ଭାରତର ଏମିତି ଏକ ଆଜୀବ ସହର ଯେଉଁଠି ରହୁଥିଲେ କେବଳ ସ୍ତ୍ରୀ ଲୋକ

ଭାରତର ଇତିହାସରେ ବହୁତ ରାଜା ରାଜୁତି କରିଥିଲେ । ଏହି ରାଜାମାନେ ନିଜର କୀର୍ତି ସ୍ଥାପନ କରି ଆଜି ପର୍ଯ୍ୟନ୍ତ ମଧ୍ୟ ଲୋକମାନଙ୍କ ମଧ୍ୟରେ ଆଦୃତ ହୋଇରହିଛନ୍ତି । ଏହି ରାଜାମାନେ ବହୁତ ସାହାସୀ ଓ ପରାକ୍ରମୀ ଥିଲେ ଆଉ କିଛି ରାଜା ଥିଲେ ସେମାନେ ନିଜ ରାଜୁତି କାଳରେ ଏପରି କିଛି କାର୍ଯ୍ୟ କରିଯାଇଛନ୍ତି ଯାହାଫଳରେ କି ଆଜି ବି ଲୋକମାନେ ସେମାନଙ୍କୁ ବହୁତ ଖରାପ ନଜରରେ ଦେଖୁଛନ୍ତି ସେମାନେ ବହୁତ ଭୟାଳୁ ଓ ନିଷ୍ଠୁର ଅ-ତ୍ୟା-ଚାରୀ ରାଜା ଥିଲେ ।

କିନ୍ତୁ ଯେଉଁ ରାଜା ତାର ଶାସନ କାଳରେ ନିଜ ପ୍ରଜାମାନଙ୍କୁ ନିଜର ସନ୍ତାନ ବୋଲି ଭାବି ଶାସନ କରୁଥିଲେ ସେହି ରାଜାମାନଙ୍କୁ ପ୍ରଜାମାନେ ପ୍ରଭୁ ଭାବରେ ମାନୁଥିଲେ ।

ସେହି ରାଜ୍ୟରେ ପ୍ରଜାମନେ ବହୁତ ଖୁସିରେ ରହୁଥିଲେ । କିନ୍ତୁ ଏପରି ଏକ ରାଜାଙ୍କ ଶାସନ କାଳରେ ଭାରତକୁ ବହୁତ ଲଜ୍ଜିତ ହେବାକୁ ପଡିଥିଲା । ଆଜି ଆମେ ଜାଣିବା ଏପରି ଏକ ରାଜା ବିଷୟରେ ଜେକି ସେ ଭାରତରେ ମହିଳାଙ୍କର ଏକ ଅଲଗା ସହର ଗଠନ କରିଥିଲେ । ଏହି ସହରକୁ କୌଣସି ପୁରୁଷକୁ ଆସିବା ପାଇଁ ଅନୁମତି ନଥିଲା ।

ଏହି ସହରକୁ ଗଠନ କରିବାର ମୁଖ୍ୟ କାରଣ ଥିଲା କି ସେ ଏହି ମହିଳାଙ୍କ ସହ ନିଜର ମନକୁ ଖୁସି ରଖିପାରିବେ । ଏହି ସହରକୁ କେବଳ ରାଜାଙ୍କର ଆସିବାର ହିଁ ଅନୁମତି ଥିଲା । ସହରର ସବୁ କର୍ମଚାରୀ କେବଳ ମହିଳା ମାନଙ୍କୁ ହିଁ ରଖାଯାଇଥିଲା । ଏହି ସହରର ସବୁ ସୁନ୍ଦରୀ ମହିଳାଙ୍କୁ ରାଜ୍ୟରୁ ବାଛି ବାଛି ଅଣାଯାଇଥିଲା ।

ଯଦି କୌଣସି ମହିଳାଙ୍କ ଚେହେରା ଖରାପ ହୋଇଯାଉଥିଲା ସେହି ମହିଳାଙ୍କୁ ଏହି ସହରରୁ ନିର୍ଯ୍ୟାତନା ଦେଇ ବାହାର କରି ଦିଆଯାଉଥିଲା । ଏହି ରାଜ୍ୟର ରାଜା ଥିଲେ ମାଲବ୍ୟବଂଶର ରାଜା ନାସିରୁଦ୍ଦିନ ସାହା । ଏବେ ଏହି ରାଜ୍ୟ ମଧ୍ୟପ୍ରଦେଶ ଭାବେ ଜଣାଯାଏ । ନାଶରୁଦଦିନ ସାହା ଏହି ରାଜ୍ୟକୁ ହାସଲ କରିବା ପାଇଁ ନିଜ ପିତା ଗୟାସୁଦ୍ଦିନ ସାହାଙ୍କୁ ବି-ସ ଦେଇ ମା-ରି-ବାକୁ ଚେଷ୍ଟା କରିଥିଲେ ।

ରାଜା ଗାଡିରେ ବସିବା ପରେ ନାସିରୁଦ୍ଦିନ ମହିଳାଙ୍କର ଏକ ସହର ତିଆରି କରିଥିଲେ । ସେ ଏହି ମହିଳାଙ୍କ ପାଇଁ ନିଜ ରାଜା ପ୍ରାସାଦ ପାଖରେ ଏକ ଆଲୀସନ ସହର ତିଆରି କରିଥିଲେ ଏହି ସହରରେ ନିଜ ରାଣୀ ତଥା ଅନ୍ୟ ମହିଳାଙ୍କୁ ରଖିଥିଲେ । ସେ ନିଜ ରାଜ୍ୟରେ କିଛି ସ୍କୁଲ କରିଥିଲେ ଏଥିରେ ମହିଳାଙ୍କୁ ନାଚ ଓ ଗୀତ ଶିଖାଯାଉଥିଲା । ଏହି ସହରରେ କୌଣସି ମନ୍ଦିର , ମସ୍ଜିଦ ନଥିଲା ।

