Astrology: ଭଗବାନ ଶିବଙ୍କ ଅତିପ୍ରିୟ ହୋଇଥାନ୍ତି ଏହି 3 ରାଶି, ଏମାନଙ୍କ ଉପରେ ସର୍ବଦା ରହିଥାଏ ଭୋଳାନାଥଙ୍କ କୃପା

ଭଗବାନ ଶିବ ସ୍ବଭାବରେ ଅତ୍ୟନ୍ତ ଭୋଳା ହୋଇଥାନ୍ତି ତେଣୁ ତାଙ୍କୁ ଭୋଳାନାଥ ବୋଲି ମଧ୍ୟ କୁହାଯାଏ । ସେ ଭକ୍ତଙ୍କ ଉପରେ ବହୁତ ଶୀଘ୍ର ପ୍ରସନ୍ନ ହୋଇଯାନ୍ତି । ଆଉ ମାନ୍ୟତା ରହିଛି କି ଭଗବାନ ଶିବ କାହା ଉପରେ ପ୍ରସନ୍ନ ହେଲେ କାଳ ବି ତା’ର କିଛି ବିଗାଡି ପାରେନାହିଁ । ଜ୍ଯୋତିଷ ଶାସ୍ତ୍ର ଅନୁସାରେ ୧୨ଟି ରାଶିଙ୍କ ମଧ୍ୟରୁ କିଛି ରାଶିଙ୍କ ଉପରେ ମହାଦେବଙ୍କ କୃପା ସବୁଠୁ ଅଧିକ ରହିଥାଏ ବୋଲି କୁହାଯାଏ । ତେବେ ଚାଲନ୍ତୁ ଜାଣିବା ସେହି ରାଶି ଗୁଡିକ କଣ ।

ମେଷ ରାଶି । ଏହି ରାଶି ଉପରେ ଭଗବାନଙ୍କ ଶିବଙ୍କ କୃପା ସବୁବେଳେ ରହିଥାଏ । ଏହି ରାଶିର ସ୍ଵାମୀ ହେଉଛନ୍ତି ମଙ୍ଗଳ ଗ୍ରହ, ତେଣୁ ଯେଉଁମାନଙ୍କ ମଙ୍ଗଳଙ୍କ କୁଦୃଷ୍ଟି ରହିଛି ସେମାନେ ପ୍ରତି ସୋମବାର ଦିନ ଶିବଲିଙ୍ଗରେ ଜଳ ଅର୍ପଣ କରିବା ଉଚିତ । ଏପରି କଲେ ଅଶୁଭ ଖଣ୍ଡନ ହେବା ସହ ମହାଦେବଙ୍କ କୃପାରୁ ଆପଣଙ୍କ ଜୀବନରେ ଧନ ବୈଭବର ମଧ୍ୟ କୌଣସି ଅଭାବ ରୁହେ ନାହିଁ ।

ମେଷ ରାଶିର ଲୋକେ ଭଗବାନ ଶିବଙ୍କ ପୂଜା କରିବା ଦ୍ଵାରା ତାଙ୍କ ଉପରେ ସେ ପ୍ରସନ୍ନ ହୋଇଥାନ୍ତି ଓ ତାଙ୍କର ସମସ୍ତ ମନୋସ୍କାମନା ପୂର୍ଣ୍ଣ କରିଥାନ୍ତି । ଏହାଦ୍ବାରା ଘରେ ସୁଖ ସମୃଦ୍ଧି ବଢିବା ସହ ଆସିବାକୁ ଥିବା ସଙ୍କଟ ମଧ୍ୟ ଟଳିଯାଏ । ଏମାନେ ବେପାର ଓ ଚାକିରି ସବୁ କ୍ଷେତ୍ରରେ ବେଶ ସଫଳତା ହାସଲ କରନ୍ତି ।

