ବାରମ୍ବାର କାହାକୁ ଅନଲାଇନ୍ ଚେକ୍ କରିବା ଆପଣଙ୍କୁ କରିପାରେ ବର୍ବାଦ, ଜାଣନ୍ତୁ କିପରି ବଞ୍ଚିବେ ?

କାହା ସହିତ ଆମର ଭଲ ସମୟ ବିତୁଥିବା ବେଳେ କେବେ କେବେ ଏପରି କିଛି ହୁଏ ଯାହା ଆମକୁ ଭିତରୁ ଦୋହଲାଇ ଦିଏ । ଯାହାକୁ ଆମେ ଆମ ବଶରେ ରଖି ପାରୁ ନାହିଁ । ଅନେକ ସମୟରେ ସାମନାରେ ଥିବା ବ୍ୟକ୍ତି ଆମକୁ ଜାଣିଶୁଣି ଅଣଦେଖା କରିବାର ବା ଆମ କଲ୍ ଏବଂ ମେସେଜର ପ୍ରତ୍ୟୁତ୍ତର ନ ଦେବାର କୌଣସି କାରଣ ମଧ୍ୟ ଦିଅନ୍ତି ନାହିଁ ।

ଆମେ ଆମ ଭିତରେ ଏତେ ପ୍ରଶ୍ନ ଓ ଦ୍ଵନ୍ଦ ସୃଷ୍ଟି ହୋଇଥାଏ ଯେ ଯେମିତି ଆମକୁ କିଛି ଗୋଟେ ବାନ୍ଧି ରଖିଛି । ତେବେ ଯଦି ଆପଣ ଏପରି ପରିସ୍ଥିତିରୁ ବାହାରିବାକୁ ଚାହୁଁଛନ୍ତି ତେବେ ମନେ ରଖନ୍ତୁ ଏହି ସବୁ ବିଷୟରେ କେବଳ ଚିନ୍ତା କଲେ କିଛି ଲାଭ ହେବ ନାହିଁ । କାରଣ ନିଜ ପରିସ୍ଥିତିକୁ ପରିବର୍ତ୍ତନ କରିବା ପ୍ରଥମେ ଜରୁରୀ ଅଟେ । ଚିନ୍ତା କରନ୍ତୁ ସାମନା ଲୋକଟି ଏପରି କରୁଛି କଣ ପାଇଁ? ଏହାର ଦୁଇଟି କାରଣ ହୋଇପାରେ ।

ପ୍ରଥମଟି ହେଉଛି ହୁଏତ ତାଙ୍କୁ ଆପଣଙ୍କର କୌଣସି କଥା ଖରାପ ଲାଗି ଥାଇପାରେ, ସେଥିପାଇଁ ସେ ଟିକେ ଦୁରେଇ ରହିବାକୁ ଚାହାଁନ୍ତି । କିମ୍ବା ହୁଏତ ତାଙ୍କ ଜୀବନରେ ଏପରି କିଛି ଘଟିଛି ଯେଉଁଥି ପାଇଁ ସେ ଆପଣଙ୍କ ସହ କଥା ହେବା ଭଳି ସ୍ଥିତିରେ ନାହାଁନ୍ତି । ଏପରି ସ୍ଥିତିରେ ଆପଣଙ୍କୁ ଜଣେ ଉତ୍ତମ ବନ୍ଧୁ ଭଳି ତାଙ୍କୁ କିଛି ସମୟ ଏକା ରହିବାକୁ ଦେବାକୁ ପଡ଼ିବ ।

