କୌଣସି ଅମୃତ ଠାରୁ କମ ନୁହେଁ ଏହି ଘାସ, ଯଦି ମିଳିଯାଏ ଛାଡିବେ ନାହିଁ

ଆମ ପୃଥିବୀରେ ଏମିତି ବହୁତ ଗଛଲତା ଅଛି ଯାହାର ଔଷଧୀୟ ଗୁଣ ବହୁତ ଚମତ୍କାରୀ ଅଟେ । ଯଦି ଆପଣ ତାହାର ସଠିକ ଭାବରେ ଉପଯୋଗ କରିବ ତେବେ ଆପଣ ସେଥିରୁ ବହୁତ କିଛି ଲାଭ ପାଇ ପାରିବେ । ଏହା ସହିତ ଆପଣ ବିଭିନ୍ନ ପ୍ରକାରର ରୋଗରୁ ମୁକ୍ତି ମଧ୍ୟ ପାଇ ପାରିବେ । ପୁରାତନ ସମୟରେ ଆମର ପୂର୍ବ ପୁରୁଷମାନେ ଏହି ଗଛଲତାକୁ ହିଁ ନିଜର ଶରୀରକୁ ସୁସ୍ଥ ରଖିବା ପାଇଁ ବ୍ୟବହାର କରୁଥିଲେ ।

ଏମିତିରେ ଆଜି ଆମେ ଆପଣଙ୍କୁ ଏକ ଔଷଧୀୟ ଗୁଣ ଭରା ଓ ଚମତ୍କାରୀ ଘାସ ବିଷୟରେ କହିବାକୁ ଯାଉଛୁ । ଆମେ ଯେଉଁ ଗଛ ଅର୍ଥାତ ଘାସ ବିଷୟରେ କଥାବାର୍ତ୍ତା କରୁଛୁ ତାହାର ନାମ ଅଟେ ନାଗରମୋଥା । ଯାହା ପୁରା ଭାରତରେ ବହୁତ ମାତ୍ରାରେ ମିଳିଥାଏ । ନାଗରମୋଥାରୁ ଅତର ତିଆରି ହୋଇଥାଏ ଓ ଔଷଧ ରୂପରେ ନାଗରମୋଥା ବି ବ୍ୟବହାର କରାଯାଏ ।

ନାଗରମୋଥା ପୁରା ଭାରତରେ ପାଣି ଥିବା ଅଂଶରେ ଅଧିକ ମାତ୍ରାରେ ମିଳିଥାଏ । ଏହି ଗଛ ସମୁଦ୍ର ତଳରୁ ୬ ହଜାର ଫୁଟ ଉଚ୍ଚତା ପର୍ଯ୍ୟନ୍ତ ମିଳିଥାଏ । ଯେମିତି କି ବହୁତ ଶୁଖିଲା ପ୍ରଦେଶରେ, ବର୍ଷା ମୌସମରେ ଓ ପୋଖରୀ ନିକଟରେ ବି ଅଧିକ ମାତ୍ରାରେ ଦେଖିବାକୁ ମିଳିଥାଏ । ନାଗରମୋଥର ପତ୍ର ୬ ଇଞ୍ଚ ଲମ୍ବା ଓ ବହୁତ ପତଳା ହୋଇଥାଏ ।

ନାଗରମୋଥାର ସେବନ ଦ୍ଵାରା ମିଳୁଥିବା ଲାଭ

ନାଗରମୋଥାକୁ ଗ୍ରାଇଡିଙ୍ଗ କରି ସେଥିରେ ଗୁଡ ମିଶାଇ ତାହାର ଔଷଧ ତିଆରି କରି ମହିଳାମାନେ ସେବନ କରିବା ଦ୍ଵାରା ସେମାନଙ୍କ ମାସିକ ଧର୍ମ ବି ଠିକ ହୋଇଥାଏ ।

ଗଣ୍ଠି ରୋଗ ବାଲା ବ୍ୟକ୍ତିକୁ ବି ଯଦି ନାଗରମୋଥା ଓ ଗୋଖରୂକୁ ସମାନ ମାତ୍ରରେ ନେଇ ତାହାର ଚୁରନ ତିଆରି କରି ସେବନ କରାଯାଏ ତେବେ ଗଣ୍ଠି ରୋଗରେ ବି ବହୁତ ଲାଭ ମିଳିଥାଏ ।

ନେତ୍ରର ରୋଗରେ ପୀଡିତ ବ୍ୟକ୍ତି ନାଗରମୋଥାକୁ ରାତିରେ ଏକ ମାଟିର ପାତ୍ରରେ ପାଣି ଦେଇ ରଖି ଦିଅନ୍ତୁ । ସକାଳୁ ଉଠି ସେହି ପାଣିକୁ ଛାଣିବା ପରେ ସେହି ପାଣି ଦ୍ଵାରା ନିଜର ଆଖିକୁ ସଫା କରନ୍ତୁ । ଏହିଭଳି ଭବାରେ ୭ ଦିନ କରିବା ଦ୍ଵାରା ଆପଣଙ୍କ ନେତ୍ର ରୋଗ ଦୂର ହୋଇ ଯିବେ । ଆଶାକରୁଛୁ ଆମର ଏହି ଟିପ୍ସ ନିଶ୍ଚୟ ଆପଣଙ୍କ କାମରେ ଆସିବ। ଯଦି ଆପଣଙ୍କୁ ଏହା ଭଲ ଲାଗିଲା ଅନ୍ୟମାନଙ୍କ ସହିତ ସେୟାର କରନ୍ତୁ । ଆମ ସହିତ ଯୋଡି ହେବା ପାଇଁ ଆମ ପେଜ କୁ ଲାଇକ କରନ୍ତୁ ।