ଭଗବାନ ଆପଣଙ୍କ ସହ ଅଛନ୍ତି କି ନାହିଁ ? ଏହି 8 ସଙ୍କେତରୁ ଜାଣନ୍ତୁ ଭଗବାନ ପ୍ରକୃତରେ ଆପଣଙ୍କୁ ପ୍ରେମ କରନ୍ତି କି ? (8 Signs of God)

ଆଜି ଆମେ ସେହି ୮ଟି ସଙ୍କେତ ବିଷୟରେ ଜାଣିବା ଯାହାଦ୍ୱାରା ଆପଣ ଜାଣିପାରିବେ କି ଇଶ୍ଵର ଆପଣଙ୍କ ସାଥିରେ ଅଛନ୍ତି କି ନାହିଁ ଏବଂ ଇଶ୍ଵର ଆପଣଙ୍କୁ କେତେ ପ୍ରେମ କରନ୍ତି । ଆପଣ ଜାଣିଲେ ଆଶ୍ଚର୍ଯ୍ୟ ହେବେ କି, ଇଶ୍ଵର ଆପଣଙ୍କୁ ପ୍ରେମ କରୁଥିଲେ ଏହାର ପ୍ରଥମ ସଙ୍କେତ ହେଉଛି ଆପଣ ଯେଉଁ କାର୍ଯ୍ୟ ଆରମ୍ଭ କରିବେ ସେଥିରେ ବିଫଳତା ପ୍ରାପ୍ତ ହେବ । ଏହା ଆପଣଙ୍କୁ ଅଜବ ଲାଗୁଥିଲେ ମଧ୍ୟ ସତ୍ୟ । ଆପଣଙ୍କ ଆଖି ନଖୋଲିବା ପର୍ଯ୍ୟନ୍ତ ଆପଣ ଯେତେ ପରିଶ୍ରମ କଲେ ମଧ୍ୟ ବାରମ୍ବାର ବିଫଳ ହୋଇଚାଲିବେ ।

ଦ୍ଵିତୀୟ ସଙ୍କେତ ହେଉଛି, ଆପଣଙ୍କୁ ନିଜ ଉପରେ ବିଶ୍ବାସ ସରିଯିବ । ଇଶ୍ଵର ସହିତରେ ଥିଲେ ଆପଣା ଏକଦମ ଏକୁଟିଆ ଅନୁଭବ କରନ୍ତି ଓ ଆଗକୁ କଣ କରିବେ କିଛି ବୁଝିପାରନ୍ତି ନାହିଁ । ଆପଣ କାହାକୁ ନିଜ ସମସ୍ଯା ଜଣାଇ ପାରିବେ ନାହିଁ କି କେହି ଆପଣଙ୍କୁ ବୁଝି ପାରିବେ ନାହିଁ ।

ଇଶ୍ଵର ସହିତରେ ଥିବାର ତୃତୀୟ ସଙ୍କେତ ହେଉଛି, ଦୁଃଖ ଚରମସୀମାରେ ଥିବା ଭଳି ଅନୁଭବ ହେବ । ଏହି ସମୟରେ ଆପଣ ଭାବିବେ ଏହାଠୁ ଖରାପ ଆପଣଙ୍କ ସହ ଆଉ କଣ ହୋଇପାରେ ! ଅନେକ ସାଧୁସନ୍ଥ ଏହି କାରଣରୁ ତାଙ୍କ ଜୀବନରେ ଐଶ୍ଵରିକ ସୁଖ ପ୍ରାପ୍ତ କରିଥିଲେ । ଦୁଃଖରେ ଈଶ୍ବରଙ୍କ ନିକଟତର ହୋଇଥାଉ ଓ ତାଙ୍କ ପ୍ରତି ପ୍ରକୃତ ପ୍ରେମ ଜାଗ୍ରତ ହୋଇଥାଏ ।

ଚତୁର୍ଥରେ ଆପଣଙ୍କର ସବୁ ଆଶା ଭାଙ୍ଗିଯିବା ପରେ ଆପଣଙ୍କ ହୃଦୟରେ ଏକ ଅନୁସନ୍ଧାନ ଆରମ୍ଭ ହେବ । ଏହି ସମୟରେ ଆପଣ ନିଜକୁ ସମୀକ୍ଷା କରିପାରିବେ ଓ ଅନ୍ତରାତ୍ମା ସହ ଜଡିତ ହୋଇପାରିବେ । ଫଳରେ ଆପଣଙ୍କ ଜୀବନରେ ଏକ ନୂତନ ପରିବର୍ତ୍ତନ ଆସିଥାଏ । ପଞ୍ଚମରେ ଆପଣଙ୍କ ଚରିତ୍ରରେ ପରିବର୍ତ୍ତନ ଆସେ । ନିଜ ସହ ଜଡିତ ହେବା ଦ୍ଵାରା ଆପଣ ନିଜକୁ ଓ ନିଜର ସମସ୍ତ ଦୁର୍ବଳତାକୁ ଭଲ ଭାବେ ବୁଝିଥାଉ । ଏହା ଯୋଗୁଁ ଆପଣଙ୍କ ମଧ୍ୟରେ ପରିବର୍ତ୍ତନ ଆରମ୍ଭ ହୋଇଯାଏ ।

