ଗାଁ ନଈରେ ଭାସୁଛି ଏକ ଅଜଣା ଶବ । ନଈ ପାଖରେ ଭିଡ ଜମେଇଛନ୍ତି ଗାଁ ଲୋକେ ଆଉ ଶବଟି କୁଆଡୁ ଆସିଲା ବୋଲି ସମସ୍ତଙ୍କ ମନରେ ପ୍ରଶ୍ନ । ଏହି ଶବ କାହାର, କିଏ ମାରିଛି, କେମିତି ମୃତ୍ୟୁ ହୋଇଛି ? କେହି ନିଷ୍ଠୁରତାର ସହ ମାରି ନଈରେ ଫୋପାଡି ଦେଇନି ତ ? ଶବଟି ଭାସି ଭାସି ଆସି ଗାଁ ନଈରେ ଲାଗିବା ପରେ ଗାଁ ଲୋକଙ୍କ ମନରେ ଏହିସବୁ ପ୍ରଶ୍ନ ଉଠିବା ସ୍ଵାଭାବିକ । ଖୋଲା ନଈରେ ଏହି ଗଳିତ ଶବ ଭାସି ଆସିଛି ।

ଲଘୁଚାପ ଜନିତ ବର୍ଷା ଲାଗି ରହିବା ଫଳରେ ମହାନଦୀ ଭଳି ବୈତରଣୀ ନଦୀରେ ମଧ୍ୟ ମାଧ୍ୟମ ଧରଣର ବନ୍ୟା ସ୍ଥିତି ଦେଖା ଦେଇଛି । ଆଉ ଏଭଳି ପରିସ୍ଥିତିରେ ଏହି ଶବଟି ଭାସି ଭାସି ଆସି ଗାଁ କୂଳରେ ଲାଗିଥିଲା । ଏହି ବନ୍ୟା ଜଳ କଣ୍ଟି ଘାଇ ଏସକେପ ଦେଇ ଭଦ୍ରକ ଜିଲ୍ଲାର ଭଣ୍ଡାରି ପୋଖରୀ ଅଞ୍ଚଳକୁ ପ୍ରବେଶ କରିଛି । କଣ୍ଟି ଘାଇରୁ ଉତ୍ପନ୍ନ ହେଉଥିବା ଖୋଲା ନଈ ବାଟେ ଗତ ଷୋମବାର ଦିନ ବନ୍ୟା ଜଳରେ ଏକ ଅଜଣା ଗଳିତ ଶବ ଟିଏ ଭାସି ଆସୁଥିବାର ଦୃଶ୍ୟ ସ୍ଥାନୀୟ ଲୋକମାନେ ଦେଖିଥିଲେ ।
ଏହି ଦୃଶ୍ୟରେ ଆପଣ ଦେଖି ପାରୁଥିବେ ଅଜଣା ଶବ ଭାସି ଆସିବା କଥା ଗାଁରେ ଖେଳିଯିବା ପରେ ସେଠାରେ କିଭଳି ଭାବେ ଲୋକଙ୍କର ଭିଡ ଜମିଥିଲା । ଶବଟିକୁ ଦେଖିବା ପରେ ସ୍ଥାନୀୟ ଲୋକେ ଖୁବ ଭୟଭୀତ ହୋଇଥିଲେ ଏବଂ ଏହା କେଉଁଠୁ ଭାସି ଆସିଛି ବୋଲି ଏହାକୁ ନେଇ ସେଠାରେ ଚର୍ଚ୍ଚା ଜୋର ଧରିଥିଲା ।

ତେବେ ଶବଟି ଆଖପାଖ ଅଞ୍ଚଳରୁ କେଉଁଠୁ ଭାସି ଆସି ଥାଇପାରେ ବୋଲି ସ୍ଥାନୀୟ ବାସିନ୍ଦା ଅନୁମାନ କରୁଛନ୍ତି । ବନ୍ୟା ଯୋଗୁଁ ନଦୀରେ ପ୍ରଖର ସ୍ରୋତ ଚାଲୁଥିଲା ଓ ଚାରିଆଡେ ଖାଲି ପାଣି ହିଁ ପାଣି ଦେଖିବାକୁ ମିଳୁଛି । ଆଉ ଏତିକି ବେଳେ ଏହି ଅଜଣା ଶବଟି ପେଟେଇ ହୋଇ ଭାସି ଭାସି ଆସିଥିଲା ।
ଶବଟି ବନ୍ୟାର ପ୍ରଖର ଜଳରେ ଖୋଲା ନଈ ଦେଇ ତଳକୁ ଭାସି ଆସୁଥିବାର ଦେଖିଥିଲେ ଗ୍ରାମବାସୀ । ଯାହାପରେ ସମସ୍ତଙ୍କ ମନରେ ଛନକା ପଶିଯାଇଛି ଓ ଗାଁରେ ଏକ ପ୍ରକାର ହଇଚଇ ସୃଷ୍ଟି ହୋଇଯାଇଛି । ଆମ ପୋଷ୍ଟ ଅନ୍ୟମାନଙ୍କ ସହ ଶେୟାର କରନ୍ତୁ ଓ ଆଗକୁ ଆମ ସହ ରହିବା ପାଇଁ ଆମ ପେଜ୍ କୁ ଲାଇକ କରନ୍ତୁ ।