ବନ୍ଧୁଗଣ ଭଗବାନ ଶିବଙ୍କୁ ଭୋଳେନାଥ ମଧ୍ୟ କୁହାଯାଏ, କାରଣ ଭଗବାନ ଶିବ ବହୁତ ଭୋଳା ଅଟନ୍ତି । କାରଣ ଭଗବାନ ଶିବଶଙ୍କରଙ୍କୁ କୌଣସି ଦାମୀ ଦାମୀ ପୂଜା ସମଗ୍ରୀ ଚଢାଇ ବଡ ଆଡମ୍ବର ସହକାରେ ପୂଜା କରିବାର ମଧ୍ୟ ଆବଶ୍ୟକତା ନଥାଏ । ଯେଉଁ ଭକ୍ତ ସଚ୍ଚା ହୃଦୟରୁ ଭଗବାନଙ୍କୁ ନିଷ୍ଠା ସହକାରେ ବେଲପତ୍ର ଓ ଜଳ ଅର୍ପଣ କରିତହେ । ସେହି ଭକ୍ତ ଉପରେ ପ୍ରଭୁ ଭୋଳାଶଙ୍କର ଶୀଘ୍ର ପ୍ରସନ୍ନ ହୋଇଯାଇଥାନ୍ତି ।
ତେବେ ଭଗବାନ ଭୋଲେନାଥଙ୍କୁ ପ୍ରସନ୍ନ କରିବା ପାଇଁ ବେଲ ପତ୍ର ବହୁତ ଆବଶ୍ୟକ ଅଟେ । ଭଗବାନ ଭୋଲେନାଥଙ୍କୁ ବେଲ ପତ୍ର ବହୁତ ପସନ୍ଦ ହୋଇଥାଏ । ଆଜି ଆମେ ଆପଣଙ୍କୁ ପ୍ରଭୁଙ୍କ ଶିବଲିଙ୍ଗ ଉପରେ ବେଲ ପତ୍ର କେମିତି ଅର୍ପଣ କରିବା ଉଚିତ ଓ କେଉଁ ଦିନରେ ବେଲପତ୍ର ତୋଳିବା ଉଚିତ ? ସେହି ସମ୍ପର୍କରେ ଆଜି ଆମେ ଆପଣଙ୍କୁ କିଛି ଜ୍ଞାନପୂର୍ଣ୍ଣ ତଥ୍ୟ ଦେବାକୁ ଯାଉଛୁ ।
ଶାସ୍ତ୍ର ଅନୁଯାଇ ବେଲ ପତ୍ର ସୋମବାରରେ ଜମା ବି ତୋଳିବା ଉଚିତ ନୁହେଁ, ଏହା ଆପଣଙ୍କ ପୂଜାକୁ ସଫଳ କରିନଥାଏ । ଯେବେ ବି ବେଲ ପତ୍ର ତୋଳିବେ ଗଛକୁ ପ୍ରଣାମ ନିହାତି କରିବେ । ଏହା ଛଡା ବେଲ ପତ୍ର ଏମିତି ତୋଳିବା ଉଚିତ ଯାହା ଦ୍ଵାରା ଗଛକୁ କଷ୍ଟ ହବ ନାହିଁ । ଏହା ଛଡା ପତ୍ର ତୋଳିଲା ବେଳେ ଭୁଲରେ ବି ଡାଳ ଭାଙ୍ଗିବେ ନାହିଁ । ବେଲ ପତ୍ର ଭଗବାନ ଶିବଙ୍କୁ ବହୁତ ପ୍ରିୟ ଅଟେ ସେଥିପାଇଁ ତାଙ୍କ ଭକ୍ତ ମାନେ ବେଲ ପତ୍ର ତାଙ୍କୁ ଅର୍ପଣ କରନ୍ତି ।
ତେବେ ସୋମବାର ଛଡା ଅନ୍ୟ ଦିନ ଯେମିତି ସଙ୍କରାନ୍ତି, ପୂର୍ଣ୍ଣିମା ଏହି ଭଳି ସବୁ ଦିନରେ ବେଲ ପତ୍ର ତୋଳିବା ଉଚିତ ନୁହେଁ, ଯଦି ଏହି ଦିନ ମାନଙ୍କରେ ଆପଣଙ୍କୁ ବେଲପତ୍ରର ଆବଶ୍ୟକତା ଥାଏ । ତେବେ ଆପଣ ମାନେ ଗୋଟେ ଦିନ ଆଗରୁ ତୋଳା ହୋଇଥିବା ବେଲ ପତ୍ର ଅର୍ପଣ କରିବା ଉଚିତ । ବେଲ ପତ୍ର ପାଇଁ ଶାସ୍ତ୍ରରେ ମଧ୍ୟ କୁହାଯାଇଛି, ଯେ ଥରେ ଅର୍ପଣ ହୋଇଥିବା ବେଲ ପତ୍ର ଆଉ ଥରେ ଅର୍ପଣ କରିପାରିବେ, କେବଳ ଏହାକୁ ଭଲ ଭାବରେ ଧୋଇ ଆପଣ ଏହାକୁ ଚଢାଇ ପାରିବେ ।
ବେଲ ପତ୍ର କେବେ ବି ଶିବଲିଙ୍ଗ ଉପରେ ଓଲଟା ରଖନ୍ତୁ ନାହିଁ, ସବୁବେଳେ ପତ୍ରର ଚିକ୍କଣ ଭାଗ ଶିବଲିଙ୍ଗ ଉପରେ ରଖି ପୂଜା କରନ୍ତୁ । ଦେଖିବେ ଆପଣଙ୍କ ଜୀବନର ସବୁ ଦୁଃଖ କଷ୍ଟ ଦୂର ହବ ଓ ଆପଣଙ୍କୁ ଶାନ୍ତି ଓ ସମୃଦ୍ଧି ପ୍ରାପ୍ତ ହୋଇଥାଏ ।
ଆଶା କରୁଛୁ । ବନ୍ଧୁଗଣ ଏହି ଲେଖାଟି ଆପଣଙ୍କୁ ଭଲ ଲାଗିଥିବ । ଆମ ସହ ଆଗକୁ ଯୋଡି ହୋଇ ରହିବା ପାଇଁ ପେଜକୁ ଗୋଟେ ଲାଇକ୍ ଓ ଶେୟାର କରିବା ସହ କମେଣ୍ଟରେ ହର ହର ମହାଦେବ ଅବଶ୍ୟ ଲେଖିକି ଜଣାନ୍ତୁ । ଧନ୍ୟବାଦ