ବାତ୍ୟା ଆମ୍ଫାନକୁ ନେଇ ୧୨ଟି ଉପକୂଳବର୍ତ୍ତୀ ଜିଲ୍ଲାକୁ ସତର୍କ ସୂଚନା ଜାରୀ, ଭେରି ସିଭିୟର ସାଇକ୍ଲୋନିକ ଷ୍ଟର୍ମର ରୂପ ନେଇପାରେ

ସାରା ଦେଶ କୋରୋନା ଭଳି ମହାମାରୀ ସହିତ ଲଢେଇ କରୁଥିବା ସମୟରେ ଓଡିଶାରେ ବାତ୍ୟାର ସମ୍ଭାବନା ଥିବାରୁ ସେଥିପାଇଁ ପ୍ରସ୍ତୁତ ରହିବା ପାଇଁ ବର୍ତ୍ତମାନ ୧୨ଟି ଉପକୂଳବର୍ତୀ ଜିଲ୍ଲାରେ ସତର୍କ ଜାରି କରାଯାଇଛି । ଆଜି ବାତ୍ୟାର ରୂପ ନେବାକୁ ଯାଉଛି ଆମ୍ଫାନ । ଏହା ସହିତ କଲେକ୍ଟର ଲୋକ ମାନଙ୍କ ପାଇଁ ସନ୍ଦିଗ୍ଧ ଆଶ୍ରୟ ଗୃହର ମଧ୍ୟ ବ୍ୟବସ୍ତା କରିବା ପାଇଁ କୁହାଯାଇଛି । ଏହା ବିଷୟରେ ଜଣେ ଉଚ ସରକାରୀ ଅଧିକାରୀ ସୂଚନା ଦେଇଛନ୍ତି ।

ବଙ୍ଗୋପ ସାଗରରେ ଲଘୁ ଚାପର ଏକ କ୍ଷେତ୍ର ସୃଷ୍ଟି ହେଉଛି ଯାହା ବାତ୍ୟାର ରୂପ ନେବାର ଅଧିକ ସମ୍ଭାବନା ଅଛି ଯାହାକି ଆଜି କିଛି ସମୟ ପରେ ଜଣାପଡିବା । ଓଡିଶାର ଏହାକୁ ନେଇ ପ୍ରସ୍ତୁତି ନେଇ ସ୍ୱତନ୍ତ୍ର ରିଲିଫ୍ କମିଶନର ପିକେ ଜେନା କହିଛନ୍ତି କି ସେ ମୁଖ୍ୟ ସଚିବ ଅସିତ ତ୍ରିପାଠୀ ଙ୍କ ସହିତ ବାତ୍ୟା ଏ ସ୍ଥିତି ଏବଂ ରାଜ୍ୟ ଉପରେ ପଡିବାକୁ ଥିବା ଏହାର ପ୍ରଭାବ ବିଷୟରେ କଥା ହୋଇଛି ।

ପିକେ ଜେନା କହିଛନ୍ତି କି ବର୍ତ୍ତମାନ ପର୍ଯ୍ୟନ୍ତ ଏହାର ଗତି ଜଣାପଡି ନାହିଁ । ବାତ୍ୟା ଉପକୂଳରେ କେଉଁଠାରେ ଲ୍ୟାଣ୍ଡ ଫଲ କରିବ ଏହାର ସୂଚନା ପାଣିପାଗ ବିଭାଗ ଦେବ । ସେ କହିଛନ୍ତି କି ଏହି ବାତ୍ୟା ଉତ୍ତର ଓଡିଶା, ୱେଷ୍ଟ ବେଙ୍ଗାଲ ଓ ବାଂଲାଦେଶ କୁ ଯାଇପାରେ । ସେ କହିଛନ୍ତି କି ମତ୍ସ୍ୟଜୀବି ମାନଙ୍କୁ ଶୁକ୍ରବାର ଠାରୁ ସମୁଦ୍ର ଭିତରକୁ ନଯିବା ପାଇଁ ଉପଦେଶ ଦିଆଯାଇଛି । ବର୍ତ୍ତମାନ ପର୍ଯ୍ୟନ୍ତ ପାଣିପାଗ ବିଭାଗ କୌଣସି ସଠିକ ସୂଚନା ଦେଇ ନାହାଁନ୍ତି କିନ୍ତୁ ସ୍ପଷ୍ଟ କରିଛନ୍ତି କି କମ ଚାପ କ୍ଷେତ୍ର ଶୁକ୍ରବାର ଦିନ ଆହୁରି ବଢିବ ଏବଂ ପରେ ଏହା ବାତ୍ୟାର ରୂପ ନେବ ।