ମକର ରାଶି । ଏହି ରାଶିର ସ୍ଵାମୀ ହେଉଛନ୍ତି ଭଗବାନ ଶନିଦେବ । ମକର ରାଶିଙ୍କ ଉପରେ ପ୍ରଭୁ ଶନିଦେବଙ୍କ ସହ ଭଗବାନ ଶିବଙ୍କର ମଧ୍ୟ ବିଶେଷ କୃପାଦୃଷ୍ଟି ରହିଥାଏ । ଏହି ରାଶିର ଜାତକ ଭଗବାନ ଶିବଙ୍କ ପୂଜା କରିବା ଦ୍ଵାରା ଅତ୍ୟନ୍ତ ଶୁଭଫଳ ପ୍ରାପ୍ତି ହୋଇଥାଏ । ଏହି ରାଶିର ଜାତକ ପ୍ରତି ସୋମବାର ଶିବଲିଙ୍ଗରେ ଜଳ ଚଢାଇବା ସହ ବେଲପତ୍ର ମଧ୍ୟ ଅର୍ପଣ କରିବା ଉଚିତ ।

ଏହାସହ ପୂଜା ବେଳେ ମହା ମୃତ୍ୟୁଞ୍ଜୟ ମନ୍ତ୍ରର ଜପ କରିବା ଦ୍ଵାରା ମଧ୍ୟ ଏମାନଙ୍କ ପାଇଁ ବହୁତ ଲାଭଦାୟକ ହୋଇଥାଏ । ମକର ରାଶି ଭଗବାନ ଶିବଙ୍କ ଅତିପ୍ରିୟ ରାଶି ମଧ୍ୟରୁ ଗୋଟିଏ ହୋଇଥିବାରୁ ଏମାନଙ୍କ ଉପରେ ସେ ସର୍ବଦା କୃପା ବଜାୟ ରଖନ୍ତି ।

କୁମ୍ଭ ରାଶି । ଜ୍ଯୋତିଷ ଶାସ୍ତ୍ର ଅନୁସାରେ ଏହି ଗ୍ରହର ସ୍ଵାମୀ ଗ୍ରହ ମଧ୍ୟ ଶନିଦେବ । ତେଣୁ ଭଗବାନ ଶିବଙ୍କୁ ମଧ୍ୟ ଏହି ରାଶି ବହୁତ ପ୍ରିୟ ହୋଇଥାନ୍ତି । ଏହି ରାଶି ଉପରେ ଭୋଳାନାଥଙ୍କ କୃପାଦୃଷ୍ଟି ସର୍ବଦା ବନିରୁହେ ଓ ଏମାନଙ୍କ ସମସ୍ତ ମନୋସ୍କାମନା ଭଗବାନ ଶିବ ପୂରଣ କରିଥାନ୍ତି । ପ୍ରତ୍ଯେକ ବର୍ଷ ଶ୍ରାବଣ ମାସରେ କୁମ୍ଭ ରାଶିର ଲୋକେ ଭଗବାନ ଶିବଙ୍କ ପୂଜା ଉପାସନା କରିବା ସହ ବ୍ରତ ପାଳନ କରିବା ଉଚିତ ।

ପୂଜା ସମୟରେ ଏହି ରାଶିର ଲୋକେ “ଓଁ ନମଃ ଶିବାୟ” ମନ୍ତ୍ରର ଜପ ଅବଶ୍ୟ କରିବା ଉଚିତ । ଏହାଦ୍ବାରା ବିଶେଷ କୃପା ପ୍ରାପ୍ତି ହେବା ସହ ଜୀବନରେ କୌଣସି ସମସ୍ଯା ରୁହେ ନାହିଁ । ଆମ ପୋଷ୍ଟ ଅନ୍ୟମାନଙ୍କ ସହ ଶେୟାର କରନ୍ତୁ ଓ ଆଗକୁ ଆମ ସହ ରହିବା ପାଇଁ ଆମ ପେଜ୍ କୁ ଲାଇକ କରନ୍ତୁ ।