ବସନ୍ତ ଋତୁ ଆସୁଛି । ଏହି ଋତୁ ସମସ୍ତଙ୍କର ପ୍ରିୟ ଋତୁ ଅଟେ । ଋତୁ ମାନଙ୍କ ମଧ୍ୟରେ ବସନ୍ତକୁ ରାଜା ବୋଲି କୁହାଯାଏ । ଏହି ଋତୁରେ ଅଧିକ ଥଣ୍ଡା କି ଗରମ ଅନୁଭବ ହୁଏ ନାହିଁ । ଏହି ଋତୁ ସମସ୍ତଙ୍କୁ ଶାନ୍ତି ପ୍ରଦାନ କରେ । ଏହି ଋତୁର ପଞ୍ଚମ ଦିନକୁ ବସନ୍ତ ପଞ୍ଚମୀ ଦିବସ ରୂପେ ପାଳନ କରାଯାଏ । ଏହି ଦିନଟି ମା ସରସ୍ଵତୀଙ୍କର ଜନ୍ମ ଦିବସ ଅଟେ । ଏହି ଦିନ ମା ସରସ୍ଵତୀଙ୍କର ପୂଜା ଅତି ଆଡମ୍ବର ସହ ପାଳନ କରାଯାଏ ।
ବହୁତ ପୁରାତନ କାଳରୁ ଏହି ବିଧି ରହିଛି । ଏହି ଦିନ ସମସ୍ତ ବିଦ୍ୟାଳୟ ଓ ମହାବିଦ୍ୟାଳୟରେ ମା ସରସ୍ଵତୀଙ୍କର ପୂଜା କରାଯାଏ । ସୃଷ୍ଟିର ନିର୍ମାଣ ସମୟରେ ମା ସରସ୍ଵତୀ ବସନ୍ତ ପଞ୍ଚମୀ ଦିନ ପ୍ରକଟ ହୋଇଥିଲେ, ତେଣୁ ସେହି ଦିନକୁ ତାଙ୍କ ଜନ୍ମ ଦିବସ ରୂପେ ପାଳନ କରାଯାଏ ।
ଆସନ୍ତୁ ଜାଣିବା ପୂଜାର ବିଧି
ପୂଜା ନିମନ୍ତେ ପ୍ରଥମେ ମାତା ସରସ୍ଵତୀଙ୍କର ପ୍ରତିମା କିମ୍ବା ଫଟୋ ଆଣି ସାମ୍ନାରେ ରଖନ୍ତୁ । ଏହା ପରେ କଳସ ସ୍ଥାପନା କରନ୍ତୁ । ପ୍ରଥମେ ଭଗବାନ ଗଣେଶ ଓ ନବଗ୍ରହଙ୍କର ପୂଜା କରିବାର ବିଧି ରହିଛି । ଏହା ପରେ ଆପଣ ମାତା ସରସ୍ଵତୀଙ୍କର ପୂଜା ଆରମ୍ଭ କରିପାରିବେ ।
ପ୍ରଥମେ ମାତା ସରସ୍ଵତୀଙ୍କୁ ସ୍ନାନ କରାଇ ଆଚମନ କରନ୍ତୁ । ମାତା ସରସ୍ଵତୀଙ୍କୁ କେଶର ଫୁଲ ଓ ମାଳ ଚଢାନ୍ତୁ । ଏହାପରେ ମାତାଙ୍କୁ ସିନ୍ଦୁର ଓ ଅନ୍ୟାନ୍ୟ ଶିଂଗାର ଜିନିଷ ଅର୍ପଣ ରଖନ୍ତୁ । ଏହା ପରେ ମାତା ସରସ୍ଵତୀଙ୍କ ପାଦରେ ଅବିର ନିଶ୍ଚିତ ରୂପେ ଚଢାନ୍ତୁ । ଏହାକୁ ଚଢାଇବାର ଏକ ବିଶେଷ ମହତ୍ତ୍ଵ ରହିଛି । ଏହା ପରେ ମାତା ସରସ୍ଵତୀଙ୍କୁ ଧଳା ବସ୍ତ୍ର ଅର୍ପଣ କରନ୍ତୁ । ଏହାପରେ ହଳଦିଆ ରଙ୍ଗର ଫଳ ଅର୍ପଣ କରନ୍ତୁ । ଏହା ଛଡା ଆପଣ ବୁନ୍ଦି, ମାଲପୁଆ ଓ କ୍ଷୀର ମଧ୍ୟ ଭୋଗ ଲଗେଇ ପାରିବେ ।
ଦେବୀ ସରସ୍ଵତୀଙ୍କ ନାମର ହୋମ ମଧ୍ୟ କରିପାରିବେ । ହୋମ କରିବା ପାଇଁ ଅଧା ହାତ ମାପି ଭୂମିରେ ଚିହ୍ନଟ କରନ୍ତୁ । ତାପରେ ସେହି ଜାଗାକୁ କୁଶ ଓ ଗଙ୍ଗା ଜଳ ପକାଇ ଶୁଦ୍ଧ କରନ୍ତୁ । ସେଠାରେ ଆମ୍ବର ଛୋଟ ଛୋଟ କାଠ ରଖିଦିଅନ୍ତୁ ଓ ଅଗ୍ନି ପ୍ରଜ୍ଵଳନ କରନ୍ତୁ । ସରସ୍ଵତୀ ମାତାଙ୍କ ନାମର ମନ୍ତ୍ର ‘ॐ ଶ୍ରୀ ସରସ୍ୱତୟେ ନମଃ ସ୍ୱାହା’ କହି ୧୦୮ ଥର ହୋମ କରନ୍ତୁ ।
ଭଗବାନ ଗଣେଶ ଓ ନବଗ୍ରହଙ୍କର ହୋମ କରିବା ମଧ୍ୟ ଜରୁରୀ ଅଟେ । ହୋମ ପରେ ମାତା ସରସ୍ଵତୀଙ୍କର ଆରତି କରନ୍ତୁ । ଏହି ପରି ଭାବରେ ଆପଣ ମାତା ସରସ୍ଵତୀଙ୍କର ଆଶୀର୍ବାଦ ପାଇ ପାରିବେ ।