ସତରେ ଜଣେ ସାଙ୍ଗ ଜୀବନରେ କେତେ ଯେ ଗୁରୁତ୍ଵ ପୂର୍ଣ୍ଣ ଭୂମିକା ବହନ କରିଥାଏ ତାହା ଅନ୍ୟ ଜଣେ ସାଙ୍ଗ ନିଶ୍ଚୟ ଜାଣିଥିବ । ହଁ ଦର୍ଶକ ବନ୍ଧୁ ଆପଣ ମାନେ ବଲିଉଡ ବ୍ଲକ ବାଷ୍ଟର ହିନ୍ଦୀ ଫିଲ୍ମ “ସୋଲେ” ନିଶ୍ଚୟ ଦେଖିଥିବେ । ଏହି ଫିଲ୍ମରେ ଯେଭଳି ଭାବେ ଜୟ ଓ ବୀର ର ବନ୍ଧୁତା ସ୍ଥାପନା କରା ଯାଇଥିଲା ତାହା ସବୁ ଦିନ ଲାଗି ମନେ ରହିବ ନିଶ୍ଚୟ ।

ଜୟ ର ଜୀବନ ଲାଗି ନିଜ ଜୀବନକୁ ବିପଦରେ ବୀର ପକାଇବାର ଆପଣ ମନେ ନିଶ୍ଚୟ ବଡ ପରଦା ରେ ଦେଖିଥିବେ । କିନ୍ତୁ ବର୍ତ୍ତମାନ ସମୟରେ ବାସ୍ତବ ଜୀବନରେ ଜଣେ ବନ୍ଧୁ ନିଜର ସାଙ୍ଗ ର ମୃତ୍ୟୁ ପରେ ଏତେ ମର୍ମାହତ ହୋଇ ପଡିଥିଲେ ଯେ ଶେଷରେ ନିଜକୁ ନିଆଁ ରେ ଆତ୍ମହୁତି ଦେଇଛନ୍ତି ।
ୟୁପି ର ଫିରୋରାବାଦ ରେ ଦୁଇ ଜଣ ବନ୍ଧୁ ଙ୍କ କାହାଣୀ ଏବେ ଚର୍ଚ୍ଚା ର ବିଷୟ ପାଲଟିଛି । ପ୍ରକୃତ ବନ୍ଧୁ ଙ୍କ ପାଇଁ ଏମାନେ ପାଲଟିଛନ୍ତି ଉଦାହରଣ । କାହିଁକି ନା ଆଜିକାଲିର ସ୍ଵାର୍ଥପର ଦୁନିଆରେ ଟଙ୍କା ହେଉ କି ଆଯ କିଛି ସାହାର୍ଯ୍ୟ ମାଗିବା ବେଳେ ସାଙ୍ଗ ମାନେ ସହଯୋଗର ହାତ ବଢାଇ ଥାନ୍ତି । କିନ୍ତୁ ବନ୍ଧୁ ଙ୍କ ଦେହାନ୍ତ ଏତେ କଷ୍ଟ ଦେଇଛି ଯେ ଶେଷରେ ସାଙ୍ଗ ଙ୍କ ଜୁଇ ରେ ଡେଇଁ ନିଜ ଜୀବନକୁ ବଳିଦାନ ଦେଇଛନ୍ତି ଅନ୍ୟ ଜଣେ ବନ୍ଧୁ । ୟୁପି ର ଦୁଇ ସାଙ୍ଗ ଅଶୋକ ଓ ଆନନ୍ଦ । ଉଭୟ 5ମ ଶ୍ରେଣୀ ରୁ ବନ୍ଧୁ ରହି ଆସିଥିଲେ ।

ଦୁହେଁ ଭଲ ସାଙ୍ଗ ବୋଲି ଅଞ୍ଚଳରେ ଲୋକ ମଧ୍ୟ ଜାଣିଛନ୍ତି । ଏମିତି କି ସେମାନଙ୍କ ବନ୍ଧୁତା ଦେଖି ଅନ୍ୟ ମାନେ ଈର୍ଷା ମଧ୍ୟ କରନ୍ତି । ତେବେ ଅଶୋକ କିଛି ଦିନ ହେବ କର୍କଟ ରୋଗରେ ପୀଡିତ ହୋଇଥିଲେ । ଆଉ ଧୀରେ ଧୀରେ ସେ ଅସୁସ୍ଥ ହେବାରୁ ମେଡିକାଲ ରେ ଚିକିସ୍ତିତ ହେଉଥିଲେ । ଆଉ ଶେଷରେ ମେଡିକାଲ ରେ ଶେଷ ନିଶ୍ଵାସ ତ୍ୟାଗ କରିଥିଲେ ଅଶୋକ ।
ଆଉ ପରିବାର ଲୋକେ ତାଙ୍କ ଶେଷକୃତ୍ୟ କରିଥିଲେ । ପରିବାର ଲୋକଙ୍କ ଠାରୁ ଆନନ୍ଦ ଅଧିକ ଦୁଖୀ ଥିବାର ଦେଖା ଯାଇଥିଲା । ଏହି କଥା କହିବାର ତାପର୍ଜ୍ୟ ହେଉଛି କି ଯେବେ ଅଶୋକ ଙ୍କ ଜୁଇ ଜଳୁଥିଲା ସେତେବେଳେ ନିଜକୁ ଆୟତ୍ତ ରେ ଆଉ ରଖିପାରିଲେ ନାହିଁ ଆନନ୍ଦ ।
ସମସ୍ତଙ୍କ ଆଗରେ ଆଣ୍ଡ ଅଶୋକ ଜୁଇ ରେ ଡେଇଁ ପଡିଥିଲେ । ଯଦିଓ ତାଙ୍କୁ ନିଆଁ ରୁ ଉଧାର କରି ମେଡିକାଲ ରେ ଭର୍ତ୍ତି କରିଥିଲେ । ତଥାପି ଡାକ୍ତର ତାଙ୍କୁ ସେଠାରେ ମୃତ ଘୋଷଣା କରିଥିଲେ । ଏହି ଘଟଣା ଘଟିବା ପରେ ସ୍ଥାନୀୟ ଅଞ୍ଚଳରେ ଶୋକର ଛାୟା ଖେଳି ଯାଇଥିଲା । କିନ୍ତୁ ସେମାନଙ୍କ ବନ୍ଧୁତା କୁ ନେଇ ସମସ୍ତେ ଏବେ ପ୍ରଶଂସା କରୁଛନ୍ତି । ତା ହେଲେ ବନ୍ଧୁଗଣ ଆପଣ ମାନଙ୍କର ଏହି ଘଟଣାକୁ ନେଇ ମତ ଆମକୁ କମେଣ୍ଟ ଜରିଆରେ ଜଣାଇବେ, ଧନ୍ୟବାଦ ।