ଅଦାଲତ ଦେଇଛି କେନ୍ଦ୍ରପଡା ସାଂସଦ ଅନୁଭବ ମହାନ୍ତି ଙ୍କୁ ବଡ ଝଟକା । ପାରିବାରିକ ଅଦାଲତ ଦେଇଛି ଅନୁଭବ ଙ୍କୁ ଏମିତି ସୂଚନା ଯାହାକୁ ନେଇ ଏବେ ଚର୍ଚ୍ଚା ଜୋର ଧରିଛି । ବର୍ଷା ଅନୁଭବ ପାରିବାରିକ ବିବାଦ ମାମଲାରେ ଆଜି ସଂପୂର୍ଣ୍ଣ ରୂପେ ନେଇଛି ଏକ ଭିନ୍ନ ପ୍ରକାରର ମୋଡ । ଅଦାଲତ ଲଢେଇ ରେ ସାଂସଦ ଅନୁଭବ ଙ୍କୁ ଲାଗିଛି ଏକ ବଡ ଝଟକା । କଟକ ଫ୍ୟାମିଲି କୋର୍ଟ ରେ ଦାୟର କରିଥିବା ଛାଡପତ୍ର କରି ଦେଇଛନ୍ତି ଖାରଚ ।

ଏହା ସହ ବର୍ଷା ଙ୍କ ଆବେଦନ କୁ ମଧ୍ୟ କୋର୍ଟ ଅଗ୍ରାହ୍ୟ କରି ଦେଇଛନ୍ତି ବୋଲି ଅନୁଭବ ଙ୍କ ଓକିଲ କହିଛନ୍ତି । ବର୍ଷା ଙ୍କୁ ଛାଡପତ୍ର ଦେବା ପାଇଁ ପ୍ରଥମେ ଅନୁଭବ ଦିଲ୍ଲୀ ର ପଟିଆଲା ହାଉସ କୋର୍ଟ ରେ ଆବେଦନ କରିଥିଲେ । ଯାହାକୁ ଅହୟ କୋର୍ଟ ରେ ଚ୍ୟାଲେଞ୍ଜ କରିଥିଲେ ବର୍ଷା । ପରେ କଟକ ଫ୍ୟାମିଲି କୋର୍ଟ କୁ ହସ୍ତାନ୍ତର କରିଥିଲେ ପଟିଆଲା ହାଉସ କୋର୍ଟ । କଟକ ପରିବାର ଅଦାଲତ ରେ ଦୁହିଙ୍କର ମାମଲାକୁ ନେଇ ଏକ ବର୍ଷ ହେବ ଶୁଣାଣୀ ଚାଲିଥିଲା ।
ଯାହାର ରାୟ ଆଜି ପ୍ରକାଶ ପାଇଛି । ତେବେ ରାୟ ପ୍ରକାଶ ପାଇବା ପରେ ସାଂସଦ ଅନୁଭାବ କହିଛନ୍ତି ତାଙ୍କର ନ୍ୟାୟ ପାଳିକା ଉପରେ ବିଶ୍ଵାସ ଅଛି ଓ ନ୍ୟାୟ ନିଶ୍ଚୟ ମିଳିବ । ତେବେ ପରିବାର ଅଦାଲତ କୁ ଅନୁଭବ ସମ୍ମାନ କରିଛନ୍ତି । ହାଇ କୋର୍ଟ ରେ ଚ୍ୟାଲେଞ୍ଜ କରିବେ ବୋଲି କହିଛନ୍ତି ଅନୁଭବ ଙ୍କ ଓକିଲ । ଏହି ସଂକ୍ରାନ୍ତ ରେ ପ୍ରତିପକ୍ଷ ବର୍ଷା ଙ୍କ ଓକିଲ ସିଦ୍ଧାର୍ଥ ଦାସ ମଧ୍ୟ ନିଜର ପ୍ରତିକ୍ରିୟା ରଖିଛନ୍ତି ।

ବର୍ଷା ଙ୍କ ଓକିଲ କହିଛନ୍ତି ଯେ “ଅନୁଭବ ଯେଉଁ ଛାଡପତ୍ର କେସ ଫାଇଲ କରିଥିଲେ ବର୍ଷା ଙ୍କ ବିରୁଦ୍ଧରେ ତାର ରାୟ କୁ ଶୁଣିବା ପାଇଁ ସାରା ଓଡିଶା ବାସୀ ଆଜିର ଦିନକୁ ଅପେକ୍ଷା କରିଥିଲେ । ମୋ ମତରେ ଧର୍ମ ର ଜୟ ହୋଇଛି । ଅନୁଭବ ବର୍ଷା ଙ୍କ ବିରୁଦ୍ଧରେ ଯେଉଁ ଛାଡପତ୍ର ପିଟିସନ ଦାଖଲ କରିଥିଲେ ସେଟା କୋର୍ଟ ଦୁହିଙ୍କର ରାୟ ନେବା ପାଇଁ ରାୟ ଦେଇଛନ୍ତି । ଏହାକୁ ଖାରଚ କରିଛନ୍ତି ।
ଅନୁଭବ ଯେଉଁ ଗ୍ରାଉଣ୍ଡ ନେଇଥିଲେ ଯାହାକୁ ମୁଁ ଡେରି ରେ ଦେଖିଲି । ଦେଖିବା ପରେ କହିବି । ଅନୁଭବ ଯେଉଁ ଯେଉଁ ଗ୍ରାଉଣ୍ଡ କୁ ନେଇ ଡିଶ୍ମିଶ କରିଛନ୍ତି କୋର୍ଟ ସେ ଗ୍ରାଉଣ୍ଡ ଗୁଡାକ ଫିଭିଲାଷ ଗ୍ରାଉଣ୍ଡ ବୋଲି କୋର୍ଟ ଅନୁଭବ କରିଛନ୍ତି । ସେଥିପାଇଁ ତାକୁ ଋଜେକ୍ଟ କରିଛନ୍ତି । ବର୍ଷା ଙ୍କ ତରଫରୁ ଯେଉଁ ପିଟିସନ ଦାଖଲ କରା ଯାଇଥିଲା ତାକୁ ମଧ୍ୟ କୋର୍ଟ ଋଜେକ୍ଟ କରିଛନ୍ତି ।
ବର୍ଷା ଚାହୁଁ ଥିଲେ ଅନୁଭବଙ୍କ ସହ ମିଳିମିଶି ରହିବା ପାଇଁ । ଏଥିରେ ତାଙ୍କର କୌଣସି ଆପତ୍ତି ନାହିଁ । ଯେଉଁ ରାୟ ବର୍ତ୍ତମାନ ଆସିଛି ସମସ୍ତେ ଏହାକୁ ସ୍ବାଗତଯୋଗ୍ୟ ବୋଲି କହୁଛନ୍ତି । ବର୍ଷା ଙ୍କୁ ନ୍ୟାୟ ମିଳିଛି ବୋଲି ମୋର ଧାରଣା” । ବନ୍ଧୁଗଣ ଆଗକୁ ଏଭଳି ଅପଡେଟ ପାଇବା ପାଇଁ ଆମ ପେଜକୁ ଗୋଟିଏ ଲାଇକ, ସେୟାର, କମେଣ୍ଟ କରନ୍ତୁ, ଧନ୍ୟବାଦ ।