ଜାଣନ୍ତୁ କିଏ ଅଟନ୍ତି ବାସ୍ତୁ ପୁରୁଷ ଓ କେମିତି ହୋଇଥିଲା ତାଙ୍କର ଜନ୍ମ, ଯାହାଙ୍କ ପୂଜାରେ ଦୂର ହେଇଯାଏ ସବୁ ବାସ୍ତୁଦୋଷ

ନିର୍ମାଣ କାର୍ଯ୍ୟ, ଅନୁଷ୍ଠାନ, କୂଅ ଖୋଳିବା, ଶିଳାନ୍ୟାସ, ଦ୍ଵାର ସ୍ଥାପନା ଓ ଗୃହ ପ୍ରବେଶ ସମୟରେ ବାସ୍ତୁ ଦେବତାଙ୍କ ପୂଜନର ବିଧାନ ଅଛି । ଏମିତି କୁହାଯାଏ କି ବାସ୍ତୁ ଦେବତାଙ୍କ ପୂଜା କରିବା ଦ୍ଵାରା ବାସ୍ତୁ ଦୋଷ ଲାଗି ନ ଥାଏ ଓ ଘରେ ଶାନ୍ତି ରହିଥାଏ । କିନ୍ତୁ ବାସ୍ତୁ ଦେବତା କିଏ ଅଟନ୍ତି ଓ ତାଙ୍କର ଉତ୍ପତ୍ତି କେମିତି ହୋଇଥିଲା, ଏହା ବିଷୟରେ ବହୁତ କମ ଲୋକମାନେ ଜାଣିଛନ୍ତି । ତେବେ ଚାଲନ୍ତୁ ଜାଣିବା ବସ୍ତୁଦେବତାଙ୍କ ବିଷୟରେ ।

କିଏ ଅଟନ୍ତି ବାସ୍ତୁ ଦେବତା

ବାସ୍ତୁ ଦେବତାଙ୍କୁ ହିଁ ବାସ୍ତୁ ପୁରୁଷ ବି କୁହାଯାଏ । ଏହା ସହିତ ଜଡିତ କଥା ଅନୁସାରେ ତାଙ୍କର ଉତ୍ପତ୍ତି ଭଗବାନ ଶିବଙ୍କ ଝାଳରୁ ହୋଇଥିଲା । ମତ୍ସ୍ୟ ପୁରାଣରେ ତାଙ୍କ ବିଷୟରେ ଲେଖା ଯାଇଛି । ଯାହା ଅନୁସାରେ ଥରେ ଦେବତା ଓ ଅସୁରଙ୍କର ଯୁଧ୍ୟ ହେଉ ଥିଲା । ଏହି ଯୁଧ୍ୟରେ ଦେବତାଙ୍କ ତରଫରୁ ଭଗବାନ ଶିବ ଓ ଅସୁରଙ୍କ ତରଫରୁ ଅନ୍ଧକାସୁର ଯୁଧ୍ୟ କରୁଥିଲେ ।

ଯୁଧ୍ୟ କରୁଥିବା ସମୟରେ ଭଗବାନ ଶିବ ଓ ଅନ୍ଧକାସୁରଙ୍କ ଝାଳ ବାହାରିବାକୁ ଲାଗିଲା ଓ ଏହି ଦୁଇ ଜଣଙ୍କ ଝାଳର କିଛି ବୁନ୍ଦା ଭୂମି ଉପରେ ପଡିଗଲା । ଯାହା ଦ୍ଵାରା ଏକ ବିରାଟ ପୁରୁଷର ଉତ୍ପତ୍ତି ହେଲା ଓ ଏହି ବିରାଟ ପୁରୁଷ ପୁରା ପୃଥିବୀକୁ ଘୋଡାଇ ନେଲା ।