ରାନୀଙ୍କର ମହଲକୁ ମାରବଲରେ ତିଆରି କରାଯାଇଥିଲା । ଏହି ମହଲରେ ରାଣୀଙ୍କ ଦରବାର ପାଇଁ ସିଙ୍ଗାଶନ ପାଖରେ ରାଜାଙ୍କର ସିଂହାସନ ତିଆରି କରାଯାଇଥିଲା । ମହିଳା ମାନେ ଏହି ଦରବାର କୁ ସୁଗନ୍ଧିତ ଅତର ଲାଗାଇ ଆସିବାକୁ କୁହାଯାଇଥିଲା । ଏହି ଦରବାରରେ ମହିଳାଙ୍କର ନାଚ ଗୀତାର ପତିଯୋଗୀତା ମଧ୍ୟ କରାଯାଉଥିଲା ।

ଏଥିରେ ବିଜୟୀ ମହିଳାଙ୍କୁ ପୁରସ୍କାର ସହ କୌଣସି ବଡ ପଦ ପଦବୀ ଦିଆଯାଉଥିଲା । ଏହାସହ କିଛି ମହିଳାଙ୍କୁ ରାଜାଙ୍କ ସହ ସମୟ ବିତାଇବା ପାଇଁ ସୁଯୋଗ ଦିଆଯାଉଥିଲା । ଏହି ସହରରେ ପ୍ରଥମେ ୧୦ ହଜାର ଜନ ବସତି ଥିଲା ଏହା କ୍ରମେ ବୃଦ୍ଧି ହୋଇ ୨୦ ହଜାର ହୋଇଥିଲା । ସବୁ ବର୍ଷ ଇଦରେ ଏଠାରେ ଏକ ବଜାର ବସୁଥିଲା ଏହି ବଜାରରୁ ରାଜା ଦୋକାନରେ ଥିବା ମହିଳାଙ୍କୁ କିଣିନେଇ ନିଜ ସାଙ୍ଗରେ ନେଇଯାଉଥିଉଲେ ।

ଏହିପରି ଏକ ଘଟଣା ଚକ୍ରରେ ଦିନେ ରାଜା ମ-ଦ୍ୟ-ପାନ କରି ନଦୀକୁ ଡେଇଁ ପଡିଥିଲେ କିନ୍ତୁ କଛି ବ୍ୟକ୍ତି ତାଙ୍କୁ ଏଥିରୁ ଉଧାର କରିଥିଲେ । ଏହି ବ୍ୟକ୍ତିଙ୍କୁ ରାଜା ପୁରସ୍କାର ପ୍ରଦାନ କରିଥିଲେ । କିନ୍ତୁ ରାଜା ଯେତେବେଳେ ଜାଣିଲେବ କି ଏହି ବ୍ୟକ୍ତି ମାନେ ରାଜାଙ୍କର ଚୁଟି ଧରି ତାଙ୍କୁ ଏଥିରୁ ଉଧାର କରିଥିଲେ ସେହି କ୍ଷଣି ରାଜା ନିଜ ସମ୍ମାନ ହାନି ହେବା ଜାଣି ସେମାନଙ୍କ ଜୀବନ ନେବାର ଦ-ଣ୍ଡ ଦେଇଥିଲେ ।

ଏହି ପରି ଭାବରେ ଥରେ ରାଜା ପୁଣି ମ-ଦ୍ୟ-ପାନ କରି ନଦୀକୁ ଡେଇଁ ପଡିଲେ କିନ୍ତୁ କେହି ରାଜାକୁ ରକ୍ଷା କରିନଥିଲେ କାହିଁକି ନା ରାଜାକୁ ରକ୍ଷା କରିଥିବା ବ୍ୟକ୍ତିଙ୍କୁ ପରେ ଜୀବନ ନେବାର ଦ-ଣ୍ଡ ମିଳିବା ଭୟରେ ସେମାନେ କେହି ରାଜାକୁ ରକ୍ଷା କରିବା ପାଇଁ ଚେଷ୍ଟା କରି ନଥିଲେ । ଏହି ରାଜାଙ୍କର ଦେ-ହାନ୍ତ ପରେ ସେହି ରାଜ୍ୟରେ ଅରାଜକତା ସୃଷ୍ଟି ହୋଇ ସେହି ରାଜ୍ୟଟି ପୁରା ନଷ୍ଟ ହୋଇଯାଇଥିଲା ।

ଏହି ରାଜ୍ୟର ପଟାଁ ର ୧୦୦ ବରଷ ପରେ ଅର୍ଥାତ ୧୬୧୬ ରେ ମୋଗଲ ରାଜା ଯାହାଙ୍ଗିର ଏହି ରାଜ୍ୟକୁ ଅତିକ୍ରମ କରୁଥିଲେ ସେହି ସମୟରେ ନାସୀରୁଦ୍ଦିନ ସାହା ଙ୍କର ଶାସନ ବିଷୟରେ ଜାଣି ତାଙ୍କ ସମାଧିରେ ନିଜ ଜୋତା ଦ୍ଵାରା ପ୍ରହାର କରଥିଲେ । ଏହି ବିଶୟରେ ଯାହାଙ୍ଗିର ତାଙ୍କର ରଚିତ ପୁସ୍ତକ ତୁସକେ ଯାହାଙ୍ଗୀରରେ ବର୍ଣ୍ଣନା କରିଛନ୍ତି ।