ଭଡାଘରୁ ଅଭିନେତ୍ରୀ Rashmi Rekha ଙ୍କ ଝୁଲନ୍ତା ମୃତଦେହ ମିଳିବା ପରେ ବଢିବାରେ ଲାଗିଛି ସନ୍ଦେହ, ସହ ଅଭିନେତ୍ରୀ Supriya କଲେ ଚାଞ୍ଚଲ୍ୟକର ଖୁଲାସା

ବର୍ତ୍ତମାନ ଓଲିଉଡ ଟିଭି ଜଗତରେ ଶୋକର ଛାୟା ଖେଳିଯାଇଛି । କାରଣ ଦୁନିଆକୁ ଅଲବିଦା ଦେଇ ଚାଲି ଯାଇଛନ୍ତି ପ୍ରିୟ ଟେଲି ଅଭିନେତ୍ରୀ ରଶ୍ମି ରେଖା ଓଝା । ତାଙ୍କ ମୃତ୍ୟୁ ସତରେ ଆତ୍ମହତ୍ୟା ନା ହତ୍ୟା ଏହାକୁ ନେଇ ତନାଘନା ଆରମ୍ଭ କରିଦେଇଛି ପୋଲିସ । ଗତ ଶନିବାର ଦିନ ନୟାପଲ୍ଲୀର ଗଡସାହିରେ ଥିବା ତାଙ୍କ ଭଡାଘରୁ ଅଭିନେତ୍ରୀ ରଶ୍ମି ରେଖାଙ୍କ ମୃତଦେହ ଝୁଲନ୍ତା ଅବସ୍ଥାରେ ମିଳିଥିଲା । ଏହା ଦେଖି ଘର ମାଲିକ ପୋଲିସକୁ ଫୋନ କରିଥିଲେ ।

ଖବର ପାଇବା ମାତ୍ରେ ପୋଲିସ ଘଟଣାସ୍ଥଳରେ ପହଞ୍ଚି ରଶ୍ମି ରେଖାଙ୍କ ମୃତଦେହ ଜବତ କରିଥିଲା । ଏହାସହ ପୋଲିସକୁ ଏକ ସୁଇସାଇଡ ନୋଟ ମଧ୍ୟ ମିଳିଥିଲା ଯେଉଁଥିରେ ଲେଖାଥିଲା କି, ‘ମୋ ମୃତ୍ୟୁ ପାଇଁ କେହି ବି ଦାୟୀ ନୁହନ୍ତି ।’ ତେବେ ରଶ୍ମି ରେଖାଙ୍କ ଆତ୍ମହତ୍ୟାରେ ମୃତ୍ୟୁ ହୋଇଥିବା ଖବର ବାହାରକୁ ଆସିବା ପରେ ଏହାକୁ ନେଇ ଅନେକ ଆଲୋଚନା ଓ ସମାଲୋଚନା ଆରମ୍ଭ ହୋଇଯାଇଛି । କାରଣ ଦେଢ ମାସ ହେବ ନୟାପଲ୍ଲୀ ଗଡସାହିର ଭଡାଘରେ ରଶ୍ମି ରେଖା ନିଜ ପୁରୁଷ ବନ୍ଧୁ ସନ୍ତୋଷଙ୍କ ସହ ରହୁଥିଲେ ।