ଏହା ମଧ୍ୟରେ ଅଟକି ଗଲା ଯୁଧ୍ୟ

ବିରାଟ ପୁରୁଷଙ୍କ ଉତ୍ପତ୍ତି ଦ୍ଵାରା ସମସ୍ତ ଦେବତା ଓ ଅସୁରମାନେ ଆଶ୍ଚର୍ଯ୍ୟ ହୋଇଗଲେ । ଏହାକୁ ଦେଖି ସମସ୍ତେ ଯୁଧ୍ୟ କରିବା ବନ୍ଦ କରିଦେଲେ । କହିବାକୁ ଗଲେ ଦେବତାମାନଙ୍କୁ ଲାଗିଲା କି ଏହି ବିରାଟ ପୁରୁଷ ଜଣକ ଅସୁର ଅଟେ । ଅନ୍ୟ ପଟେ ଅସୁରମାନଙ୍କୁ ଲାଗିଲା କି ଏହି ବିରାଟ ପୁରୁଷ ଜଣକ ଜଣେ ଦେବତା ଅଟନ୍ତି । ଯିଏ ତାଙ୍କ ସହ ଯୁଧ୍ୟ କରିବାକୁ ଆସିଛନ୍ତି । କିନ୍ତୁ ଯେତେବେଳେ ତାଙ୍କୁ ଜଣା ପଡିଲା କି ଏହି ବିରାଟ ପୁରୁଷ ଜଣକ ନା ହିଁ ଦେବତା ଅଟନ୍ତି ଓ ନା ହିଁ ଅସୁର ଅଟେ ତେବେ ଦେବତା ଅସୁର ଏହି ବିରାଟ ପୁରୁଷ ଜଣକୁ ଧରି ବ୍ରହ୍ମାଙ୍କ ପାଖକୁ ଗଲେ ।

ବ୍ରହ୍ମା ଦେଲେ ‘ବାସ୍ତୁ ପୁରୁଷ’ର ନାମ

ବ୍ରହ୍ମା ଦେବତା ଓ ଅସୁରମାନଙ୍କୁ କହିଲେ କି ଏହି ବିରାଟ ପୁରୁଷ ଭଗବାନ ଶିବ ଓ ଅନ୍ଧକାସୁର ଝାଳ ଦ୍ଵାରା ଜନ୍ମ ହୋଇଛି । ସେଥିପାଇଁ ଆପଣ ଏହି ବିରାଟ ପୁରୁଷକୁ ପୃଥିବୀର ପୁତ୍ର କହି ପାରିବେ । ଅନ୍ୟ ପଟେ ବ୍ରହ୍ମା ଏହି ବିରାଟ ପୁରୁଷ ବିଷୟରେ କହିଲେ କି ଏହାକୁ ବାସ୍ତୁ ପୁରୁଷ ନାମ ଦ୍ଵାରା ବି ଜଣାଯିବ । ଏହି ସଂସାର କଲ୍ୟାଣ ପାଇଁ ବାସ୍ତୁ ପୁରଷ ପୃଥିବୀରେ ସମାହିତ ହେବେ ଓ ପୃଥିବୀ ଭିତରେ ହିଁ ବାସ କରିବେ ।

ଦେଲେ ‘ବାସ୍ତୁ ପୁରୁଷ’କୁ ବରଦାନ

ବ୍ରହ୍ମା ବାସ୍ତୁ ପୁରୁଷକୁ ବରଦାନ ବି ଦେଲେ ଓ କହିଲେ କି ଯେଉଁ ବ୍ୟକ୍ତି ପୃଥିବୀର ଭୂ – ଭାଗ ଉପରେ କୌଣସି ବି ପ୍ରକାରର ନିର୍ମାଣ କାର୍ଯ୍ୟ ଆରମ୍ଭ କରିବା ପୂର୍ବରୁ ବାସ୍ତୁ ପୁରୁଷର ପୂଜା କରିବ ତେବେ ତାକୁ ସଫଳତା ଅବଶ୍ୟ ମିଳିବ ଓ ସବୁ କାର୍ଯ୍ୟରେ ସିଦ୍ଧି ମିଳିବ । ଅନ୍ୟ ପଟେ ଯିଏ ବାସ୍ତୁ ପୁରୁଷର ବିନା ପୂଜାରେ ନିର୍ମାଣ କାର୍ଯ୍ୟ ଆରମ୍ଭ କରିବ, ତେବେ ତାକୁ ଅସୁବିଧାର ସାମ୍ନା କରିବାକୁ ପଡିବ ।

