ବର କହୁଛି ମଟନ୍ ପାଇଁ ଭାଙ୍ଗିନି ବାହାଘର, ଝିଅଘର ସୋସିଆଲ ମିଡିଆରେ ମିଛ କହୁଛନ୍ତି, ଶୁଣନ୍ତୁ ବାହାଘର ଭାଙ୍ଗିବାର ପ୍ରକୃତ କାରଣ

ଦର୍ଶକ ବନ୍ଧୁ ମୁହଁ ଖୋଲିଲେ ବର କହିଲେ ମଟନ ପାଇଁ ଆମେ ବାହାଘର ଭାଙ୍ଗିନୁ । ଝିଅ ପକ୍ଷ ସୋସିଆଲ ମିଡିଆ ଓ ଗଣମାଧ୍ୟମରେ ମିଛ କହିଛନ୍ତି ଯେ ମାଂସ ପାଇଁ ବାହାଘର ଭାଙ୍ଗି ଦେଇଛୁ । ତେବେ ବାହାଘର ଭାଙ୍ଗିବା ପଛର କାରଣ କହିଛନ୍ତି ବାର ଜଣକ । କିନ୍ତୁ କନ୍ୟା ପକ୍ଷ କହିଛନ୍ତି ଶେଷ ସମୟରେ ମାଂସ ସରିଯିବାରୁ ପୁଅ ଘର ଲୋକେ ବାହାଘର ଭାଙ୍ଗି ଦେଲେ । ଆମ ସହ ଝଗଡା କରିଲେ ଅଭଦ୍ର ଭାଷା ରେ ଗାଳି ଗୁଲଜ କରିଲେ ।

ତେବେ ଯୁବତୀଙ୍କର ଆଉ ମାତ୍ର କିଛି ସମୟ ପରେ ବେଦିରେ ବସିଥାନ୍ତା ହାତ ଗଣ୍ଠି ପଡିଥାନ୍ତା ଆଉ ପୁରୋହିତ ମନ୍ତ୍ର ପଢିଥାନ୍ତେ । ଆଉ ସାତ ଜନ୍ମ ପାଇଁ ବାହା ହୋଇଥାନ୍ତେ । ହେଲେ ସବୁ କିଛି ଭାଙ୍ଗିଗଲା ଯେବେ ଭୋଜି ଖାଇବା ସମୟରେ ମାଂସ ସରିଯିବାରୁ ବର ପକ୍ଷ ଝଗଡା କରିଥିଲେ । ଯାହାକି ଝିଅ ଘର ଲୋକେ ଅଭିଯୋଗ କରିଛନ୍ତି । ସେପଟେ ବର କହିଛନ୍ତି କିଛି ସମ୍ପର୍କୀୟ ଭୋକରେ ଥିଲେ, ସେମାନଙ୍କୁ ଖାଇବାକୁ ଦେବାକୁ ଆମେ ଅନୁରୋଧ କରିଥିଲୁ କିନ୍ତୁ କେହି ଶୁଣି ଥିଲେ ।

ମନ ଇଚ୍ଛା କଥା କହୁଥିଲେ । ଏବେ କାହା କଥା ସତ କାହା କଥା ମିଛ କିଛି ଜଣାପଡୁ ନାହିଁ । ତେବେ ବେଦିରେ ବସିବା ପୂର୍ବରୁ ଏମିତି କିଛି ଘଟିଥିଲା ଯାହା ପାଇଁ ବର ଓ କନ୍ୟା ଘର ପାଖଙ୍କ ଭିତରେ ଝଗଡା ହୋଇଥିଲା । ଆଉ ଦୁଇ ପରିବାର ଅଲଗା ହୋଇଗଲେ । ବେଦି ସେମିତି ସଜା ହୋଇଥିଲା କିନ୍ତୁ ବେଦିରେ ବସିଲେ ନାହିଁ ବର ଓ କନ୍ୟା । ସବୁ କିଛି କ୍ଷଣରେ ଶେଷ ହୋଇଗଲା ।

ତେବେ ଏଭଳି ଘଟଣା ଦେଖିବାକୁ ମିଳିଛି ସମ୍ବଲପୁର ସହର ର ଧମାଥାନା ଅଞ୍ଚଳରେ ଏକ ଗାଁରେ । ଯେଉଁଠି ସେହି ଗାଁର ଯୁବତୀଙ୍କ ବାହାଘର ସୁନ୍ଦରଗଡର ଜଣେ ଯୁବକଙ୍କ ସହ ହୋଇଥିଲା । ତେବେ ସମ୍ବଲପୁର ର ପ୍ରତିଷ୍ଠିତ ମଣ୍ଡପରେ ବିବାହ କାର୍ଯ୍ୟ ଚାଲିଥିଲା । ବରଯାତ୍ରୀ ପାଇଁ ସମସ୍ତ ପ୍ରକାରର ଆୟୋଜନ ହୋଇଥିଲା । ଖାସୀ ମାଂସ ଠାରୁ ଆରମ୍ଭ କରି ମାଛ, କୁକୁଡା ର ବ୍ୟବସ୍ଥା ହୋଇଥିଲା ।

ଏପଟେ ବରଯାତ୍ରୀ ପହଞ୍ଚିବା ପରେ ପ୍ରାୟ ସମସ୍ତେ ଖାଇ ସାରି ଥିଲେ । ଏଲେ କେତେ ଜଣ ସାଙ୍ଗ ଖାଇବା ବେଳକୁ ଖାସୀ ମାଂସ ସରିଯିବାରୁ କନ୍ୟା ଘର ଲୋକେ ରଖିଥିବା ମାଂସକୁ ତାଙ୍କୁ ଦେଇଥିଲେ । କିନ୍ତୁ ମାଂସ ନିଅଣ୍ଟ ହେବାରୁ କନ୍ୟା ଘର ଲୋକେ ଭୁଲ ଲାଗିଥିଲେ । ତଥାପି ସେମାନେ କୁଆଡେ ମାଂସ ପାଇଁ ଜିଦି କରିଥିଲେ ଆଉ ଆରମ୍ଭ ହୋଇଥିଲା କଳହ ।

ଏମିତି କିଛି କନ୍ୟା ଘର ଲୋକେ ଅଭିଯୋଗ କରିଥିବା ବେଳେ ଏପଟେ ବର ନିଜେ କହିଛନ୍ତି ଯେ ମାଂସ ପାଇଁ ଆମେ ବାହାଘର ଭାଙ୍ଗି ନାହୁଁ । ତେବେ ଦେଖାଯାଉ ଆଗକୁ ଯାଇ ଏ ଘଟଣା ପଛରେ କଣ ସତ୍ୟତା ରହିଛି ତାହା ସାମନାକୁ ଆସିବ । ବନ୍ଧୁଗଣ ଆଗକୁ ଏଭଳି ଅପଡେଟ ପାଇବା ପାଇଁ ଆମ ପେଜକୁ ଗୋଟିଏ ଲାଇକ କରନ୍ତୁ, ଧନ୍ୟବାଦ ।