ସାମାନ୍ଯ ତାଲା ପାଇଁ Varsha ଓ Anubhav ଙ୍କ ମଧ୍ୟରେ କଳି ! ସୋସିଆଲ ମିଡିଆରେ ଭାଇରାଲ ହେଲା Video

ଟ୍ବିଟରରେ ଏକ ଭିଡିଓ ଶେୟାର କରିଛନ୍ତି ସାଂସଦ ଅନୁଭବ ମହାନ୍ତି । ଯାହାକୁ ନେଇ ଏବେ ସୋସିଆଲ ମିଡିଆରେ ପୁଣି ଥରେ ଆରମ୍ଭ ହୋଇଛି ଚର୍ଚ୍ଚା । ୧୮ ଡିସେମ୍ବର ୨୦୨୦ ରାତି ୧୦ଟା ସମୟର ଏକ ଭିଡିଓ ଅନୁଭବ ଶେୟାର କରିଛନ୍ତି ଯେଉଁଥିରେ ତାଙ୍କ ପତ୍ନୀ ବର୍ଷା ପ୍ରିୟଦର୍ଶିନୀ ଓ ତାଙ୍କ ମଧ୍ୟରେ କୌଣସି କଥାକୁ ନେଇ ପାଟିତୁଣ୍ଡ ହେଉଛି । ଏହି ଭିଡିଓ ଶେୟାର କରିବା ସହ ଅନୁଭବ ଓ ତାଙ୍କ ଅଫିସ କର୍ମଚାରୀଙ୍କ ନାଁ’ରେ ହୋଇଥିବା ମାମଲା ପାଇଁ ନ୍ୟାୟ ମାଗିଛନ୍ତି ଅନୁଭବ ।

ଉକ୍ତ ଘଟଣାକୁ ଏକ ବର୍ଷ ପୂରଣ ହୋଇଯାଇଥିଲେ ମଧ୍ୟ ତାଙ୍କ ପରିବାରକୁ ନ୍ୟାୟ ମିଳି ନଥିବା ଟ୍ବିଟରରେ ଉଲ୍ଲେଖ କରିଛନ୍ତି ଅନୁଭବ । ସେମାନେ ନିର୍ଦ୍ଦୋଷ ହୋଇଥିବା ସତ୍ତ୍ୱେ ସେମାନଙ୍କ ନାଁ’ରେ ଧାରା ୪୯୮A, ୫୦୬, ୩୪୧ ୦ ୩୪ ଲଗାଯାଇଛି ବୋଲି ଅନୁଭବ କହିଛନ୍ତି । ବର୍ଷା ଘରେ ଥିବାବେଳେ ସ୍ଵାମୀ ଅନୁଭବ ତାଙ୍କର ଦୁଇ ସହଯୋଗୀଙ୍କ ସହ ଘରେ ପ୍ରବେଶ କରି ବାହାରୁ ତାଲା ପକାଇ ଦେଇଥିଲେ ବୋଲି ଅଭିଯୋଗ କରିଥିଲେ ବର୍ଷା ।

କିନ୍ତୁ ଏବେ ଏହି ଘଟଣାର ଆଉ ଏକ ଭିନ୍ନ ଚିତ୍ର ଦେଖାଇବାକୁ ପ୍ରୟାସ କରିଛନ୍ତି ଅନୁଭବ । ଅନୁଭବ କେବଳ ତାଙ୍କ ଘରକୁ ଯିବାକୁ ଚାହୁଁଥିଲେ କିନ୍ତୁ ବର୍ଷା ଅନ୍ୟ ଏକ ତାଲା ପକାଇଥିବାରୁ ଅନୁଭବଙ୍କୁ ବହୁତ ସମୟ ଧରି ବାହାରେ ଠିଆ ହୋଇ ରହିବାକୁ ପଡିଥିଲା ବୋଲି ସେ କହୁଛନ୍ତି । ଏଥିପାଇଁ ତାଙ୍କ ଗେଟ୍ ରେ ଗୋଟିଏ ତାଲା ପଡୁ ଓ ଚାବି ଉଭୟଙ୍କ ପାଖେ ରହୁ ବୋଲି କହୁଛନ୍ତି ଅନୁଭବ । ବର୍ଷା-ଅନୁଭବ ବିବାଦ ଆଜିକୁ ବର୍ଷେ ବିତିଗଲାଣି । ହେଲେ ମଧ୍ୟ ଏବେ ଯାଏଁ ଉଭୟଙ୍କ ମଧ୍ୟରେ ଛାଡପତ୍ର ହୋଇନାହିଁ ।

ଅନୁଭବ ଛାଡପତ୍ର ପାଇଁ ଆବେଦନ କରିଥିବା ବେଳେ ବର୍ଷା କିନ୍ତୁ ଏଥିପାଇଁ ମନା କରି ଦେଇଥିଲେ । ଆଉ ସେ ସ୍ଵାମୀଙ୍କ ସହ ରହିବାକୁ ଚାହାନ୍ତି ବୋଲି କୋର୍ଟଙ୍କୁ ଜଣାଇଥିଲେ । ଯାହାଫଳରେ ବର୍ଷା ଏବେ ମଧ୍ୟ ଅନୁଭବଙ୍କ ଘରେ ରହୁଛନ୍ତି । ତେବେ ଏହି ମାମଲାକୁ ବର୍ଷେ ବିତି ଯାଇଥିଲେ ମଧ୍ୟ ଅନୁଭବ ଏବଂ ତାଙ୍କ ପରିବାରକୁ ନ୍ୟାୟ ମିଳିନାହିଁ ବୋଲି ଏହି ମାମଲାକୁ ପୁଣି ଥରେ ଲୋକଲୋଚନକୁ ଆଣିଛନ୍ତି ଅନୁଭବ ।

ତେବେ ଏନେଇ ବର୍ଷା ପ୍ରିୟଦର୍ଶିନୀଙ୍କ ପକ୍ଷରୁ ଏବେ ଯାଏଁ କୌଣସି ପ୍ରତିକ୍ରିୟା ମିଳି ପାରି ନାହିଁ । ତେବେ ଦେଖାଯାଉ ଆଗକୁ ଏହି ମାମଲାରେ ଆଉ କେଉଁ ନୂଆ ଟ୍ଵିଷ୍ଟ ଆସୁଛି । ଆମ ପୋଷ୍ଟ ଅନ୍ୟମାନଙ୍କ ସହ ଶେୟାର କରନ୍ତୁ ଓ ଆଗକୁ ଆମ ସହ ରହିବା ପାଇଁ ଆମ ପେଜ୍କୁ ଲାଇକ କରନ୍ତୁ ।