ଯଦି ଜୀବନରେ କୌଣସି ସମସ୍ୟାର ସମୁଖୀନ ହେଉଥିବା ବେଳେ ହଠାତ ଅନୁଆ କୌଣସି ସମସ୍ଯା ଦେଖାଦିଏ ତେବେ ଏହାକୁ ବେଳା ଖରାପ ପଡିଛି ବୋଲି ଲୋକେ କହିଥାନ୍ତି । ଯଦି ରାତିରେ ଶୋଇବା ସମୟରେ ଖରାପ ସ୍ଵପ୍ନ ବାରମ୍ବାର ଆସୁଥାଏ ତେବେ ଘରେ କଳହ କିମ୍ବା ଅନ୍ୟ କୌଣସି ସମସ୍ଯା ଦେଖାଦେବାର ସଂକେତ ହୋଇଥାଏ । ତେଣୁ ଶୋଇବା ପୂର୍ବରୁ ଠାକୁରଙ୍କୁ ସ୍ମରଣ କରି ଶୋଇବା ଉଚିତ ।
ଯଦି କୌଣସି ଦିନ ସ୍ଵପ୍ନରେ କାହାକୁ କାନ୍ଦୁଥିବାର ଦେଖନ୍ତି ତେବେ ଏହା ଖରାପ ସମୟ ଆସିବାର ସଂକେତ ହୋଇପାରେ । ତେଣୁ ଏହି ସ୍ଵପ୍ନ ବିଷୟରେ କାହାକୁ କୁହନ୍ତୁ ନାହିଁ । ଯଦି ଶରୀରରେ କୌଣସି ଅଙ୍ଗର ବାମପଟେ କମ୍ପନ ହୁଏ ତେବେ ଆଗାମୀ ଦିନରେ ଖରାପ ସମୟ କିମ୍ବା କୌଣସି ସମସ୍ଯା ଦେଖାଦେବାର ସଂକେତ ହୋଇଥାଏ । ଯଦି ଆପଣ କଳା ରଙ୍ଗର ବିଲେଇ ଦେଖିଥାନ୍ତି ଏବଂ ସେ ଆପଣଙ୍କୁ କିଛି ସମୟ ଚାହିଁ ରହିଥାଏ, ତେବେ ଏହା ଖରାପ ସମୟ ଆସିବାର ଅଥବା କୌଣସି ବିପଦରେ ପଡିବାର ସଂକେତ ହୋଇଥାଏ ।
କୌଣସି ଦିନ ଝାଡୁ କରୁଥିବା ସମୟରେ କୌଣସି ଅନାବଶ୍ୟକ ଜିନିଷ ଦେଖନ୍ତି ଯାହା ପୂର୍ବରୁ ଦେଖି ନଥାନ୍ତି ତେବେ ଏହା କୌଣସି ସମସ୍ୟାର କାରଣ ହୋଇପାରେ । ତୁରନ୍ତ ଏହାକୁ ପାଣିରେ ପକାଇଦେବା ଉଚିତ । ଯଦି ଘରେ ଦୁଇଟି ଝିଟିପିଟି ଲଢେଇ କରୁଥିବାର ଦେଖନ୍ତି ତେବେ କୌଣସି ସଙ୍କଟ ଦେଖାଦେବାର ସଂକେତ ହୋଇଥାଏ କିମ୍ବା କଃ ସହ ଝଗଡା ହେବାର ସଂକେତ ହୋଇଥାଏ ।
