ସୋସିଆଲ ମିଡିଆରେ ଆଜିକାଲି ନାନା ପ୍ରକାରର ଭିଡିଓ ସବୁ ଭାଇରାଲ ହେବାରେ ଲାଗିଛି । ବିଭିନ୍ନ ପ୍ରକାର ଭିଡିଓ ଦେଖିବାର ମାଧ୍ୟମ ସାଜିଛି ସୋସିଆଲ ମିଡିଆ । ସୋସିଆଲ ମିଡିଆ ଖୋଲିବା ମାତ୍ରେ ବିଭିନ୍ନ ଜୀବଜନ୍ତୁଙ୍କ ମଜାଦାର ଭିଡିଓ ସବୁ ଦେଖିବାକୁ ମିଳେ । ଯାହାକୁ ୟୁଜର୍ସ ମାନେ ଅଧିକ ଦେଖିବାକୁ ପସନ୍ଦ କରୁଛନ୍ତି ଓ ଅଧିକ ଶେୟାର ମଧ୍ୟ କରୁଛନ୍ତି । ଯାହାଫଳରେ ମଜାଦାର ଭିଡିଓ ସବୁ ସୋସିଆଲ ମିଡିଆରେ ମୋବାଇଲରୁ ମୋବାଇଲକୁ ଘୁରି ବୁଲୁଛି ।

ଆଜି ଆମେ ଆପଣଙ୍କୁ ଏଠାରେ ଗୋଟିଏ ଭାଲୁର ଭିଡିଓ ଦେଖାଉଛୁ । ଏହି ଭାଲୁର ଭିଡିଓଟି ଏତେ ମଜାଦାର ଲାଗୁଛି ଯେ ଲୋକମାନେ ଏହାକୁ ବହୁଳ ମାତ୍ରାରେ ଦେଖିବା ସହ ମଜା ଉଠାଉଛନ୍ତି । ଏହି ଭିଡିଓରେ ଆପଣ ଦେଖିବାକୁ ପାଇବେ କି ଭାଲୁଟି ହଠାତ କେମିତି ଚମକି ପଡୁଛି ତାହା ଦେଖିଲେ ଆପଣଙ୍କୁ ବି ଖୁବ କୌତୁହଳ ଲାଗିବ । କାରଣ କହିବାକୁ ଗଲେ ଭାଲୁଟି ଏହି ଭିଡିଓରେ ନିଜକୁ ନିଜେ ଦେଖି ଚମକି ଯାଉଛି ।
ଇଣ୍ଟରନେଟରେ ଭାଇରାଲ ହେଉଥିବା ଏହି ଭିଡିଓରେ ଆପଣ ଦେଖିବାକୁ ପାଇବେ କି ଏକ କଳା ଭାଲୁଟି ଆରାମରେ ଚାଲି ଚାଲି ଆସୁଛି । ତା’ ଆସିବା ବାଟରେ ଏକ ଆଇନା ଲଗାଯାଇଛି । ଭାଲୁଟି ଚାଲି ଚାଲି ଆସୁଥିବା ବେଳେ ଆଇନାରେ ନିଜ ପ୍ରତିଛବିକୁ ହଠାତ ଦେଖି ଦେଉଛି ଆଉ ଖୁବ ଜୋରରେ ଚମକି ଯାଇ ଡେଇଁ ପଡୁଛି ।
ଭାଲୁଟି ବୋଧେ ଭାବୁଛି କି ଆଇନାରେ ଆଉ ଗୋଟିଏ ଭାଲୁ ରହିଛି ଆଉ ସେ ତାକୁ ଦେଖି ଡରିଯାଉଛି କିମ୍ବା ରାଗିଯାଉଛି । ଭାଲୁ ଯେଉଁଭଳି ତାକୁ ଦେଖି ଅସ୍ତବ୍ୟସ୍ତ ହେଉଛି ତା ପ୍ରତିଛବି ବି ସେମିତି ହେଉଛି ଦେଖି ଭାଲୁଟି ଆହୁରି ଛାନିଆ ହୋଇଯାଉଛି । ତେବେ ସତରେ ଆଉ କେହି ସେଠାରେ ଅଛି କି ନାହିଁ ଦେଖିବା ସହ ସେହି ଆଇନାକୁ ଭାଲୁଟି ଶେଷରେ ଉପାଡି ଫୋପାଡି ଦେଉଛି ।

ସୋସିଆଲ ମିଡିଆରେ ଜଣେ ୟୁଜର୍ସ ଏହି ଭିଡିଓ ପୋଷ୍ଟ କରିବା ପରେ ଲୋକମାନେ ଭିଡିଓଟିକୁ ଖୁବ ପସନ୍ଦ କରୁଛନ୍ତି । ଆପଣଙ୍କୁ ଭାଲୁର ଏଭଳି ହରକତ ଦେଖି କେମିତି ଲାଗିଲା ଆମକୁ କମେଣ୍ଟ କରି ଜଣାନ୍ତୁ ଓ ଆଗକୁ ଆମ ସହ ରହିବା ପାଇଁ ଆମ ପେଜ୍ କୁ ଲାଇକ କରନ୍ତୁ ।