ବାତ୍ୟା ପାଇଁ ପାଗ ବଦଳିଲାଣି…ରାଜ୍ୟର ସ୍ଥାନେ ସ୍ଥାନେ ବର୍ଷା ହେଉଥିବା ସୂଚନା ମିଳିଛି..

ନମସ୍କାର ବନ୍ଧୁଗଣ । ଆସୁଛି ବାତ୍ୟା ଆଉ ପ୍ରବଳ ବର୍ଷା ହେବ । ଆରମ୍ଭ ହେଲାଣି ପବନ ଆଉ ବର୍ଷା ଆରମ୍ଭ ହେଲାଣି । ହଁ ଦର୍ଶକ ବନ୍ଧୁ ଗଜପତି ଜିଲ୍ଲା ରେ ତୁହା କୁ ତୁହା ବର୍ଷା ହେଲାଣି । ଅନେକ ସ୍ଥାନରେ ମେଘୁଆ ପାଗ ମଧ୍ୟ ରହିଲାଣି । ଏମିତି କି ଟ୍ଵିନ ସିଟି ଭୁବନେଶ୍ଵର, କଟକ ରେ ମଧ୍ୟ ପାଗ ବଦଳିଲାଣି । ପାଗ କୁ ଦେଖିଲେ ଲାଗୁଛି ସତେ ଯେମିତି ମାଡି ଆସୁଛି ଆଉ ଏକ ବାତ୍ୟା । ଆଗରୁ ଅନେକ ବାତ୍ୟା ଦେଖିଛି ଓଡିଶା ।

ବାତ୍ୟା ଆସିବା ପୂର୍ବରୁ ଯେମିତି ପଗା ହୁଏ ଠିକ ସେମିତି ପାଗ ଏବେ ଓଡିଶାରେ କିଛି ସ୍ଥାନରେ ହୋଇଛି । ଖାଲି ପାଗ ବଦଳି ନାହିଁ ବର୍ଷ ମଧ୍ୟ ହେଲାଣି । ଆଉ ପବନ ମଧ୍ୟ ବୋହିଲାଣି । ବାତ୍ୟା ହେବ ଏ କାଠ ସତ କିନ୍ତୁ ଓଡିଶାରେ ଏହା ସ୍ଥଳ ଭାଗ ଛୁଇଁବ ନାହିଁ । କିନ୍ତୁ ଓଡିଶାରେ ପ୍ରବଳ ବର୍ଷା ହେବାର ସମ୍ଭାବନା ଅଛି । ଆସନ୍ତା 3 ଦିନ ଯାଏଁ ଓଡିଶାରେ ହେବ । ଯେବେ ବାତ୍ୟା ସ୍ଥଳ ଭାଗ ଛୁଇଁବ ସେତେବେଳେ 110 କିମି ବେଗରେ ପବନ ବୋହିବ ।

ଆଉ ବେଳେବେଳେ 120 କିମି ବେଗରେ ପବନ ଝଟକା ମଧ୍ୟ ଦେବ । ଦକ୍ଷିଣ ପୂର୍ବ ବଙ୍ଗୋପସାଗାରେ ସୃଷ୍ଟି ହୋଇଥିବା ଗଭୀର ଅବପାତ ଗତ କାଲି ସାମୁଦ୍ରିକ ଝଡ ଓ ବାତ୍ୟାର ରୂପ ନେଇ ସାରିଛି । ଭାରତୀୟ ପାଣିପାଗ ବିଭାଗର ସୂଚନା ଅନୁସାରେ ଗତ କାଲି ସନ୍ଧ୍ୟା 7ଟା ସୁଧା ବାତ୍ୟା ପୁଡୁଚେରି ଠାରୁ 240 କିମି, ଚେନ୍ନାଇ ଠାରୁ 210 କିମି ଓ ମଝଲିପଟନମ ଠାରୁ 450 କିମି ଠାରୁ ଦକ୍ଷିଣ ପୂର୍ବ ରେ କେନ୍ଦ୍ରୀଭୂତ ହୋଇଛି ।

ବାତ୍ୟା ଘଣ୍ଟା ରାତି 8 କିମି ବେଗରେ ଆଗକୁ ବଢୁଛି । କ୍ରମଶ ଉତ୍ତର ପଶ୍ଚିମ ଦିଗକୁ ଗତି କରି ଆହୁରି ଘନିଭୂତ ହୋଇ ଆଜି ସୁଧା ଦକ୍ଷିଣ ଆନ୍ଧ୍ର ପ୍ରଦେଶ ଓ ସଲଗ୍ନ ଉତ୍ତର ତାମିଲନାଡୁ ଉପକୂଳ ନିକଟ ପଶ୍ଚିମ ଉପକୂଳ ବଙ୍ଗୋପସାଗର ରେ ପହଞ୍ଚିବ ବାତ୍ୟା । ଏହା ପରେ ପ୍ରାୟ ସମାନ୍ତରଣ ଭାବେ ଦକ୍ଷିଣ ଆନ୍ଧ୍ର ଉପକୂଳ ନିକଟରେ ଗତି କରି 5 ତାରିଖ ପୂର୍ବାହ୍ନ ରେ ମଝିଲପଟନମ ମଧ୍ୟରେ ଦକ୍ଷିଣ ଆନ୍ଧ୍ର ପ୍ରବେଶ ଉପକୂଳ ଅତିକ୍ରମ କରିବ ବୋଲି ପୂର୍ବ ଅନୁମାନ କରା ଯାଇଛି ।

ଆଉ ସେହି ସମୟରେ ପବନନର ବେଗ 90 ରୁ 100 କିମି ରହିବ ବୋଲି ପୂର୍ବ ଅନୁମାନ କରା ଯାଇଛି । ଆଉ ଏହାର ପ୍ରଭାବରେ ଓଡିଶାରେ 3 ଦିନ ପ୍ରବଳ ରୁ ଅତି ପ୍ରବଳ ବର୍ଷା ହେବ । ଆଜି ମାଲକାନାଗିରି, ରାୟପୁର, କୋରାପୁଟ, ଗଜପତି ଓ ଗଞ୍ଜାମ ଜିଲ୍ଲା ପାଇଁ ୟେଲୋ ବାର୍ଣ୍ଣିଂ ଜାରି କରାଯାଇଛି । ସେହିପରି ନବରଙ୍ଗପୁର, କଳାହାଣ୍ଡି, କନ୍ଧମାଳ, ପୁରୀ ରେ ଅତି ପ୍ରବଳ ବର୍ଷା ହେବ ଆସନ୍ତା 3 ଦିନ ଯାଏଁ । ଏମିତି କି ଚାଷୀମାନଙ୍କୁ ଧାନ ଅମଳ କରି ନେବାକୁ ସୂଚନା ଦିଆ ଯାଇଛି । ବନ୍ଧୁଗଣ ଆଗକୁ ଏଭଳି ଅପଡେଟ ପାଇବା ପାଇଁ ଆମ ପେଜକୁ ଗୋଟିଏ ଲାଇକ, ସେୟାର, କମେଣ୍ଟ କରନ୍ତୁ, ଧନ୍ୟବାଦ ।