ବନ୍ଧୁଗଣ ଶ୍ରାବଣ ସୋମବାରରେ ମହାଦେବଙ୍କୁ ଦର୍ଶକ କରିବା ପାଇଁ ଯାଇଥିଲେ । ଆଉ ଫେରିଲେନି ଗର୍ଭବତୀ ପ୍ରଫେସର ମାନସୀ । ମାଟି ତଳେ ଦବିଗଲା ସ୍ଵାମୀ ସ୍ତ୍ରୀ ଙ୍କ ଜୀବନ । ହଁ ଦର୍ଶକ ବନ୍ଧୁ ଏଭଳି ହୃଦୟ ବିଦାରକ ଘଟଣା ଘଟିଛି ସିମଲା ରେ । ସେଦିନ ଥିଲା ଶ୍ରାବଣ ସୋମବାର । ମନ୍ଦିର କୁ ଶ୍ରଦ୍ଧାଳୁ ଙ୍କର ଭିଡ ଛୁଟୁ ଥିଲା । ହିମାଚଳ ପ୍ରଦେଶ ସିମଲା ସମର ହିଲ ରେ ଥିୟବା 200 ବର୍ଷ ପୁରୁଣା ଶିବ ମନ୍ଦିର କୁ ପୂଜା କରିବାକୁ ଯାଇଥିଲେ ପ୍ରଫେସର ମାନସୀ ବର୍ମା ।

ତାଙ୍କ ସାଙ୍ଗରେ ଥିଲେ ସ୍ଵାମୀ ହରିଶ ବର୍ମା । ମାନସୀ ଘରେ ଥିବା 14 ବର୍ଷର ଝିଅକୁ ଫୋନ କରି କହିଲେ ଠାକୁରଙ୍କୁ ଦର୍ଶନ ସାରି ଜଲ୍ଦି ଫେରି ଆସିବେ । ହେଲେ ଆଉ ଫେରିଲେନି । ଶ୍ରାବଣର ଶିବ ଦର୍ଶନ ଥିଲା ତାଙ୍କ ଜୀବନର ଶେଷ ଦର୍ଶନ । ହଠାତ ପାହାଡ ଆଉ ଖସି ଆସିଲା ମୃତ୍ୟୁ । ବିଶାଳ ପାହାଡ ଚାହୁଁ ଚାହୁଁ ଖସିବାରେ ଲାଗିଲା । ତାରି ଭିତରେ କୁଆଡେ ଦବିଗଲେ ପ୍ରଫେସର ମାନସୀ ଓ ତାଙ୍କ ସ୍ଵାମୀ ହରିଶ ।
ତାଙ୍କ ସହ ମନ୍ଦିର ଭିତରେ ଦବିଗଲେ 50 ଜଣ ଶ୍ରଦ୍ଧାଳୁ । କ୍ରମାଗତ ଭାବେ ଉଧାର କାର୍ଯ୍ୟ ଜାରି ପରେ ସେମାନଙ୍କ ମଧ୍ୟରୁ 12 ଜଣଙ୍କର ମୃତ ଦେହ ଉଧାର ହୋଇଥିବା ବେଳେ ସେମାନଙ୍କ ମଧ୍ୟରୁ 11 ଜଣଙ୍କର ପରିଚୟ ମିଳିଛି । ଆଉ ସେମାନଙ୍କ ମଧ୍ୟରେ ଅଛନ୍ତି ମାନସୀ ଓ ତାଙ୍କ ସ୍ଵାମୀ । ମାନସୀ ଙ୍କ ମୃତ ଶରୀର ଦେଖିବା ସମ୍ଭବ ନୁହେଁ । ଉଧାର ପରେ ଦମ୍ପତି ଙ୍କ ମୃତ ଶରୀରକୁ IJMC ମେଡିକାଲକୁ ପୋଷ୍ଟ ମର୍ଟମ ପାଇଁ ପଠା ଯାଇଛି ।

ପୋଷ୍ଟ ମର୍ଟମ ରିପୋର୍ଟ ରେ ଯାହା ଜଣା ପଡିଲା ତାହା ବାସ୍ତବରେ ଥିବା ହୃଦୟ ବିଦାରକ । ପ୍ରଫେସର ମାନସୀ 7 ମାସର ଗର୍ଭବତୀ । ହେଲେ ଭୂ-ସ୍ଖଳନ ରେ ତାଙ୍କ ଭ୍ରୁଣ ମଧ୍ୟ ଗର୍ଭରୁ ବାହାରିଯାଇ ମାଟି ତଳେ ଦବି ଯାଇଥିଲା । ଘରେ ଏକା ଥିବା ଝିଅ ଶୀତଳ ମା ବାପା ଙ୍କୁ ଝୁରି ହେଉଛି । ପ୍ରକୃତିର ଏହି କରାଳ ରୂପରେ ଖାଲି ମାନସୀ ନୁହନ୍ତି ବରଂ ତାଙ୍କ ପରିଚିତ ମଧ୍ୟ ପ୍ରାଣ ହରାଇଛନ୍ତି ।
ଶିବ ଙ୍କ ଦର୍ଶନ ପାଇଁ ଯାଇଥିବା ଅନ୍ୟ ଜଣେ ପ୍ରଫେସର, ତାଙ୍କ ସ୍ତ୍ରୀ, ପୁଅ ମଧ୍ୟ ଏହି ଘଟଣାରେ ପ୍ରାଣ ହରାଇଛନ୍ତି । ସମର ହିଲ ର ଏହି ମର୍ମନ୍ତୁଦ ଘଟଣା ସାରା ରାଜ୍ୟକୁ ଦୋହଲାଇ ଦେଇଛି । ଶିବ ମନ୍ଦିରକୁ ଯାଇଥିବା ସମ୍ପର୍କୀୟ ମାନଙ୍କର ମଧ୍ୟ ପ୍ରାଣ ଚାଲି ଯାଇଛି । ହିମାଚଳ ପ୍ରଦେଶରେ ପ୍ରକୃତି ନିଜର କରାଳ ରୂପ ଦେଖାଉଛି ।
ବାଦଲ ଫଟା ବର୍ଷା ସାଙ୍ଗକୁ ଭୂ-ସ୍ଖଳନ ଏଠିକାର ଜନଜୀବନକୁ ଛାରଖାର କରି ଦେଇଛି । ମାଟିରେ ଶହ ସହ ଘର ଭାଙ୍ଗି ଯାଇଛି ଆଉ ତା ଭିତରେ ଦବି ଯାଇଛି ଅନେକ ଜୀବନ । ତା ହେଲେ ବନ୍ଧୁଗଣ ଆଗକୁ ଏଭଳି ଅପଡେଟ ପାଇବା ପାଇଁ ଆମ ପେଜକୁ ଗୋଟିଏ ଲାଇକ, ସେୟାର, କମେଣ୍ଟ କରନ୍ତୁ, ଧନ୍ୟବାଦ ।