କିଏ ଓ କାହିଁକି ଭାଙ୍ଗିଲା ଗୁଣ୍ଡିଚା ମନ୍ଦିର ରୋଷଘର ଚୁଲି, 20 ରୁ ଅଧିକ ଚୁଲି ଭାଙ୍ଗି ଦେଇଥିବା ବେଳେ ଆରମ୍ଭ ହୋଇଛି ତଦନ୍ତ

ବର୍ତ୍ତମାନ ସମୟର ଆଉ ଏକ ବଡ ଖବର ଆସିଛି । ଗୁଣ୍ଡିଚା ମନ୍ଦିରର ରୋଷଘର ଚୁଲି ଭାଙ୍ଗିଥିବା ନେଇ ଖବର ସାମ୍ନାକୁ ଆସିଛି । ଦୁର୍ବୃତ୍ତ ଗୁଣ୍ଡିଚା ମନ୍ଦିରର ୨୦ରୁ ଅଧିକ ଚୁଲି ଭାଙ୍ଗି ଦେଇଛନ୍ତି । ବର୍ତ୍ତମାନ ମହାପ୍ରଭୁ ଶ୍ରୀ ଜଗନ୍ନାଥଙ୍କ ବିଶ୍ଵ ପ୍ରସିଦ୍ଧ ରଥଯାତ୍ରା ଭଳି ମହାଯାତ୍ରା ଚାଲିଥିବା ବେଳେ ଏଭଳି ସମୟରେ ଶ୍ରୀଜିଉଙ୍କ ଚୁଲି ଭାଙ୍ଗିଯିବା ନିହାତି ଭାବେ ଏକ ବଡ ଖବର । ତେବେ ୨୦ଟି ଚୁଲି ଭାଙ୍ଗିଥିବା ବେଳେ ଘଟଣାସ୍ଥଳରେ ଉପଜିଲ୍ଲାପାଳ ପହଞ୍ଚି ତଦନ୍ତ ଆରମ୍ଭ କରିଛନ୍ତି ।

ଏହାସହ ଚୁଲି ଗୁଡିକର ଆଉ ଥରେ ମରାମତି କାର୍ଯ୍ୟ ମଧ୍ୟ ଆରମ୍ଭ କରି ଦିଆଯାଇଛି । କିଛିଦିନ ତଳେ ଶ୍ରୀମନ୍ଦିରରେ ଚୁଲି ଭାଙ୍ଗିବା ଘଟଣା ସାମ୍ନାକୁ ଆସିଥିଲା । ଯାହାକୁ ନେଇ ଅନେକ ତର୍କବିତର୍କ ଲାଗି ରହିଥିଲା । ଶେଷରେ ଦୁର୍ବୃତ୍ତ ଧରା ପଡିଥିଲା ଓ ସେ ଦୋଷ ମଧ୍ୟ ସ୍ଵୀକାର କରିଥିଲା । ବର୍ତ୍ତମାନ ପୁଣି ଥରେ ଗୁଣ୍ଡିଚା ମନ୍ଦିର ଚୁଲି ଭାଙ୍ଗିବା ଘଟଣା ସାମ୍ନାକୁ ଆସିଛି । ଦୁର୍ବୃତ୍ତ ମାନେ କୋଠଭୋଗ ଚୁଲିକୁ କେବଳ ଛାଡି ବାକି ସବୁ ଚୁଲି ଭାଙ୍ଗି ଦେଇଛନ୍ତି ।

ତେବେ ଏଭଳି ଏକ ନିନ୍ଦନୀୟ କାର୍ଯ୍ୟ କିଏ ଏବଂ କେଉଁ ପରିସ୍ଥିତିରେ କରିଛି ତାହା ଏଯାଏଁ ଜଣା ପଡି ନଥିବା ବେଳେ ଏନେଇ ତଦନ୍ତ ଜାରି ରହିଛି । କିଛିଦିନ ତଳେ ଯିଏ ଶ୍ରୀମନ୍ଦିରର ଚୁଲି ଭାଙ୍ଗି ଦେଇଥିଲେ ସେ ଜଣେ ମାନସିକ ବିକାରଗ୍ରସ୍ତ ଅଟନ୍ତି ବୋଲି ଜଣା ପଡିଥିଲା । ସେ ଜଗନ୍ନାଥଙ୍କୁ ଖୁବ ଭଲପାନ୍ତି, କିନ୍ତୁ କୌଣସି ଏକ କଥାକୁ ନେଇ ତାଙ୍କ ମନରେ ରାଗ ଆସିବାରୁ ସେ ଚୁଲି ଭାଙ୍ଗି ଦେଇଥିଲେ ବୋଲି ସ୍ଵୀକାର କରିଥିଲେ ।

ତେବେ ଏଠାରେ ରଥଯାତ୍ରା ଚାଲିଥିବା ବେଳେ ଓ ପୁରୀରେ ଅଗଣିତ ଭକ୍ତଙ୍କ ଭିଡ ଜମୁଥିବା ବେଳେ କିଏ ଏଭଳି କାର୍ଯ୍ୟ କରିବାକୁ ସାହାସ କରିଲା ଏହା ସବୁଠୁ ବଡ ପ୍ରଶ୍ନ । ଅନ୍ୟପଟେ ଗତକାଲି ରଥଯାତ୍ରା ସରିଥିବା ବେଳେ ଶ୍ରୀଜିଉ ରଥାରୂଢ ବେଶରେ ଭକ୍ତଙ୍କୁ ଦର୍ଶନ ଦେଉଛନ୍ତି । ଏହାପରେ ମହାପ୍ରଭୁ ମାଉସୀ ମା’ ମନ୍ଦିରକୁ ଯିବେ ଓ ଜନ୍ମବେଦିରେ ଦର୍ଶନ ଦେବେ । ଏଭଳି ଶ୍ରୀଜିଉଙ୍କର ଗୋଟିଏ ପରେ ଗୋଟିଏ ପରମ୍ପରା ରହିଛି ।

ଦୀର୍ଘ ଦୁଇ ବର୍ଷ ଚଳିତ ବର୍ଷ ଭକ୍ତଙ୍କୁ ନେଇ ରଥଯାତ୍ରା ଅନୁଷ୍ଠିତ ହେଉଛି । ଯାହାକୁ ନେଇ ଭକ୍ତମାନେ ଉତ୍ସାହିତ ଥିବା ବେଳେ ଗୁଣ୍ଡିଚା ମନ୍ଦିରକୁ ନେଇ ଏହି ବଡ ଖବର ସାମ୍ନାକୁ ଆସିଛି । ଯାହା ନିହାତି ଭାବେ ଭକ୍ତଙ୍କ ଭାବନାକୁ କେଉଁଠି ନା କେଉଁଠି ଆଘାତ ଦେବା ଭଳି କାର୍ଯ୍ୟ ହୋଇଛି । ଆମ ପୋଷ୍ଟ ଅନ୍ୟମାନଙ୍କ ସହ ଶେୟାର କରନ୍ତୁ ଓ ଆଗକୁ ଆମ ସହ ରହିବା ପାଇଁ ଆମ ପେଜ୍ କୁ ଲାଇକ କରନ୍ତୁ ।