‘ଭବିଷ୍ୟତରେ ମିଳନ ବି ହୋଇପାରେ…’ ହାଇକୋର୍ଟ ଗଲେ Sumit, ମିଡିଆ ଆଗରେ କଣ କହିଲେ, ଦେଖନ୍ତୁ ଏହି Video

ଦୀର୍ଘ ଦେଢ ମାସ ଧରି ଲଢେଇ ଜାରି ରଖିବା ପରେ ଗତ ୪ ତାରିଖ ଦିନ ଜିଲ୍ଲାକୋର୍ଟଙ୍କ ନିର୍ଦ୍ଦେଶ କ୍ରମେ ତପସ୍ଵିନୀଙ୍କୁ ସ୍ଵାମୀ ସୁମିତଙ୍କ ଘରେ ପ୍ରବେଶ କରିବାର ସୁଯୋଗ ମିଳିଥିଲା । କିନ୍ତୁ ସ୍ଵାମୀ ସୁମିତ ସେତେବେଳେ ବି ଦେଖା ଦେଇ ନଥିଲେ । କୋର୍ଟଙ୍କ ରାୟକୁ ନେଇ ମନରେ ଦ୍ଵନ୍ଦ ଥିଲା ଏବଂ ତାଙ୍କର ଅନିଚ୍ଛା ସତ୍ତ୍ୱେ ପ୍ରଶାସନିକ ଅଧିକାରୀ ଜବରଦସ୍ତ ତପସ୍ଵିନୀଙ୍କୁ ଘରେ ପ୍ରବେଶ କରାଇଛନ୍ତି କହିଥିଲେ ତପସ୍ଵିନୀଙ୍କ ଶ୍ଵଶୁର ତଥା ସୁମିତଙ୍କ ବାପା ।

ଏହାପରେ ସେ ତପସ୍ଵିନୀଙ୍କ ସହ ଗୋଟିଏ ଛାତ ତଳେ ରହିବାକୁ ଭୟ କରୁଛନ୍ତି ବୋଲି ଏକ ଭିଡିଓ ଜାରି କରି ଘର ଛାଡି ଚାଲି ଯାଇଛନ୍ତି । ଜିଲ୍ଲା କୋର୍ଟ ତାଙ୍କ ଶେଷ ରାୟରେ ତପସ୍ଵିନୀ ସୁମିତଙ୍କ ଘରେ ରହିବେ ଏବଂ ସୁମିତ ତାଙ୍କୁ ମାସିକ ଭରଣପୋଷଣ ପାଇଁ ୧୭ ହଜାର ଟଙ୍କା ଦେବେ ବୋଲି କହିଥିଲେ । ଆଉ ଜିଲ୍ଲା କୋର୍ଟଙ୍କ ଏହି ରାୟକୁ ଚ୍ୟାଲେଞ୍ଜ କରିବେ ବୋଲି କହିଥିଲେ ସୁମିତଙ୍କ ଓକିଲ । ଆଉ ଏବେ ସୁମିତଙ୍କୁ ସିଧାସଳଖ ଦେଖିବାକୁ ମିଳିଥିଲା ହାଇକୋର୍ଟରେ ।

ସେଠାରେ ସେ ନିଜର ପ୍ରତିକ୍ରିୟା ମଧ୍ୟ ଦେଇଥିଲେ । ସେ ବହୁତ ମାନସିକ ଅବସାଦରେ ଥିବା କହିଛନ୍ତି । ତାଙ୍କର ଏବଂ ତାଙ୍କ ପରିବାରର ମାନ ସମ୍ମାନ ଚାଲି ଯାଇଛି ଯାହା ଆଉ ଏ ଜନ୍ମରେ ଫେରି ପାଇବା ଅସମ୍ଭବ ବୋଲି ସେ କହିଛନ୍ତି । ଆଉ ସମୟ ବଡ ବଳବାନ ଏବଂ ସେମାନେ ଭବିଷ୍ୟତରେ ମିଶି ପାରନ୍ତି କିନ୍ତୁ ଏବେ ସେ କିଛି କହିପାରିବେ ନାହିଁ ବୋଲି କହିଛନ୍ତି ।

ତାଙ୍କ ଘରର ଚାରିକାନ୍ଥ ଭିତରର କଥାକୁ ତପସ୍ଵିନୀ ପଦାରେ ଯେଉଁ ଭଳି ଡ୍ରାମା କରିଲେ ତାହା ସେ ବିଲକୁଲ ପସନ୍ଦ କରି ନାହାନ୍ତି ବୋଲି କହିଛନ୍ତି । ଜିଲ୍ଲା କୋର୍ଟ ଦେଇଥିବା ରାୟ ଏକଦମ ଏକ ପାଖିଆ ବୋଲି ମଧ୍ୟ ସୁମିତଙ୍କ ଓକିଲ କହିଛନ୍ତି । ଦୀର୍ଘ ଦେଢ ମାସ କାଳ ତପସ୍ଵିନୀ ଓ ସୁମିତଙ୍କ ମାମଲା ପ୍ରତିଦିନ ନୂଆ ମୋଡ ନେବାରେ ଲାଗିଛି । ସେମାନଙ୍କ ସମସ୍ୟା ସମାଧାନ ହେବା ପରିବର୍ତ୍ତେ ଦିନକୁ ଦିନ ଆହୁରି ଜଟିଳ ହୋଇଯାଉଛି ।

ତପସ୍ଵିନୀ ସ୍ଵାମୀ ସୁମିତଙ୍କ ସହ ସୁନାର ସଂସାର ଗଢିବା ପାଇଁ ସ୍ଵପ୍ନ ଦେଖୁଥିବା ବେଳେ ସୁମିତ କିନ୍ତୁ ତପସ୍ଵିନୀଙ୍କୁ ଗ୍ରହଣ କରିବାକୁ ପ୍ରସ୍ତୁତ ନାହାନ୍ତି । ତେବେ ଦେଖାଯାଉ ଆଗକୁ ଏହି ଦମ୍ପତ୍ତିଙ୍କ ବିବାଦ କେଉଁ ମୋଡ ନେଉଛି । ଆମ ପୋଷ୍ଟ ଅନ୍ୟମାନଙ୍କ ସହ ଶେୟାର କରନ୍ତୁ ଓ ଆଗକୁ ଆମ ସହ ରହିବା ପାଇଁ ଆମ ପେଜ୍ କୁ ଲାଇକ କରନ୍ତୁ ।