ସବୁଦିନ ୧୭୦ ବେସାହାରା ମାତା – ପିତାଙ୍କୁ ଖାଇବାକୁ ଦେଇଥାନ୍ତି ଏହି ଦୁଇ ଭାଇ, ମାଗଣାରେ ଚିକିସ୍ଛା ବି କରାଇଥାନ୍ତି, ଏହା ପଛରେ ରହିଛି ଏହି ଖାସ୍ କାରଣ

କହିବାକୁ ଗଲେ ଗୁଜୁରାଟରେ ସୁରତର ଅଲଥାଣରେ ରହୁଥିବା ଦୁଇ ଭାଇ ଗୌରାଙ୍ଗ ଓ ହିମାଂଶୁ ସୁଖାଡ଼ିୟା କିଛି ବୟସ୍କ ବ୍ୟକ୍ତିମାନଙ୍କ ପାଇଁ ଭଗବାନ ହୋଇ ଯାଇଛନ୍ତି । ଗୌରାଙ୍ଗ ଓ ହିମାଂଶୁ ୨୦୧୬ରୁ ସବୁଦିନ ୧୭୦ ଅସହାୟ ବୟସ୍କ ମାତା – ପିତାଙ୍କୁ ମାଗଣାରେ ଭୋଜନ ଦେଉଛନ୍ତି । ଏହା ସହିତ ସେମାନେ ତାଙ୍କର ସ୍ୱାସ୍ଥ୍ୟର ଧ୍ୟାନ ବି ରଖନ୍ତି, ଚିକିଶ୍ଚା ବି କରନ୍ତି ଓ ଅନ୍ୟ ଦରକାରୀ ଜିନିଷର ବି ସାହାର୍ଯ୍ୟ କରନ୍ତି ।

ଏହି ସେବାର କାହାଣୀ ସେତେବେଳେ ଆରମ୍ଭ ହେଲା ଯେତେବେଳେ ଏହି ଦୁଇ ଭାଇ ନିଜର ପିତାଙ୍କୁ ଏକ କାର ଦୁର୍ଘଟଣାରେ ହରାଇ ବସିଥିଲେ । ଯେତେବେଳେ ଏହି ଦୁର୍ଘଟଣାଟି ହେଲା ସେତେବେଳେ କାରରେ ଗୌରାଙ୍ଗ ଓ ତାଙ୍କର ପିତା ଥିଲେ । କିନ୍ତୁ ଗୌରାଙ୍ଗର ଜୀବନ ବଞ୍ଚିଗଲା ଓ ପିତାଙ୍କର ମୃତ୍ୟୁ ହୋଇଗଲା । ଏହା ପରେ ଗୌରାଙ୍ଗଙ୍କ ମନରେ କେବଳ ଗୋଟିଏ ହିଁ କଥା ସବୁବେଳେ ଚାଲୁଥିଲା କି ସେ କେବେ ନିଜ ପିତାଙ୍କ ପାଇଁ କୌଣସି ଖାସ କାମ କରି ପାରିଲେ ନାହିଁ ।

ଏହା ପରେ ତାଙ୍କ ମୁଣ୍ଡରେ ଏକ ଆଇଡିୟା ଆସିଲା କି ସେ ଅସହାୟ ମାତା ପିତାଙ୍କର ସେବା କରିବେ । ସେହି ସମୟରୁ ହିଁ ସେ ଅସହାୟ ମାତା ପିତାଙ୍କ ଘରକୁ ଟିଫିନ ପଠାଇବା ଆରମ୍ଭ କରିଦେଲେ ।

