତାରେ ଋଷ ଥ୍ସାରୁ8 ଅଶୌଧିତ ତୈଳ କିଣିଛି । ଯାହା ଆମେରିକା ପରି ଦେଶକୁ ବିଲକୁଲ ପସନ୍ଦ ହେଉନାହିଁ । ୟୁକ୍ରେନ ଓ ଋଷ ଯୁଦ୍ଧ ମାମଲାରେ ଭାରତ ସବୁବେଳେ ନିରପେକ୍ଷ ରହି ଆସିଛି । ଯାହାକୁ ନେଇ କିଛି ନାଟୋ ଦେଶ ମଧ୍ୟ ପ୍ରଶଂସା କରି ସାରିଛନ୍ତି । ଭାରତ ନିଜ ନୀତି ପାଇଁ କାହା ଉପରେ ନିର୍ଭର କରେ ନାହିଁ । ଏହିପରି ଏକ ଘଡିସନ୍ଧି ମୂହୁର୍ତ୍ତରେ ଭାରତ ଋଷ ଠାରୁ ତେଲ କିଣିବା ଦ୍ଵାରା କୌଣସି ନିୟମ ଉଲ୍ଲଂଘନ କରିବ ନାହିଁ ।
କିନ୍ତୁ ଗୋଟିଏ ଆକ୍ରମଣକାରୀ ଦେଶ ଠାରୁ ତେଲ କିଣିବା ଦ୍ଵାରା ଭାରତର ଇତିହାସ ମଳିନ ହେବ ବୋଲି ଆମେରିକା କହିଥିଲା । ପାଶ୍ଚାତ୍ୟ ଦେଶମାନେ ଋଷ ଉପରେ ଲଗାଇଥିବା ଅର୍ଥନୈତିକ ପ୍ରତିବନ୍ଧକକୁ ଭାରତ ମାନୁନାହିଁ ଏବଂ କ୍ଵାଡ ଦେଶ ଭାବେ ନିଜ ନୀତିରେ ଅବହେଳା କରୁଛି ବୋଲି ବାଇଡେନ ଏକ ପ୍ରକାର ଅଭିଯୋଗ ଆଣିଛନ୍ତି କହିଲେ ଭୁଲ ହେବ ନାହିଁ । ଏହାର ପରୋକ୍ଷ ଜବାବ ଦେଇ ଭାରତ କହିଥିଲା କି ତେଲ ଉପରେ ଆମ ଦେଶ ଆତ୍ମନିର୍ଭର ନୁହେଁ ।
ତେଲରୁ ହିଁ ଭାରତ ଅଧିକ ଲାଭ ପାଇଥାଏ, ତେଣୁ ଋଷ ଠାରୁ ଶସ୍ତାରେ ତେଲ କିଣି ଭାରତ କିଛି ଭୁଲ କରୁନାହିଁ । ତେବେ ଭାରତ କାହା ଶତ୍ରୁତା ନରଖି ନିଜ ଦେଶ ପାଇଁ ଯାହା ଭଲ ତାହା କରୁଛି ବୋଲି କହିଲେ ଅତ୍ଯୁକ୍ତି ହେବ ନାହିଁ । ଆମ ପୋଷ୍ଟ ଅନ୍ୟମାନଙ୍କ ସହ ଶେୟାର କରନ୍ତୁ ଓ ଆଗକୁ ଆମ ସହ ରହିବା ପାଇଁ ଆମ ପେଜ୍ କୁ ଲାଇକ କରନ୍ତୁ ।