ଭାରତୀୟ ପାଣିପାଗ ବିଭାଗର ମୃତ୍ୟୁଞ୍ଜୟ ମହାପାତ୍ର କହିଛନ୍ତି କି ବର୍ତ୍ତମାନେ ଆମେ ସଠିକ ଭାବରେ ଅନୁମାନ କରିପାରି ନାହୁଁ କାରଣ ଚକ୍ରବାତ ବର୍ତ୍ତମାନ ସୃଷ୍ଟି ହୋଇ ନାହିଁ । ଓଡିଶା ର ଉତ୍ତର ଏବଂ ପଶ୍ଚିମ ବଙ୍ଗାଲ ର ଦକ୍ଷିଣ ଭାଗରେ ଥିବା ଜିଲ୍ଲା ଗୁଡିକରେ ଏହାର ପ୍ରଭାବ ପଡିପାରେ । ଏହାର ପରିଣାମ ସ୍ୱରୂପ ଉପକୂଳବର୍ତୀ ଅଞ୍ଚଳ ଗୁଡିକରେ ୧୯ମେ ଠାରୁ ପ୍ରବଳ ବର୍ଷା ହେବ ବୋଲି ଅନୁମାନ କରାଯାଉଛି । ସ୍ଥଳଭାଗ ଛୁଇଁବା ସମୟରେ ପବନର ବେଗ ଘଂଟାକୁ ୧୬୦ କିଲୋମିଟର ପର୍ଯ୍ୟନ୍ତ ଯାଇପାରେ ବୋଲି କୁହାଯାଉଛି । ତେଣୁ ଏହି ସାମୁଦ୍ରିକ ବାତ୍ୟା ଅଧିକ ଶକ୍ତିଶାଳୀ ରହିବ ବୋଲି ଅନୁମାନ କରାଯାଉଛି ।

ପିକେ ଜେନା କହିଛନ୍ତି କି ପରିସ୍ଥିତି କୁ ଦେଖି ଓଡିଶା ସରକାର ୧୨ଟି ଉପକୂଳବର୍ତୀ ଜିଲ୍ଲାରେ ସତର୍କ ଜାରି କରିଛନ୍ତି ଯେଉଁଥିରେ ଜଗତସିଂହପୁର, କେଦ୍ରାପଡା, ଭଦ୍ରକ ଏବଂ ବାଲେଶ୍ଵର ଅଛି । ସେ କହିଛନ୍ତି ଆବଶ୍ୟକ ପଡିଲେ ଏନଡିଆରଏଫ ଏବଂ ଅଗ୍ନିଶମ ସେବା ସହିତ ଅନ୍ୟ ସେବା ମଧ୍ୟ ଯୋଗାଇ ଦିଆଯିବ । ସ୍ୱତନ୍ତ୍ର ରିଲିଫ୍ କମିଶନର କହିଛହନ୍ତି କି ଓଡିଶା ଏଭଳି ପରିସ୍ଥିତିର ସାମନା ଆଗରୁ ମଧ୍ୟ କରିଛି ଏଥିପାଇଁ ସ୍ଥିତିର ପ୍ରବନ୍ଧନ ଠିକ ଭାବରେ କରାଯିବ । ଦେଶ ଦୁନିଆର ଟିକନିକ ଖବର ବିଷୟରେ ଅପଡେଟ ରହିବା ପାଇଁ ପେଜକୁ ଲାଇକ କରନ୍ତୁ ।