ଭାରତ ପୁଣି କଲା ଏକ ବଡ ଧମାକା, ଆମେରିକା ଏବେ ଚିନ୍ତାରେ ପଡି ଯାଇଥିବା ବେଳେ ଭାରତର ଏହି ସାହାଯ୍ୟ ଋଷ କେବେବି ଭୁଲି ପାରିବ ନାହିଁ

ଗତ ଏକ ମାସରୁ ଉର୍ଦ୍ଧ୍ଵ ସମୟ ଧରି ଋଷ-ୟୁକ୍ରେନ ମଧ୍ୟରେ ଯୁଦ୍ଧ ଲାଗି ରହିଛି । ଋଷ ଉପରେ ଆମେରିକା ସମେତ ଅନେକ ଦେଶମାନେ ବିଭିନ୍ନ ପ୍ରକାରରର ଅର୍ଥନୈତିକ କଟକଣା ଲାଗାଇଛନ୍ତି । କିନ୍ତୁ ଋଷକୁ ନେଇ ଭରତ ଗୋଟିଏ ପରେ ଗୋଟିଏ ବଡ ନିଷ୍ପତ୍ତି ନେଇ ଚାଲିଛି । ନିକଟରେ ଯେତେବେଳେ ଭାରତ ଋଷ ଠାରୁ ଶସ୍ତାରେ ଅଶୌଧିତ ତେଲ କିଣିବା ପାଇଁ ଘୋଷଣା କରିଥିଲା ଦୁନିଆର ଅନେକ ବଡ ବଡ ଦେଶମାନେ ଆଶ୍ଚର୍ଯ୍ୟ ହୋଇ ଯାଇଥିଲେ । ସବୁଠୁ ଅଧିକ ବ୍ୟସ୍ତ ହୋଇ ପଡିଥିଲା ଆମେରିକା ।

ଏସବୁ ମଧ୍ୟରେ ଭାରତ ଆଉ ଏକ ନିଷ୍ପତ୍ତି ନେଇଛି ଯାହା ପୁଣି ଥରେ ଆମେରିକା ସମେତ ସମସ୍ତଙ୍କୁ ଚିନ୍ତାରେ ପକାଇ ଦେଇଛି । ଭାରତ ବର୍ତ୍ତମାନ କହିଛି କି ସେ ଋଷ ଠାରୁ ଦ୍ଵିଗୁଣ କୋଇଲା କିଣିବାକୁ ପ୍ରସ୍ତୁତ ହେଉଛି । ଆପଣ ତ ଜାଣିଥିବେ କୋକିଂ କୋଲ ଓ ନନକୋକିଂ କୋଲ ଭଳି ଦୁଇ ବର୍ଗରେ କୋଇଲାକୁ ବଣ୍ଟାଯାଇଛି । ଆଉ ଭାରତ ଏବେ ଋଷ ଠାରୁ ବହୁଳ ମାତ୍ରାରେ କୋକିଂ କୋଲର ଆମଦାନୀ କରିବ, ଯାହାର ଅଧିକାଂଶ ବ୍ୟବହାର ମୁଖ୍ଯତଃ ଷ୍ଟିଲ୍ ଇଣ୍ଡଷ୍ଟ୍ରିରେ ଲୁହା ତରଳାଇବା ପାଇଁ ହୋଇଥାଏ ।

ଗୋଟିଏ ପଟେ ଆମେରିକା ନିଜର ସାଥି ଦେଶମାନଙ୍କୁ ଋଷ ବିରୋଧରେ ଠିଆ ହେବାକୁ କହୁଥିବା ବେଳେ ଭାରତ ଲଗାତାର ଋଷକୁ ସାହାଯ୍ୟ କରୁଥିବା ଦେଖିବାକୁ ମିଳୁଛି । ତେଣୁ ଭାରତ ଲଗାତାର ଆମେରିକାରୁ ନାରାଜ ଭଳି କାର୍ଯ୍ୟ କାହିଁକି କରୁଛି ବୋଲି ଅନେକ ଲୋକ ପ୍ରଶ୍ନ କରୁଛନ୍ତି । କିନ୍ତୁ ଆପଣ ଜାଣି ରଖିବା ଉଚିତ ଯେ ଭାରତ ଏବଂ ଋଷର ବନ୍ଧୁତା ବହୁ ପୁରାତନ ଅଟେ । ପୂର୍ବରୁ ପ୍ରତ୍ଯେକ ମୁସ୍କିଲ ସମୟରେ ଋଷ ଭାରତକୁ ସାହାଯ୍ୟ କରି ଆସିଛି ।

ଏହି କାରଣରୁ ଏବେ ଭାରତ ଲଗାତାର ଋଷର ସାଥ୍ ଦେଉଛି । ଭାରତ ଏବେ ପର୍ଯ୍ୟନ୍ତ ୪.୫ ମିଲିୟନ କୋକିଂ କୋଲ ଋଷ ଠାରୁ ଆଣିବାକୁ ଡିଲ୍ କରିଛି । ଏହି ମାସ ଶେଷ ସୁଦ୍ଧା ସେଥିରୁ ୧ ମିଲିୟନ କୋକିଂ କୋଲ ଭାରତ ପହଞ୍ଚିଯିବ । ଜାନୁୟାରୀ ୨୦୨୨ ପରେ ଭାରତ ପ୍ରଥମ ଥର ପାଇଁ ଋଷ ଠାରୁ ଏତେ ମାତ୍ରାରେ କୋଇଲା ଆଣିବା ପାଇଁ ଚୁକ୍ତି କରିଛି । ଭାରତ ବ୍ଯତୀତ ଚୀନ ମଧ୍ୟ ଋଷ ଠାରୁ କୋଇଲା ଆମଦାନୀ କରେ, କାରଣ ଋଷର କୋଇଲାର ଗୁଣବତ୍ତା ବହୁତ ଭଲ ବୋଲି ମାନାଯାଏ ।

ଋଷଠୁ କୋଇଲା କିଣିବା ମାମଲାରେ ଭାରତ ୬ ନଂ.ରେ ଆସେ । ତେବେ ଶୁଣିବାକୁ ମିଳୁଛି କି ଋଷ ତରଫରୁ ଭାରତକୁ ଏକ ବଡ ରିହାତି ସହ କୋଇଲା କିଣିବା ପାଇଁ ଅଫର୍ ମିଳିପାରେ । କାରଣ ୟୁରୋପୀୟ ଦେଶମାନେ ଋଷ ଉପରେ ପ୍ରତିବନ୍ଧକ ଲଗାଇବା ପରେ ଋଷର କମ୍ପାନୀ ମାନେ ଖୁବ ପ୍ରଭାବିତ ହୋଇଛନ୍ତି । ଆମ ପୋଷ୍ଟ ଅନ୍ୟମାନଙ୍କ ସହ ଶେୟାର କରନ୍ତୁ ଓ ଆଗକୁ ଆମ ସହ ରହିବା ପାଇଁ ଆମ ପେଜ୍ କୁ ଲାଇକ କରନ୍ତୁ ।