ବାସ୍ତୁ ପୁରୁଷ ନେଲେ ବିଶେଷ ମୁଦ୍ରା

ବରଦାନ ମିଳିବା ପରେ ବାସ୍ତୁ ପୁରୁଷ ପୃଥିବୀ ଉପରେ ଆସିଗଲେ ଓ ପୃଥିବୀ ଉପରେ ଆସି ସେ ଏକ ବିଶେଷ ମୁଦ୍ରା ନେଲେ । ନିଜର ଦୁଇ ହାତକୁ ଯୋଡି ପିତା ବ୍ରହ୍ମଦେବ ଓ ପୃଥିବୀ ମାତାକୁ ନମସ୍କାର କରି ଔଂଧେ ମୁହଁ ପୃଥିବୀ ସାମ୍ନାକୁ ଗଲେ । ଏହି ମୁଦ୍ରା ଅନୁସାରେ ତାଙ୍କର ପିଠି ନୈଋତ୍ୟ କୋଣ ଓ ମୁହଁ ଈଶାନ କୋଣରେ ଅଛି । ତାଙ୍କର ପାଦ ନୈଋତ୍ୟ କୋଣ ଅର୍ଥାତ ଦକ୍ଷିଣ-ପଶ୍ଚିମ ଦିଗ ଆଡକୁ ଅଛି । ଯେତେବେଳେ କି ତାଙ୍କର ହାତ ପୂର୍ବ ଏବଂ ଉତ୍ତର ଦିଗ ଓ ଗୋଡ଼ ଦକ୍ଷିଣ ଏବଂ ପଶ୍ଚିମ ଦିଗ ତରଫକୁ ଅଛି ।

କରନ୍ତି ଘରର ସଂରକ୍ଷକ

ବାସ୍ତୁ ପୁରୁଷକୁ ଘରର ସଂରକ୍ଷକ କୁହା ଯାଇଛି ଓ ତାଙ୍କର ପୂଜା ଦେବତାଙ୍କ ରୂପରେ କରାଯାଇଥାଏ । କୌଣସି ବି ପ୍ରକାରର ନିର୍ମାଣ କାର୍ଯ୍ୟ କରିବା ପୂର୍ବରୁ ତାଙ୍କର ପୂଜା ହୋଇଥାଏ ଓ ଘରେ ସଂରକ୍ଷଣର କାମନା କରାଯାଇଥାଏ । ସେଥିପାଇଁ ଆପଣ ଯେତେବେଳେ ବି କୌଣସି ନିର୍ମାଣ କାର୍ଯ୍ୟ କରୁଛନ୍ତି ତେବେ ତାଙ୍କର ପୂଜା ଅବଶ୍ୟ କରନ୍ତୁ ।

ଆମ ପେଜକୁ ଲାଇକ କରନ୍ତୁ, ଯାହା ଫଳରେ ଆଗକୁ ଆମେ ଏମିତି ନୂଆ ନୂଆ ଆର୍ଟିକିଲ ଆପଣଙ୍କ ପାଇଁ ନେଇ ଆସିବୁ । ସାଙ୍ଗମାନେ ଆଶା କରୁଛୁ କି ଆପଣଙ୍କୁ ଆମର ଏହି ଆର୍ଟିକିଲଟି ନିଶ୍ଚୟ ଭଲ ଲାଗିଥିବ । ଅନ୍ୟମାନଙ୍କ ସହିତ ସେୟାର କରନ୍ତୁ ଓ ଏହାକୁ ନେଇ ଆପଣଙ୍କ ମତାମତ ଆମକୁ ଜଣାନ୍ତୁ, ଧନ୍ୟବାଦ ।