ବଜାରକୁ ଆସିଗଲା କରୋନା ଔଷଧ, ଦାମ ମାତ୍ର ଏତିକି ଟଙ୍କା

ଦେଶରେ କରୋନା ମହାମାରୀ ଦ୍ରୁତ ବେଗରେ ବଢିଚାଲିଛି । ଏହି ସମୟରେ ଏକ ଆସ୍ବସ୍ତିକର ଖବର ଆସିଯାଇଛି । ବର୍ତ୍ତମାନ ସମୟରେ କରୋନା ରୋଗ ସଂକ୍ରମଣ ରୁ ତ୍ରାହି ପାଇବା ପାଇଁ ଗ୍ଲେମମାର୍କ କମ୍ପାନୀ ବାହାର କରିଛି କରୋନା ପାଇଁ ଔଷଧ । ଏହି ଔଷଧରେ ବ୍ୟବହୃତ ଫର୍ମୁଲା ଆମେରିକା ବୈଜ୍ଞାନିକଙ୍କ ଦ୍ୱାରା ଆବିସ୍କୃତ ହୋଇଛି । ଏହି ଔଷଧ ପ୍ରାୟ 80 ପ୍ରତିଶତ କାମ କରୁଅଛି । ଭାରତରେ ଏହି ଔଷଧର ମୂଲ୍ୟ ରହିଛି ୧୦୩ ଟଙ୍କା । କିପରି ରୋଗୀ ମାନେ ଏହାକୁ ସହଜ ରେ ପାଇ ପାରିବେ ସେଥିପ୍ରତି ଔଷଧ କମ୍ପାନୀ ମାନେ ଧ୍ୟାନ ରଖିଛନ୍ତି । ତେଣୁ ଏହି ଔଷଧ ଏତେ ଶସ୍ତାରେ ଉପଲବ୍ଧ ଅଟେ ।

ଦେଶରେ ଛୋଟ ଏବଂ ହାରାହାରି ଲକ୍ଷଣ ଥିବା ରୋଗୀଙ୍କ ଚିକିତ୍ସା ପାଇଁ ଫାଭିପିରାଭିର ଔଷଧକୁ ଅନୁମୋଦନ କରାଯାଇଛି । ଫାର୍ମାସ୍ୟୁଟିକାଲ୍ କମ୍ପାନୀ ଗ୍ଲେନମାର୍କ ଫାର୍ମାସ୍ୟୁଟିକାଲ୍ସ ଶନିବାର ଏହି ଔଷଧ ପ୍ରଦାନ କରିଛି ଏବଂ କହିଛି ଯେ ମଧୁମେହ ଏବଂ ହୃଦ୍ ରୋଗରେ ପୀଡିତ ରୋଗୀମାନେ ଡାକ୍ତରଙ୍କ ପରାମର୍ଶରେ ଏହି ଔଷଧ ଗ୍ରହଣ କରିପାରିବେ ।

ଫାବିଫ୍ଲୁ ବ୍ରାଣ୍ଡ ନାମରେ ଏହି ଔଷଧ ଲଞ୍ଚ କରାଯାଇଛି ଏବଂ ଏହାର ଟ୍ୟାବଲେଟର ମୂଲ୍ୟ ୧୦୩ ଟଙ୍କା ରହିଛି । ୨୦୦ ମିଲିଗ୍ରାମର ୩୪ ଟାବଲେଟର ଏକ ପ୍ୟାକେଟର ମୂଲ୍ୟ ୩୫୦୦ ଟଙ୍କା ହେବ ବୋଲି କମ୍ପାନୀ ସୂଚନା ଦେଇଛି ।

କିନ୍ତୁ ଔଷଧ ଖାଇବା ପୂର୍ବରୁ ଡାକ୍ତରଙ୍କ ପରାମର୍ଶ ନେବା ଆବଶ୍ୟକ ବୋଲି କମ୍ପାନୀ କହିଛି । ଡାକ୍ତରଙ୍କ ପରାମର୍ଶ ପରେ ପ୍ରଥମ ଦିନରେ ୧୮୦୦ ମିଗ୍ରା ର ଦୁଇଟି ମାତ୍ରା ଗ୍ରହଣ କରାଯିବ । ଏହା ପରେ, ୮୦୦ ମିଗ୍ରା ର ଦୁଇଟି ମାତ୍ରା ୧୪ ଦିନ ପାଇଁ ଗ୍ରହଣ କରିବାକୁ ପଡିବ ।

ପୂର୍ବରୁ ଅନେକ ଭ୍ୟାକ୍ସଇନ୍ ଟୀକା ଉଦ୍ଭାବନ କରିଥିଲେ ମଧ୍ୟ ଡାକ୍ତରୀ ବୈଜ୍ଞାନିକ ମାନେ ଫେଲ ମାରିଥିଲେ, ଏହାପରେ ଆମେରିକା ଏହାକୁ ପ୍ରସ୍ତୁତ କରିଛି । ଚୀନ ରୁ ଆରମ୍ଭ ଏହି କରୋନା ନିଆଁ ରେ 100 କୋଟି ଲୋକ ପୀଡ଼ିତ ହୋଇ ସାରିଲେଣି । ଓଡ଼ିଶାରେ ପୀଡିତ ଙ୍କ ସଂଖ୍ୟା ପାଞ୍ଚ ହଜାର ଛୁଇଁଛି ।

କରୋନାର ତାଣ୍ଡବ କିଛି ମାସରୁ ଚରମ ସୀମାରେ ଅଛି ଏବଂ ଏହାର ଚିକିତ୍ସା ପାଇଁ ଏପର୍ଯ୍ୟନ୍ତ ଟିକା ଦିଆଯାଇ ନାହିଁ । ଏହି ଟିକା ପ୍ରସ୍ତୁତ କରିବା ପାଇଁ ଦୁନିଆର ଅନେକ ଦେଶ କାର୍ଯ୍ୟ କରୁଛନ୍ତି, ଯଦିଓ ଏହି ଟୀକାକରଣର ବିକାଶ ଭାରତର ଅନେକ ଲାବୋରେଟୋରୀରେ ମଧ୍ୟ ଚାଲିଛି । ଆସନ୍ତୁ ଜାଣିବା କେତେ ଦେଶ କରୋନା ଟିକା ଉପରେ କାମ କରୁଛନ୍ତି । ଆପଣଙ୍କୁ ଆମର ଏହି ଆର୍ଟିକିଲଟି ଭଲ ଲାଗିଥିଲେ ଗୋଟେ ଲାଇକ କରିବେ ଓ ସାଙ୍ଗମାନଙ୍କ ସହ ସେୟାର କରନ୍ତୁ । ଆଗକୁ ଆମ ସହିତ ରହିବା ପାଇଁ ପେଜକୁ ଲାଇକ କରନ୍ତୁ ।