ବର୍ଷାଙ୍କୁ ବାହା ହେବାକୁ ରାଜି ହେଲେ Tunguru, କହିଲେ ସାରା ଓଡିଶା ଦେଖିବ ବର୍ଷା ଓ ଟୁଙ୍ଗୁରୁ ଭୋଳ ଏକେ ହେବେ…ଦେଖନ୍ତୁ Video

ବର୍ଷା ଓ ଟୁଙ୍ଗୁରୁ ଭୋଳଙ୍କ ପ୍ରେମ ମାମଲାକୁ ନେଇ ଏବେ ଏକ ନୂଆ ଟ୍ଵିଷ୍ଟ ସାମ୍ନାକୁ ଆସିଛି । ବର୍ଷା ଟୁଙ୍ଗୁରୁଙ୍କ ଠାରୁ ବୟସରେ ଢେର ବଡ ହୋଇଥିବା ବେଳେ ତାଙ୍କର ସ୍ଵାମୀ ଓ ଦୁଇ ପୁଅ ମଧ୍ୟ ଅଛନ୍ତି । ଟୁଙ୍ଗୁରୁ ଅଟୋ ଚଲାନ୍ତି ଆଉ ଦୁଇ ବର୍ଷ ହେବ ଅଟୋରେ ଦେଖା ସାକ୍ଷାତରୁ ସେମାନଙ୍କ ମଧ୍ୟରେ ପ୍ରେମ ସମ୍ପର୍କ ଗଢି ଉଠିଥିଲା । ବର୍ଷା ଟୁଙ୍ଗୁରୁଙ୍କୁ ବିବାହ କରିବାକୁ ସ୍ଵପ୍ନ ଦେଖୁଥିଲେ, କିନ୍ତୁ ଟୁଙ୍ଗୁରୁ ଅନ୍ୟ କାହାକୁ କୋର୍ଟ ମ୍ୟାରେଜ କରିଥିବା ଖବର ଶୁଣିବା ପରେ ବର୍ଷା ସିଧା ଯାଇ ଥାନାରେ ବସିଥିଲେ ।

ସେହି ସମୟରୁ ଦୁହିଁଙ୍କ ପ୍ରେମ ମାମଲା ସାମ୍ନାକୁ ଆସିଥିଲା । ଟୁଙ୍ଗୁରୁ କିନ୍ତୁ ଏସବୁକୁ ମିଛ ବୋଲି କହି ଆସୁଥିଲେ ଓ ସବୁ ଦୋଷ ବର୍ଷାଙ୍କ ଉପରେ ଲଦି ଦେଇଥିଲେ । ଟୁଙ୍ଗୁରୁଙ୍କ ନାଁରେ ଅନେକ ଗୀତ ବାହାରିବ ସହ ଟୁଙ୍ଗୁରୁଙ୍କୁ ଏବେ ଅଭିନୟ ପାଇଁ ଅଫର୍ ମଧ୍ୟ ଆସିବାରେ ଲାଗିଛି । ଟୁଙ୍ଗୁରୁଙ୍କ ଏକ ମ୍ୟୁଜିକ ଭିଡିଓ ମଧ୍ୟ ରିଲିଜ ହୋଇସାରିଛି । ତେବେ ଟୁଙ୍ଗୁରୁ ନିଜେ ହିରୋ ହୋଇ ବର୍ଷାଙ୍କୁ ବଦନାମ କରିବା ପରେ ଏକତାକୁ ସହଜରେ ଗ୍ରହଣ କରି ପାରିନାହାନ୍ତି ବର୍ଷା ।

କାରଣ ସେ ଟୁଙ୍ଗୁରୁଙ୍କୁ ଯେମିତି ପ୍ରେମ କରୁଥିଲେ ଟୁଙ୍ଗୁରୁ ମଧ୍ୟ ତାଙ୍କୁ ଠିକ ସେମିତି ପ୍ରେମ କରୁଥିଲେ । ଆଉ ଏକଥାକୁ ବର୍ଷା ଏବେ ପ୍ରମାଣିତ କରି ମଧ୍ୟ ଦେଖାଇଛନ୍ତି । ଟୁଙ୍ଗୁରୁ ବର୍ଷାଙ୍କ ସହ ଏବେବି କଥାବାର୍ତ୍ତା ଜାରି ରଖିଛନ୍ତି । ଟୁଙ୍ଗୁରୁ ବର୍ଷାଙ୍କ ସହ କଥା ହେଉଥିବା ବେଳର ଅଡିଓ ଏବେ ସବୁଆଡେ ଭାଇରାଲ ହେବାରେ ଲାଗିଛି । ବର୍ଷା କହୁଛନ୍ତି କି, ସେ ହାତ କାଟି ଦେଇଛନ୍ତି ତେଣୁ ହସ୍ପିଟାଲ ଆସିଛନ୍ତି ।

ବର୍ଷା ହାତ କାଟିବା ଶୁଣି ଟୁଙ୍ଗୁରୁ କାନ୍ଦି ପକାଉଛନ୍ତି ଓ ଏନେଇ ବର୍ଷାଙ୍କୁ ତାଗିଦ କରୁଛନ୍ତି । ଟୁଙ୍ଗୁରୁ କହୁଛନ୍ତି, ମୁଁ ତ କହିଲି ମୁଁ ତୋତେ ବାହା ହେଇକି ଘରକୁ ଆଣିବି ତୁ ଏମିତି କାହିଁକି କରୁଛୁ ? ଯିଏ ଯାହା କହୁଛି କହୁ ସାରା ଓଡିଶା ଦେଖିବ ବର୍ଷା ଟୁଙ୍ଗୁରୁ ଏକ ହେବେ । ଏହାସହ ବର୍ଷା ଓ ଟୁଙ୍ଗୁରୁଙ୍କ କଥାବାର୍ତ୍ତାରୁ ଜଣାପଡୁଛି କି ସେମାନଙ୍କ ମଧ୍ୟରେ କେତେ ନିବିଡ ସମ୍ପର୍କ ରହିଛି । ଏହାସହ ଟୁଙ୍ଗୁରୁଙ୍କ ଘରଲୋକଙ୍କ ସହ ମଧ୍ୟ ବର୍ଷାଙ୍କ ଭଲ ସମ୍ପର୍କ ଥିବା ଜଣାପଡିଛି ।

ବର୍ଷାଙ୍କୁ ବଦନାମ କରି ଟୁଙ୍ଗୁରୁ ହିରୋ ହେବାକୁ ଚେଷ୍ଟା କରୁଥିବା ବେଳେ ଟୁଙ୍ଗୁରୁଙ୍କ ସତ ସାମ୍ନାକୁ ଆଣିଛନ୍ତି ବର୍ଷା । ତେବେ ଟୁଙ୍ଗୁରୁ ବର୍ଷାଙ୍କୁ ବାହା ହେବେ ବୋଲି କଥା ଦେଇଛନ୍ତି । ବର୍ଷା ଓ ଟୁଙ୍ଗୁରୁ ଏକ ହେଉଛନ୍ତି କି ନାହିଁ ଏବେ ଏହାରି ଉପରେ ସମସ୍ତଙ୍କ ନଜର ରହିଛି । ଆମ ପୋଷ୍ଟ ଅନ୍ୟମାନଙ୍କ ସହ ଶେୟାର କରନ୍ତୁ ଓ ଆଗକୁ ଆମ ସହ ରହିବା ପାଇଁ ଆମ ପେଜ୍ କୁ ଲାଇକ କରନ୍ତୁ ।