ବହୁତ ଚମତ୍କାରୀ ଅଟେ ଏହି ଦେଶୀ ସର୍ବତ, ମୋଟାପା, ଆଣ୍ଠୁ ଗଣ୍ଠି ଦରଜ, କମଜୋରି, ରକ୍ତ ର ଅଭାବ କେବେ ବି ହେବାକୁ ଦେବ ନାହିଁ- Health Tips

ନମସ୍କାର ବନ୍ଧୁଗଣ, ବନ୍ଧୁଗଣ ଆମ ଜୀବନ ରେ ଅନେକ ପ୍ରକାର ରୋଗ ସମସ୍ୟା ଦେଖା ଯାଇଥାଏ । ଯାହା ଦ୍ୱାରା ଆମକୁ ଅନେକ ପ୍ରକାର କଷ୍ଟ ଓ ଯନ୍ତ୍ରଣା ସହିବାକୁ ପଡିଥାଏ । ଏହି ଯନ୍ତ୍ରଣା ରୁ ମୁକ୍ତି ପାଇବା ପାଇଁ ଆମେ ବଜାର ରେ ମିଳୁଥିବା ବିଭିନ୍ନ ପ୍ରକାର ଔଷଧ ସେବନ କରିଥାଉ । ଅନେକ ଡାକ୍ତର ଙ୍କ ପରାମର୍ଶ ମଧ୍ୟ ଲୋଡି ଥାଉ । କିନ୍ତୁ ସେଥିରୁ ବିଶେଷ ପ୍ରଭାବ ପଡି ନ ଥାଏ । ଆଣ୍ଠୁଗଣ୍ଠି ଜନିତ ରୋଗ ଥରେ ହୋଇଗଲେ ତାହା ଦୁର ହେବା ଏତେ ସହଜ ହୋଇ ନ ଥାଏ । ଖାସ କରି ବର୍ତ୍ତମାନ ସମୟ ରେ ଅଧିକ ଆଣ୍ଠୁଗଣ୍ଠି ଜନିତ ସମସ୍ୟା ଦେଖିବାକୁ ମିଳୁଛି ।

ଏହାର ଅନେକ କାରଣ ମଧ୍ୟ ରହିଛି । ଆଜିକାଲି ଲୋକମାନଙ୍କ ସହ ଛୁଆ ମାନଙ୍କୁ ମଧ୍ୟ କିଛି କରିବାକୁ ଇଚ୍ଛା ହୋଇନଥାଏ । ତେବେ ଏହାର କାରଣ ହେଉଛି ଶରୀର ର ରେ ରକ୍ତ ର ଅଭାବ । ଶରୀର ରେ ରକ୍ତ ର ଅଭାବ ହେବା ଦ୍ଵାରା ଅନେକ ପ୍ରକାର ରୋଗ ଦେଖିବାକୁ ମିଳିଥାଏ ।

ତେଣୁ ଆଜି ଆମେ ଆପଣଂକୁ ଏପରି କିଛି ଉପାୟ ଵିଷୟ ରେ କହିବୁ ଯାହାକୁ ପ୍ରୟୋଗ କରିବା ଦ୍ୱାରା ଆପଣଙ୍କ ଶରୀର ରେ କୌଣସି ସମସ୍ୟା ଦେଖା ଦେବ ନାହିଁ । ତେବେ ଆସନ୍ତୁ ଜାଣିବା ସେହି ଉପାୟ ଵିଷୟ ରେ ।

ବନ୍ଧୁଗଣ ଆଜି ଆମେ ଆପଣଂକୁ ଯେଉଁ ଉପାୟ ଟି କହିବାକୁ ଯାଉଛୁ ତାହାକୁ ଆପଣ ବହୁତ ସହଜ ରେ ନିଜ ଘରେ ପ୍ରସ୍ତୁତ କରିପାରିବେ । ଏହାକୁ ପ୍ରସ୍ତୁତ କରିବା ପାଇଁ ବେଶୀ ଅର୍ଥ ମଧ୍ୟ ଆବଶ୍ୟକ ହୋଇନଥାଏ । ଏହା କୁ ପ୍ରସ୍ତୁତ କରିବା ପାଇଁ ଆମକୁ ଆବଶ୍ୟକୀୟ ଜିନିଷ ଗୁଡିକ ହେଉଛି କିଛି ଚଣା ରୁ ପ୍ରସ୍ତୁତ ଛତୁ, ଅଧା ଲେମ୍ବୁ ର ରସ, ଦୁଇ ଚାମଚ କଟା ହୋଇଥିବା ଧନିଆ, ଅଧା ଚାମଚ ଜିରା ଗୁଣ୍ଡ ଏବଂ ସ୍ୱାଦ ଅନୁସା ରେ କଳା ଲୁଣ ।