କହିବାକୁ ଗଲେ ଏହି ଦୁଇ ଭାଇ ଏକ ଖାଦ୍ୟର ଦୋକାନ ଚଲାଉଛନ୍ତି ଓ ତାହା ସହିତ ପ୍ରର୍ପଟୀ ଇନଭେଷ୍ଟମେଣ୍ଟ ର କାମ ବି କରୁଛନ୍ତି । ଯେତେବେଳେ ଏମାନେ ଏହି କାମ ଆରମ୍ଭ କରିଲେ ତେବେ କେବଳ ୪୦ ଜଣ ବୟସ୍କ ବ୍ୟକ୍ତିଙ୍କୁ ହିଁ ଖାଦ୍ୟ ପଠାଯାଉଥିଲା । ପୁଣି ଧୀରେ ଧୀରେ ଏହା ୧୭୦ ପର୍ଯ୍ୟନ୍ତ ପହଞ୍ଚିଗଲା । ଏମାନେ ୩୬୫ ଦିନ ସମସ୍ତଙ୍କୁ ଖାଦ୍ୟ ପଠାଇଥାନ୍ତି । ଏମାନେ ଖାଦ୍ୟ ପ୍ରସ୍ତୁତ କରିବା ପାଇଁ କିଛି କର୍ମଚାରୀ ବି ରଖିଛନ୍ତି ।

ଟିଫିନ ପହଞ୍ଚାଇବାର କାମ ୪ଟି ଅଟୋବାଲା ମିଶି କରିଥାନ୍ତି । ଏହି କାମରେ ତାଙ୍କୁ ସବୁ ମାସରେ ୧ ଲକ୍ଷ ୭୦ ହଜାର ଟଙ୍କା ଖର୍ଚ ହୋଇଯାଏ । ଏହା ସତ୍ତ୍ୱେ ବି ସେମାନେ ଆଜି ପର୍ଯ୍ୟନ୍ତ କାହା ଠାରୁ ସାହାର୍ଯ୍ୟ ମାଗି ନାହାଁନ୍ତି । ଗୌରାଙ୍ଗ କୁହନ୍ତି କି ବେଳେ ବେଳେ କିଛି ଲୋକମାନେ ନିଜ ତରଫରୁ ବି ସାହାର୍ଯ୍ୟ କରିବାକୁ ଆସି ଯାଆନ୍ତି ।

ଏହା ସହିତ ଗୌରାଙ୍ଗ ବେଳେ ବେଳେ ସେହି ଅସହାୟ ବୟସ୍କ ବ୍ୟକ୍ତିଙ୍କ ପାଖକୁ ବି ଯାଇ ସେମାନଙ୍କର ଅବସ୍ଥା ବିଷୟରେ ବି ପଚାରି ବୁଝନ୍ତି । ଏହା ସହିତ ତାଙ୍କ ପାଇଁ ଔଷଧ, ଆଖି ପାଇଁ ଚଷମା ଓ ଅନ୍ୟ ଦରକାରୀ ଜିନିଷ ବି ଦେଇଥାନ୍ତି ।

ଗୌରାଙ୍ଗ କହିଲେ କି ଏମିତି ବି ହୋଇଛି କି ଯେତେବେଳେ ମୁଁ ଏହି ବୟସ୍କ ମାତା ପିତାଙ୍କର ଏତେ ଧ୍ୟାନ ରଖିଥାଏ କି ତାଙ୍କର ପିଲାମାନେ ଏହାକୁ ଦେଖି ଲଜ୍ଜିତ ହୋଇ ଯାଆନ୍ତି ଓ ନିଜର ମାତା ପିତାଙ୍କୁ ନିଜ ସହିତ ନେଇ ଯାଆନ୍ତି । କହିବାକୁ ଗଲେ ଏହି ଦୁଇ ଭାଇ ଆମ ସମସ୍ତଙ୍କ ପାଇଁ ଏକ ପ୍ରେରଣା ଅଟନ୍ତି ।

ଆଶାକରୁଛୁ ଗୌରାଙ୍ଗ ଓ ହିମାଂଶୁଙ୍କ ଏହି କାମ ଆପଣଙ୍କୁ ନିଶ୍ଚିତ ପ୍ରେରିତ କରିବ । ତାଙ୍କ ପାଇଁ ଗୋଟେ ସେଆର କରନ୍ତୁ । ଆଗକୁ ଏମିତି ଅନେକ ପ୍ରେରଣାଦାୟକ ଲେଖାଗୁଡିକ ପାଇଁ ଓଡିଆ ଫାଷ୍ଟ ପେଜକୁ ଏବେହିଁ ଲାଇକ କରନ୍ତୁ । ଧନ୍ୟବାଦ ।