ଫଳରେ ଆମେ ଇଶ୍ଵରଙ୍କ ପ୍ରେମ ଓ ପରିଭାଷାକୁ ଭଲଭାବେ ବୁଝିପାରୁ । ଷଷ୍ଠରେ ଆପଣ କୌଣସି ବିଷୟରେ ବିଜୟ କିମ୍ବା ପରାଜୟର ଅନୁଭବ କରିବେ ନାହିଁ । ଏହି ସମୟ ବେଳକୁ ଜୀବନ ପ୍ରତି ଆପଣଙ୍କ ଦୃଷ୍ଟିକୋଣ ବଦଳି ଯାଇଥିବ । ଯାହାଦ୍ୱାରା ବାହ୍ୟ ଘଟଣା ଗୁଡିକର ପ୍ରଭାବ ଆପଣଙ୍କ ଉପରେ କମିବାକୁ ଲାଗିବ । ସପ୍ତମରେ ଯେତେବେଳେ ଆପଣଙ୍କୁ ଲାଗିବ କି ଆପଣ ଈଶ୍ବରଙ୍କ ନିକଟତର ହୋଇ ସାରିଛନ୍ତି ସେତେବେଳେ ଆପଣଙ୍କୁ ଜୀବନରେ ସବୁଠୁ ବଡ ଝଟକା ଲାଗିବ ।

ଏହି ପରୀକ୍ଷାରେ ଆପଣଙ୍କର ସମସ୍ତ ବିଶ୍ବାସ ଓ ବୁଦ୍ଧି ପରିମାପ କରାଯିବ । ଏହି ସମୟରେ ଆପଣଙ୍କ ଜୀବନରେ ବହୁତ ବଡ ଦୁଃଖ ଆସିପାରେ କିମ୍ବା ହଠାତ ବହୁତ ସୁଖ ଐଶ୍ଵର୍ଯ୍ୟ ଆସି ଯାଇପାରେ । ଯାହାଦ୍ୱାରା ଆପଣ ଇଶ୍ଵରଙ୍କ ଠାରୁ ପୁଣି ଦୂରକୁ ଯିବାକୁ ଚେଷ୍ଟା କରୁଛନ୍ତି କି ନାହିଁ ତାହା ଜଣାପଡିବ । ଯଦି ଆପଣ ଏହି ସମୟରେ ଅସୀମ ଧୈର୍ଯ୍ୟର ସହ ସ୍ଥିର ରହୁଛନ୍ତି ତେବେ ଅଷ୍ଟମ ସଙ୍କେତ ସ୍ୱରୂପ ଇଶ୍ଵରଙ୍କ କୃପା ପ୍ରାପ୍ତି କରିବାରୁ ଆପଣଙ୍କୁ ଆଉ କେହିବି ଅଟକାଇ ପାରିବେ ନାହିଁ ।

ମନେରଖନ୍ତୁ ଇଶ୍ଵରଙ୍କ ପାଖରେ ସମସ୍ତ କିଛି ସାଧ୍ୟ ଅର୍ଥାତ ଏପରି କୌଣସି ବିଷୟ ନାହିଁ ଯାହା ସେ ସାଧନ କରିପାରନ୍ତି ନାହିଁ । ଆପଣଙ୍କୁ କେବଳ ତାଙ୍କ ଠାରେ ଲାଗି ରହିବାକୁ ହେବ । ତେବେ ଯାଇ ଯେକୌଣସି ପରିସ୍ଥିତିରେ ମଧ୍ୟ ଆପଣ ବିଚଳିତ ହେବେ ନାହିଁ । ଆମ ପୋଷ୍ଟ ଅନ୍ୟମାନଙ୍କ ସହ ଶେୟାର କରନ୍ତୁ ଓ ଆଗକୁ ଆମ ସହ ରହିବା ପାଇଁ ଆମ ପେଜ୍ କୁ ଲାଇକ କରନ୍ତୁ ।