ନମସ୍କାର ବନ୍ଧୁଗଣ । କରମଣ୍ଡଳ ଦୁର୍ଘଟଣା ପରେ ପୁଅ ଗୋବିନ୍ଦ ର ମୃତ୍ୟୁ ପରେ ମିଳିଥିବା 15 ଲକ୍ଷ ଟଙ୍କା କୁ ନେଇ ବୋହୂ ଓ ଶ୍ଵଶୁର ମଧ୍ୟରେ ବାସୁଦେବପୁର ଥାନାରେ ଯେଉଁ ମାମଲା ଏବେ ସାମନାକୁ ଆସିଛି ତାହାକୁ ନେଇ ଚର୍ଚ୍ଚା ଧରିଛି । ବାପା ପୁଅକୁ ହରାଇ ଶବ ଗଦା ଭିତରେ ଖୋଜିଥିଲା । ଆଉ ଛାତି ଥରାଇ ଦେବାର ଦ୍ରୁଶ୍ଯ ସମସ୍ତେ ଦେଖିଛନ୍ତି । ଏହା ଭିତରେ ପୁଅର ଶବ ମିଳିଥିଲା ଓ ବାପା ଶବ ସତ୍କାର କରିଥିଲେ ।

ଏହା ପରେ ଗୋବିନ୍ଦ ଙ୍କ ବାପାଙ୍କୁ ରାଜ୍ୟ ସରକାରଙ୍କ ତରଫରୁ 5 ଲକ୍ଷ ଓ କେନ୍ଦ୍ର ତରଫରୁ 10 ଲକ୍ଷ ଟଙ୍କା ମିଳିଲା । ହେଲେ କଥାଟି ଏତିକିରେ ସଋ ନ ଥିଲା । ଏହାପରେ ଆରମ୍ଭ ହେଲା ବିବାଦ । ବାସୁଦେବପୁର ଥାନାରେ ବୋହୂ ଆଣିଲେ ଅଭିଯୋଗ ଯେ ଶ୍ଵଶୁର ତାଙ୍କୁ ବାଡାବାଡି କରିବା ସହ ଧମକ ଦେଇଛନ୍ତି ଯଦି ତୁ ଟଙ୍କା ନ ଦେବୁ ତାହେଲେ ତୋ ଛୁଆକୁ ମୁଁ ମାରି ଦେବି ।
ଏମିତି ସାଂଘାତିକ ଅଭିଯୋଗ ନିଜ ଶ୍ଵଶୁର ବିରୁଦ୍ଧରେ ବୋହୂ ଆଣିଛି । ବାସ୍ତବରେ ଶ୍ବଶୁରଙ୍କର ଟଙ୍କା ପ୍ରତି ଲୋଭ ନାହିଁ ଏ କଥା ସ୍ପଷ୍ଟ ହେଉଛି । ଯଦି ମିଛ କହିବାର ଥାନ୍ତା ତେବେ ମିଛ କହିଥାନ୍ତେ । କାହିଁକି ସତ ମାନିଥାନ୍ତେ ସେ ଟଙ୍କା ନେଇଛନ୍ତି ବୋଲି । ଶ୍ବଶୁରଙ୍କର କିଛି ବି ଉଦ୍ଦେଶ୍ୟ ନ ଥିଲା ବୋହୂ ଓ ନାତିକୁ ହଇରାଣ କରିବାକୁ । କିନ୍ତୁ ଅପର ପକ୍ଷେ ବୋହୂ ନାତି କିପରି ଚଳିବେ ସେଥିପାଇଁ ଭଙ୍ଗା ଚାଳିଆ ଘର ଭାଙ୍ଗି ପକ୍କା କରିବେ ସେଥିପାଇଁ ଯୋଜନା କରିଛନ୍ତି ଗୋବିନ୍ଦଙ୍କ ବାପା ।

ତେବେ ଏହି ଘଟଣାରୁ ସ୍ପଷ୍ଟ ଚିତ୍ର ସାମନାକୁ ଆସିଛି ଯେ ତାଙ୍କ ପାଇଁ ବୋହୂ ହୁଏ ବଦଳି ଯାଇପାରେ ବୋହୂ ର ମନ । ତେବେ ଟଙ୍କା ହେଉଛି ଏଭଳି ଜିନିଷ ଯାହାକୁ ନେଇ ଅନେକ ସମୟରେ ସମସ୍ତେ ସମ୍ପର୍କର ସୂତା ଖିଅ କୁ ଛିଣ୍ଡାଇ ଦିଅନ୍ତି । ହେଲେ ବାସ୍ତବିକ କଣ ଯାହାର ଜୀବନ ଗଲା ଓ ଯାହା ନାଁ ରେ ଟଙ୍କା ଆସିଲା ସେ ଟଙ୍କା କଣ ଜଣଙ୍କର ନା ଏ ଟଙ୍କା ସମସ୍ତଙ୍କର ହେବ ?
ବାସ୍ତବିକ ବୋହୂ କଣ ଶାଶୁ ଶ୍ଵଶୁରଙ୍କ ସହ ମିଶି ରହିବାକୁ ଚାହୁଁଛି ନା ନିଜ ଛୁଆ କୁ ନେଇ ଅଲଗା ରହିବାକୁ ଚାହୁଁଛି । ଏବେ କଣ ବାପା ମା ଙ୍କୁ ଏବେ ପୁଅ ହରାଇବା ପରେ ନାତି କୁ ବି ହରାଇବାକୁ ପଡିବ ? ଏଭଳି ନାନା ପ୍ରଶ୍ନ ଏବେ ସାମ୍ନା କୁ ଆସୁଛି । ତେବେ ଏହି ଦୁନିଆର ଚଳଣି ଏବେ ସମସ୍ତଙ୍କୁ ଅଡୁଆ ରେ ପକାଇଛି ।
ଘଟଣାର ଫାଇସଲା ପାଇଁ ଗାଁ ର ମୁଖିଆ ମାନେ ଓ ଥାନାରେ ଏହାକୁ ନେଇ ଆଲୋଚନା ହୋଇଛି । ବର୍ତ୍ତମାନ ସମୟରେ ଗୋବିନ୍ଦ ଙ୍କ ପୁଅର ଭବିଷ୍ୟତକୁ ନେଇ ଉଭୟ ଦୁଇ ପରିବାର ବସି ଚର୍ଚ୍ଚା କରିବାର ଆବଶ୍ୟକତା ଅଛି । ତା ହେଲେ ବନ୍ଧୁଗଣ ଆଗକୁ ଏଭଳି ଅପଡେଟ ପାଇବା ପାଇଁ ଆମ ପେଜକୁ ଗୋଟିଏ ଲାଇକ କରନ୍ତୁ, ଧନ୍ୟବାଦ ।