କିନ୍ତୁ ରଶ୍ମି ରେଖା ଆତ୍ମହତ୍ୟା କରିବାର କିଛିଦିନ ପୂର୍ବରୁ ତାଙ୍କ ପୁରୁଷ ବନ୍ଧୁ ଘର ଛାଡି ଅନ୍ୟତ୍ର ଯାଇ ରହୁଥିଲେ । ଏନେଇ ରଶ୍ମିରେଖାଙ୍କ ଜଣେ ସହ ଅଭିନେତ୍ରୀ ସୁପ୍ରିୟା ବଡ ବୟାନ ଦେଇଛନ୍ତି । ସେ କହିଛନ୍ତି କି ରଶ୍ମିରେଖାଙ୍କ ସହ ଏକ ବର୍ଷ ଧରି ସକାଳ ୬ଟାରୁ ରାତି ୧୨ଟା ପର୍ଯ୍ୟନ୍ତ କାମ କରିଛନ୍ତି । ତେଣୁ ଅତି ଘନିଷ୍ଠ ଭାବେ ନହେଲେ ମଧ୍ୟ ରଶ୍ମିରେଖାଙ୍କୁ ସେ ଭଲଭାବେ ଜାଣିଛନ୍ତି । ସେ ଯେଉଁ ମାନସିକତାର ଝିଅ ଥିଲେ ସେ କେବେବି ସୁଇସାଇଡ ଭଳି ଚରମ ପଦକ୍ଷେପ ନେବେ ନାହିଁ ।

ରଶ୍ମିରେଖାଙ୍କୁ ହତ୍ୟା କରା ଯାଇ ସୁଇସାଇଡର ରୂପ ଦିଆ ଯାଇଥିବା ସେ ସନ୍ଦେହ କରୁଛନ୍ତି । ସୁପ୍ରିୟା କହିଛନ୍ତି କି ପୂର୍ବରୁ ସେ ଜାଣିଥିଲେ କି ରାଜା ନାମକ ଜଣେ ଯୁବକ ରଶ୍ମିରେଖାଙ୍କ ପ୍ରେମିକ ଥିବା କଥା ସେ ଜାଣିଥିଲେ । କିନ୍ତୁ ଏବେ ସେ ଶୁଣିବାକୁ ପାଇଛନ୍ତି କି ରଶ୍ମିରେଖା ସନ୍ତୋଷ ନାମକ ଯୁବକଙ୍କ ସହ ରହୁଥିଲେ । ତେବେ ରାଜାଙ୍କ ସହ ହୁଏତ ବ୍ରେକଅଫ ହୋଇ ଯାଇଥିବ ଓ ପରେ ସେ ସନ୍ତୋଷଙ୍କ ସହ ରହୁଥିବେ ବୋଲି ସେ କହିଛନ୍ତି । ରଶ୍ମିରେଖାଙ୍କ ଶାଢୀ, ଚୁଡି, ଅଳତା ଓ ସିନ୍ଦୁର ପିନ୍ଧିଥିବା ଅବସ୍ଥାରେ ତାଙ୍କ ମୃତଦେହ ମିଳିଥିଲା ।

ତାଙ୍କ ମୃତ୍ୟୁର ଦୁଇଦିନ ଆଗରୁ ରଶ୍ମିଙ୍କ ଆଖିରେ ପୋକ ମାଡ ହୋଇଯାଇଛି ଓ ତାଙ୍କ ଦୃଷ୍ଟିଶକ୍ତି କ୍ଷୀଣ ହେଉଛି ବୋଲି ଶୁଣିବାକୁ ପାଇଥିଲେ । ସେପଟେ ତିନିଦିନ ହେବ ସନ୍ତୋଷ ମଧ୍ୟ ଗାୟବ ଅଛନ୍ତି । ତେଣୁ ସନ୍ତୋଷଙ୍କ ଭୂମିକାକୁ ନେଇ ସନ୍ଦେହ ବଢିବାରେ ଲାଗିଛି । ସୁପ୍ରିୟା ମଧ୍ୟ ସିଧାସଳଖ ସନ୍ତୋଷଙ୍କ ଉପରେ ସନ୍ଦେହ ରହିଥିବା ନେଇ କହିଛନ୍ତି । ତେବେ ପୋଲିସ ମାମଲାର ଯାଞ୍ଚ କରୁଛି । ଆମ ପୋଷ୍ଟ ଅନ୍ୟମାନଙ୍କ ସହ ଶେୟାର କରନ୍ତୁ ଓ ଆଗକୁ ଆମ ସହ ରହିବା ପାଇଁ ଆମ ପେଜ୍ କୁ ଲାଇକ କରନ୍ତୁ ।