ପ୍ରଥମେ ଗୋଟିଏ ପାତ୍ର ରେ ଛତୁ, ଜିରା ଗୁଣ୍ଡ କଟା ଧନିଆ କୁ ମିଶାଇ ଦିଅନ୍ତୁ । ଏହା ପରେ ସେଥିରେ ଅଳ୍ପ କିଛି ପାଣି ଦେଇ ତାହାକୁ ଭଲ ଭାବରେ ଗୋଳାଇ ଦିଅନ୍ତୁ । ଗୋଳେଇ ସାରିବା ପରେ ସେଥିରେ ଏକ ଗ୍ଲାସ ପାଣି ଦେଇ ଲେମ୍ବୁ ରସ ପକାଇ ଦିଅନ୍ତୁ । ଏହା ପରେ ସେଥିରେ ସ୍ୱାଦ ଅନୁସା ରେ କଳା ଲୁଣ ପକାଇ ଦିଅନ୍ତୁ । ବର୍ତ୍ତମାନ ଆପଣଙ୍କ ର ଦେଶୀ ସର୍ବତ ସମ୍ପୂର୍ଣ୍ଣ ଭାବରେ ପ୍ରସ୍ତୁତ ହୋଇ ଯାଇଛି ।

ବନ୍ଧୁଗଣ ଏହାକୁ ଆପଣ ସକାଳେ ପିଇ ପାରିବେ କିମ୍ବା ଯଦି ଖରା ରେ କୌଣସି ସ୍ଥାନ ରୁ ଆସୁଛନ୍ତି ତେବେ ଆପଣ ଏହି ସର୍ବତ କୁ ପିଇ ପାରିବେ । ଏହା ଆପଣଙ୍କ ଶରୀର ପାଇଁ ବହୁତ ଲାଭଦାୟକ ଅଟେ । ଏହି ସର୍ବତ ପିଇବା ଦ୍ୱାରା ଆପଣଙ୍କ ପେଟ ଥଣ୍ଡା ରହିଥାଏ । ଏହାକୁ ପିଇବା ଦ୍ୱାରା ଆପଣଙ୍କ ତ୍ୱଚା ସବୁବେଳେ ଚମକି ଉଠିଥାଏ । ଏହି ସର୍ବତ ର ସେବନ କରିବା ଦ୍ୱାରା ଆପଣଙ୍କ ମଧ୍ୟରେ କେବେ ହେଲେ ଶକ୍ତି ର ଅଭାବ ଦେଖା ଦେଇ ନ ଥାଏ ।

ଏହା ଆପଣଙ୍କ ଶରୀର ରେ ରକ୍ତ ପ୍ରସ୍ତୁତ କରିବା ରେ ସାହାଯ୍ୟ କରିଥାଏ । ଏଥିରେ ବିଭିନ୍ନ ପ୍ରକାର ଭିଟାମିନ ରହିଥାଏ ଯାହା ଆପଣଙ୍କ ଶରୀର କୁ ସମ୍ପୂର୍ଣ୍ଣ ଭାବରେ ରୋଗ ମୁକ୍ତ କରିଦେଇଥାଏ । ଏହାକୁ ସେବନ କରିବା ଦ୍ୱାରା ଆପଣଙ୍କ ର ହାଡ଼ ଜନିତ ସମସ୍ତ ରୋଗ ଦୁର ହୋଇଯାଇଥାଏ । ଆଣ୍ଠୁଗଣ୍ଠି ଭଳି ସମସ୍ୟା ମଧ୍ୟ ଦୁର ହୋଇଯାଇଥାଏ । ଯଦି ଆପଣ ନିଜର ମୋଟାପଣ କୁ ନେଇ ଚିନ୍ତିତ ଅଛନ୍ତି । ତେବେ ଆପଣ ଏହାର ସେବନ କରିବା ଦ୍ୱାରା ସେଥିରୁ ମୁକ୍ତି ପାଇ ପାରିବେ । ତେବେ ବନ୍ଧୁଗଣ ଆପଣ ଏହାକୁ ନିଶ୍ଚିତ ଘରେ ବନାଇ ସେବନ କରନ୍ତୁ ।

ଆଶାକରୁଛୁ ଆମର ଏହି ଟିପ୍ସ ନିଶ୍ଚୟ ଆପଣଙ୍କ କାମରେ ଆସିବ । ଯଦି ଆପଣଙ୍କୁ ଏହା ଭଲ ଲାଗିଲା ଅନ୍ୟମାନଙ୍କ ସହିତ ସେୟାର କରନ୍ତୁ । ଆମ ସହିତ ଯୋଡି ହେବା ପାଇଁ ଆମ ପେଜ କୁ ଲାଇକ କରନ୍ତୁ ।