ବଜରଙ୍ଗୀର ଫେଭରାଇଟ ହେଉଛି ମଟର ଛୁଇଁ, ସେ ତିନି ମହଲା ଚଢି ଆସେ ଆଉ ରୋଷେଇ ଘରେ ପଶି ଖାଏ, କନ୍ଥାରେ ଶୁଏ… ଦେଖନ୍ତୁ video

ବୟସ ମାତ୍ର 8 ମାସ ଆଉ ନାଁ ବଜରଙ୍ଗୀ । ପିଲାବେଳୁ ମା’ ସିନା ଆରପରିକୁ ଛାଡି ଚାଲିଗଲା ହେଲେ ତାକୁ ନିଜ ପିଲା ଭଳି ପାଲିଛନ୍ତି ସୁନାକର ସ୍ଵାଇଁ । ଯିଏକି ଜଣେ ଏୟାରଫୋର୍ସ ଅଫିସର ଥିଲେ ଏବଂ ଷ୍ଟେଟ ବ୍ଯାଙ୍କରେ ମଧ୍ୟ ଅଧିକାରୀ ଭାବେ ଦାୟିତ୍ଵ ନିର୍ବାହ କରିଥିଲେ । ତେବେ ଆମେ କୌଣସି ମଣିଷ ଛୁଆ କଥା କହୁନୁ । ବରଂ ଗୋଟିଏ ବାଛୁରି କଥା କହୁଛୁ । ଯାହାକୁ ନିଜ ଘର ଭିତରେ ରଖି ନିଜ ଛୁଆ ଭଳି ଲାଳନପାଳନ କରୁଛନ୍ତି ସୁନାକର ଓ ତାଙ୍କ ପତ୍ନୀ ।

ବଜରଙ୍ଗୀ ସବୁଦିନ ସୁନାକରଙ୍କ ଘରକୁ ତିନି ମହଲା କୋଠା ଚଢି ଆସେ ଏବଂ ତାଙ୍କ ଘରେ ଖାଏ । ଏପରିକି ତା’ ପାଇଁ ସ୍ଵତନ୍ତ୍ର କନ୍ଥା ମଧ୍ୟ ରଖଯାଇଛି ସେଥିରେ ସେ ଶୁଏ । ଏନେଇ ସୁନାକର କୁହନ୍ତି କି, ଏୟାରଫୋର୍ସରେ ଥିବାବେଳେ ସେ ଗୋଶାଳାଟିଏ କରିବେ ବୋଲି ଲକ୍ଷ୍ୟ ରଖିଥିଲେ । କିନ୍ତୁ ତାଙ୍କର ଆର୍ଥିକ ପରିସ୍ଥିତି ସେଥିପାଇଁ ସାଥ୍ ଦେଲାନି । ଯାହାପରେ ସେ ଷ୍ଟେଟ ବ୍ଯାଙ୍କରେ ଚାକିରି କରିଥିଲେ । ସେତେବେଳେ ଚିନ୍ତା କରିଥିଲେ କି, ଘରଟିଏ କରିବା ପରେ କିଛି ନହେଲେ ଗୋଟେ ଗାଈଟିଏ ପାଳିବେ ।

2001 ପରଠାରୁ ସେ ଗାଈ ରଖିଥିଲେ ଓ ତାଙ୍କ ଛୁଆକୁ ପାଳୁଥିଲେ । ଏମିତି ଅନେକ ଗାଈ ଷଣ୍ଢମନକ ସେବା ଯତ୍ନ କରିଛନ୍ତି ସୁନାକର । ଭୋଳା ନାମକ ଏକ ଷଣ୍ଢ ଯିବାପରେ ସେ ଭାବିଥିଲେ ଆଉ ଗାଈ ରଖିବେନି ବରଂ ଦିଲ୍ଲୀ ପଳେଇବେ । ବଜରଙ୍ଗୀ ର ମା’ ମରିଯିବା ପରେ ତାଙ୍କର ଗୋସେବକ କ୍ରୀଷ୍ଣା ବାବୁ ତାକୁ ଆଣି ଛାଡି ସୁନାକରଙ୍କ ଘରେ ଛାଡି ଦେଇଗଲେ । ବଜରଙ୍ଗୀଙ୍କୁ ଛୋଟବେଳୁ ପପୁ ବୋତଲ କ୍ଷୀର ଖାଇବାକୁ ଦେଇଥିଲେ ଓ ଛୋଟବେଳୁ ମଟର ଛୁଇଁ ଖାଇବାକୁ ବେଶ ଭଲ ପାଏ ।

ଏବେ ଖରାଦିନେ ତାକୁ ଲାଉ ଏବଂ ତରଭୁଜ ଆଦି ଖାଇବାକୁ ଦେଉଛନ୍ତି ସୁନାକର । ବଜରଙ୍ଗୀ ପ୍ରତି ପ୍ରେମ ତାଙ୍କ ଆଖିରୁ ଝଲସି ଉଠୁଛି । ତେବେ କେବଳ ବଜରଙ୍ଗୀ ନୁହେଁ ବରଂ ଏହା ପୂର୍ବରୁ ଅନେକ ଗାଈ ଓ ଷଣ୍ଢ ଏମିତି ତାଙ୍କ ଘରେ ରହୁଥିଲେ । ଜଗା, ଭୋଳା, ରାମ, କୃଷ୍ଣ ଓ ରଘୁ ଆଦି ମଧ୍ୟ ତାଙ୍କ ତଳ ଘରେ ଥିବା ଗ୍ଯାରେଜରେ ରହୁଥିଲେ । ସମସ୍ତଙ୍କୁ ବେଶ ସ୍ନେହରେ ଖାଇବା ପିଇବା ଦେଇ ଯତ୍ନର ସହ ପାଳିଥିଲେ ସୁନାକାର ଏବଂ ପତ୍ନୀ ।

ଏବେ ବଜରଙ୍ଗୀ ଟିକେ ବଡ ହେଇଗଲେ ସୁନାକାର ଦିଲ୍ଲୀ ପଳେଇବେ ବୋଲି ଭାବିଛନ୍ତି । କାରଣ ବୟସ ହେଲାଣି ଆଉ ଗାଈ ଗୋରୁ ସମ୍ଭାଳିବା ସହଜ ହେଉନାହିଁ ବୋଲି ସେ କହିଛନ୍ତି । କିନ୍ତୁ ବଜରଙ୍ଗୀକୁ ସେ ଯେମିତି ପାଳିଛନ୍ତି ଦେଖିଲେ ଆପଣଙ୍କ ଆଖି ବି ଭିଜିଯିବ । ଆମ ପୋଷ୍ଟ ଅନ୍ୟମାନଙ୍କ ସହ ଶେୟାର କରନ୍ତୁ ଓ ଆଗକୁ ଆମ ସହ ରହିବା ପାଇଁ ଆମ ପେଜ୍ କୁ ଲାଇକ କରନ୍ତୁ ।