ଅନେକ ସମୟରେ ତାଙ୍କ ସମସ୍ୟା ଜଣାଉ ନାହାଁନ୍ତି କହି ଲୋକ ସାମନା ଲୋକ ଉପରେ ଚିଲେଇବାକୁ ଲାଗନ୍ତି । ଆମ ସମସ୍ତଙ୍କ ସ୍ଵଭାବ ଅଲଗା ଅଲଗା ହୋଇଥାଏ । ସେଥିପାଇଁ ଆମେ କୌଣସି ବିଷୟ ପାଇଁ ଅନ୍ୟକୁ ବାଧ୍ୟ କରିବା ଉଚିତ୍ ନୁହେଁ । ସବୁବେଳେ ଅନ୍ୟକୁ ବୁଝି ତାଙ୍କୁ ଉଚିତ୍ ସମୟ ଦିଅନ୍ତୁ । ଯଦି କେହି ଏକା ରହିବାକୁ ଚାହାଁନ୍ତି ତେବେ ତାଙ୍କୁ ଏକା ରହିବାକୁ ଦିଅନ୍ତୁ । ଆପଣ ଏହି ସବୁର ଅଲଗା ଅର୍ଥ ଚିନ୍ତା କରି ନିଜେ ମଧ୍ୟ ବ୍ୟସ୍ତ ହୁଅନ୍ତୁ ନାହିଁ । କିଛି ସମୟ ପରେ ସେ ଯଦି କାହାକୁ ନିଜ ସମସ୍ୟା ସେୟାର କରିବାକୁ ଚାହାଁନ୍ତି ତେବେ ସେ ଆପେ ଆସି ଆପଣଙ୍କୁ ତାହା ଜଣାଇବେ ।

ତେବେ ଦ୍ଵିତୀୟ କାରଣ ହେଉଛି, ଅନେକ ସମୟରେ ସାମନା ବ୍ୟକ୍ତିଟି ଅନଲାଇନ୍ ଥାଆନ୍ତି ମାତ୍ର କେବଳ ଆପଣଙ୍କ ମେସେଜ ଓ କଲ୍ କୁ ଦେଖନ୍ତି ନାହିଁ ବା ଉତ୍ତର ଦିଅନ୍ତି ନାହିଁ । ଆଉ ଆମର ଅଭ୍ୟାସ ହୋଇଥାଏ ବାରମ୍ବାର ମେସେଜ ଦେଖିବା ଓ ସେ ଅନଲାଇନ୍ ଅଛନ୍ତି କି ନାହିଁ ଚେକ୍ କରିବା । ସେ ଆପଣଙ୍କ ସହ ଆଉ ରହିବାକୁ କି କଥା ହେବାକୁ ଚାହାଁନ୍ତି ବୋଲି ତାଙ୍କ ଆଡୁ ମନା କରିବା ପରେ ମଧ୍ୟ ତାଙ୍କ ମେସେଜର ପ୍ରତୀକ୍ଷା କରିବା କିମ୍ୱା ତାଙ୍କଠୁ କୌଣସି ଆଶା ରଖିବା ଆମର ଏତେ ଅଭ୍ୟାସଗତ ହୋଇ ଯାଇ ଥାଏ ଯେ ଆମେ ନିଜକୁ ରୋକି ପାରୁ ନାହୁଁ ।

ଏହି ଅଭ୍ୟାସ ଯୋଗୁଁ ଆମେ ନିଜକୁ ବହୁତ ଦୁଃଖୀ କରି ଥାଉ ଭିତରେ ଭିତରେ ଭାଙ୍ଗି ପଡୁ । ଜୀବନରେ ଅନ୍ୟ କୌଣସି ବିଷୟରେ ଖୁସି ହେବା ପାଇଁ ମଧ୍ୟ ଆମର ସାହସ ହୁଏ ନାହିଁ । ମାତ୍ର ସମୟ ଥାଉ ନିଜ ଉପରେ ସୟମ ଆଣିବା ଓ ନିଜକୁ ବଶରେ ରଖିବା ଆପଣ ଶିଖିବା ଉଚିତ୍ । କାରଣ ଆପଣଙ୍କ ଇଚ୍ଛା ପୂର୍ଣ୍ଣ ହେବା ଅସମ୍ଭବ ହୋଇପାରେ ଏବଂ ଆପଣଙ୍କର ଆଗକୁ ବଢିବା ମଧ୍ୟ ତା ଠୁ ଅଧିକ ଜରୁରୀ ଅଟେ । ନଚେତ୍ ଏପରି ଦୁଃଖରେ ରହି ରହି ଆପଣ ନିଜକୁ ବରବାଦ କରିଦେବେ ।

ଆପଣଙ୍କୁ ଆମର ଏହି ଆର୍ଟିକିଲଟି ଭଲ ଲାଗିଥିଲେ ଗୋଟେ ଲାଇକ କରିବେ ଓ ସାଙ୍ଗମାନଙ୍କ ସହ ସେୟାର କରନ୍ତୁ । ଆଗକୁ ଆମ ସହିତ ରହିବା ପାଇଁ ପେଜକୁ ଲାଇକ କରନ୍ତୁ । ଧନ୍ୟବାଦ