ଯଦି କୌଣସି ଦିନ ଘରର ପୋଷା କୁକୁର ହଜିଯାଏ କିମ୍ବା ମରିଯାଏ ତେବେ ଅଶୁଭ ହେବା ସହ ପରିବାର ପାଇଁ ଖରାପ ସମୟ ଆରମ୍ଭ ହେବାର ସଂକେତ ଦେଇଥାଏ । ଘରେ ଯଦି ତେଲ ନଷ୍ଟ ହୁଏ କିମ୍ବା ତୈଳ ସମ୍ପର୍କିତ ଜିନିଷ ନଷ୍ଟ ହୁଏ ତେବେ ଅଶୁଭ ହୋଇଥାଏ ଓ ଖରାପ ସମୟ ଆଗମନ ହେବାର ସୂଚନା ପ୍ରାପ୍ତ ହୋଇଥାଏ । ଯଦି ଘର ସମୁଖରେ କୁକୁର କ୍ରନ୍ଦନ କରେ କିମ୍ବା ଘର ସମୁଖରେ କଳା କୁକୁର କଳି କରନ୍ତି ତେବେ ଅଶୁଭ ସଂକେତ ମିଳିଥାଏ ଏବଂ ଖରାପ ସମୟ ଆସିବାର ସଂକେତ ମିଳିଥାଏ ।
ଯଦି ପରିବାରରେ କୌଣସି ସଦସ୍ୟଙ୍କର ସୁନା ଜିନିଷ ହଜିଯାଏ ତେବେ ଅଶୁଭ ସଂକେତ ମିଳିଥାଏ ଏବଂ ଖରାପ ସମୟ ଆଗମନ ହେବାର ସଂକେତ ମିଳିଥାଏ । ଯଦି ଘରେ କୌଣସି ନିକଟ ସମ୍ପର୍କୀୟ ଆପଣଙ୍କ ଠାରୁ କୌଣସି କାରଣବଶତଃ ଦୂରେଇ ଯାଇଥାନ୍ତି ତେବେ ଅଶୁଭ ହୋଇଥାଏ ଏବଂ ଖରାପ ସମୟ ଆସିବାର ସଂକେତ ମିଳିଥାଏ । ଯଦି ଘରେ କୌଣସି ମାଙ୍ଗଳିକ କାର୍ଯ୍ୟ ଆରମ୍ଭ ହେବା ପୂର୍ବରୁ ଘରେ କୌଣସି ସଦସ୍ୟ ରୋଗଗ୍ରସ୍ତ ହୁଅନ୍ତି ତେବେ ଅଶୁଭ ସଙ୍କେତ ମିଳିଥାଏ ଏବଂ ଖରାପ ସମୟ ଆଗମନ ହେବାର ସଂକେତ ପ୍ରାପ୍ତ ହୋଇଥାଏ ।
ସକାଳୁ ଉଠିଲା ମାତ୍ରେ ପ୍ରଥମେ ନିଜର ଦୁଇ ପାପୁଲିକୁ ଦେଖି ମୁହଁରେ ସ୍ପର୍ଶ କରାଇବା ଉଚିତ । ଏହା ଅତ୍ୟନ୍ତ ମଙ୍ଗଳକାରୀ ହେବ ସହ ଖରାପ ସମୟ ଶୀଘ୍ର ଦୂରେଇ ଯାଏ । ସୋମବାର ଦିନ ମହାଦେବଙ୍କ ମନ୍ଦିର ଯାଇ ଲିଙ୍ଗ ଉପରେ କ୍ଷୀର ଅର୍ପଣ କରିବା ଦ୍ଵାରା ଅତ୍ୟନ୍ତ ମଙ୍ଗଳକାରୀ ହୋଇଥାଏ ଏବଂ ଗ୍ରହଙ୍କ ଖରାପ ପ୍ରଭାବ ଦୂର ହେବା ସହ ଖରାପ ସମୟ ଦୂର ହୋଇଥାଏ ।
ପ୍ରତ୍ଯେକ ଦିନ ଗାଧୋଇବା ସମୟରେ ପାଣିରେ ଟିକେ ଇଲାଇଚି ଏବଂ କେଶର ମିଶାଇ ଗାଧୋଇବା ଦ୍ଵାରା ଶୁଭ ହୋଇଥାଏ ଓ ଖରାପ ସମୟ ଧୀରେ ଧୀରେ ଦୂର ହୋଇଥାଏ । ଆମ ପୋଷ୍ଟ ଅନ୍ୟମାନଙ୍କ ସହ ଶେୟାର କରନ୍ତୁ ଓ ଆଗକୁ ଆମ ସହ ରହିବା ପାଇଁ ଆମ ପେଜ୍ କୁ ଲାଇକ କରନ୍ତୁ ।