ବର୍ଷା ପାଗ କୁ ଘରେ ସମସ୍ତେ ସୋଇଥିଲେ । ତୁହା କୁ ତୁହା କାଚୁ ଥିଲା ବର୍ଷା । ରାଜଧାନୀ ରେ ଦୁଇ ଦିନ ହେବ ବର୍ଷା ପୁରା କାୟା ବିସ୍ତାର କରୁଇଛି । ଆଉ ଏତିକି ବେଳେ ଘରେ ପାଣି ପଶିଗଲା । ଆଉ ଘର ଭିତରେ ସବୁ କିଛି ଭାସିବାକୁ ଲାଗିଲା । ଖଟ ଠାରୁ ଆରମ୍ଭ କରି ସିଲିଣ୍ଡର ସବୁ କିଛି ଭାସିଗଲା । ହଁ ଦର୍ଶକ ବନ୍ଧୁ ଟ୍ଵିନ ସିଟି ରେ ଲଗାଣ ବର୍ଷା କାରଣରୁ ବୁଡାଇ ଦେଇଛି । ବର୍ଷାରେ ବୁଡି ରହିଛି ରାଜଧାନୀ ଭୂବନେଶ୍ବର ।
ଘରେ ଖାଇବା ରନ୍ଧା ହୋଇନି । କାରଣ ଗ୍ଯାସ ସିଲିଣ୍ଡର ପାଣିରେ ପଶି ଯାଇଛି । ସମସ୍ତେ ରାତି ସାରା ନିଦ୍ରା । କାରଣ ଘର ବେଡ ରୁମରେ ପାଣି ପଶି ଯାଇଛି । ଖଟ ପାଣିରେ ଭାସୁଛି । ଏମିତି କିଛି କେତେ ଘଣ୍ଟା ର ବର୍ଷା କାରଣରୁ ହୋଇଛି । ଯାହା ପାଇଁ ପୁରା ନାକେଦମ ହୋଇ ଯାଇଛନ୍ତି କଟକ ଓ ରାଜଧାନୀ ବାସୀ । ସୂଚନା ଅନୁଯାୟୀ ଗତ କାଲି ଦିନ 2ଟା ରୁ ଚାଲିଛି ଭୁବନେଶ୍ଵର ରେ ବର୍ଷା । ସମୟ କ୍ରମେ ଅଧି ଚାଲିଥିଲା ବର୍ଷା ।
ଦିନ 4ଟା ବେଳେ ଆରମ୍ଭ ହେଲା ଲଗାଣ ବର୍ଷା । ଦୀର୍ଘ 4 ଘଣ୍ଟା ରୁ ଅଧିକ ସମୟ ବିଜୁଳି ଘଡଘଡି ସହ ବର୍ଷା ଜାରି ରହିଲା । ଆଉ ଏହା ପରେ ବୁଡିବାକୁ ଲାଗିଥିଲା ରାଜଧାନୀ । ଗଳି କନ୍ଦି ସବୁ ଆଡେ ଖାଲି ପାଣି ଆଉ ପାଣି । କଟକ ଓ ରାଜଧାନୀ ରେ ସୃଷ୍ଟି ହୋଇଥିଲା ବର୍ଷା କାରଣରୁ ବନ୍ୟା । ଯାହା ପାଇଁ ଲୋକଙ୍କୁ ଡଙ୍ଗା ସାହାର୍ଯ୍ୟ ରେ ଉଧାର କରା ଯାଇଥିଲା ଯାହାର ଭିଡିଓ ଏବେ ସୋସିଆଲ ମିଡିଆରେ ଭାଇରାଲ ହେଉଛି ।
ଲୋକେ କେମିତି ହଇରାଣ ହେଉଛନ୍ତି ତାହା ଏହି ଭିଡିଓ ରେ ସ୍ପଷ୍ଟ ବାରି ହେଉଛି । ଗତ କାଲି ଗୋଟେ ଦିନରେ ବର୍ଷା କାରଣରୁ ରାଜଧାନୀ ସଂପୂର୍ଣ୍ଣ ବୁଡି ଯାଇଛି । ଘଡଘଡି ମଧ୍ୟ ଦୀର୍ଘ 10 ବର୍ଷ ହେବ ଏମିତି କେବେ ମାରି ନ ଥିଲା ଯାହା ଗତ କାଲି ମାରିଛି । ଯଦି ଦେଖିବା ଏବେ ବି ଲୋକଙ୍କ ଘରେ ଏବେ ପାଣି ଅଛି । ରାତି ସାରା ବନ୍ୟା ପାଣିରେ ବୁଡି ରହିଛନ୍ତି ରାଜଧାନୀ ବାସୀ ।
ଜାକଜକ୍ୟ ସ୍ମାର୍ଟ ସିଟି ଆଜି ବର୍ଷା ପାଣିରେ ବୁଡି ଯାଇଛି । ଏବେ ଏହାର ସମାଧାନ ମଧ୍ୟ ଜଲ୍ଦି ହୋଇ ପାରିବ ନାହିଁ । କାରଣ ବର୍ଷା ଲାଗି ରହୁଥିବାରୁ ପାଣି ନିଷ୍କାସନ ପାଇଁ ସମୟ ଲାଗିବ । ତା ହେଲେ ବନ୍ଧୁଗଣ ଆଗକୁ ଏଭଳି ଅପଡେଟ ପାଇବା ପାଇଁ ଆମ ପେଜକୁ ଗୋଟିଏ ଲାଇକ କରନ୍ତୁ, ଧନ୍ୟବାଦ ।