କିଏ ଏଇ ଆମିର ଖାଁ ? ବାହନଗା ଟ୍ରେନ ଟ୍ରାଜେଡିରେ ମୋହରା ବନିଛନ୍ତି କି ଆମିର ? ସାଢେ 6 ଘଣ୍ଟାର ଜେରାରୁ ଆମିରଙ୍କ ଠାରୁ ସିବିଆଇ ପାଇଛି କି ସୁରାଗ ? କିଛି ପ୍ରମାଣ ପାଇଥିବାରୁ ସିବିଆଇ କବଜାରେ କି ଆମିର ? ବନ୍ଧୁଗଣ କରମଣ୍ଡଳ ଟ୍ରେନ ଦୁର୍ଘଟଣା ରେ ଆମିର ଖାଁ ଙ୍କୁ ନେଇ ବଢୁଛି ସନପେନ୍ସ । ସିବିଆଇ କବଜାରେ ଥିବା ଆମିର ଖାଁ ସୋରୋ ସେକ୍ସନ ର ସିଗନାଲ ରେ କାମ କରନ୍ତି । ଆମିର ଙ୍କ ଘର ପଶ୍ଚିମବଙ୍ଗ ହୁଗୁଳି ଜିଲ୍ଲା ଢାଙ୍କୁଣୀ ରେ ।
ଗତ 2 ବର୍ଷ ହେଲା ସେ ସୌର ଷ୍ଟେସନରେ କାମ କରୁଛନ୍ତି । ଏହା ପୂର୍ବରୁ ସେ ବାଲେଶ୍ଵର ଷ୍ଟେସନରେ ଥିଲେ । ସୌର ର ଗୋଟେ ଘରେ ଭଡାରେ ରହୁଥିଲେ ଆମିର ଖାଁ । ମଙ୍ଗଳବାର ଦିନ ସିବିଆଇ ଅଧିକାରୀ ସାଢେ 6 ଘଣ୍ଟା ଧରି ଆମିର ଙ୍କୁ ଜେରା କରିଥିଲେ । ତାଙ୍କ ଘରକୁ ତନତନ କରି ଯାଞ୍ଚ କରିଥିଲ ସିବିଆଇ । ଏହି ଘରୁ ମିଳିଛି କି ଷଡଯନ୍ତ୍ର ବ୍ଲୁ ପ୍ରିଣ୍ଟ ର ସୁରାଗ ତାହାକୁ ନେଇ ଏବେ ବଡ ପ୍ରଶ୍ନ ଉଠିଛି । ଜୁନ 2 ତାରିଖରେ ଅଫ ଲାଇନରୁ ଲୁପ ଲାଇନ କୁ ଆସି ମାଲଗାଡି ସହ ପିଟି ହୋଇଥିଲା କରମଣ୍ଡଳ ଏକ୍ସପ୍ରେସ ।
କିଛି ବଗି ଛିନ ଛତର ହୋଇ ଯାଇଥିଲା । ଯାହା ସହ ଧକ୍କା ହୋଇଥିଲା ହାୱାଡା ଯଶୋବନ୍ତପୁର ଟ୍ରେନର । ଏହି ଭୟଙ୍କର ଦୁର୍ଘଟଣା ନେଇଛି 291 ଜଣଙ୍କ ଜୀବନ । ସିଗନାଲ ରେ ଗଡବଡ ଥିବା ସାଂଘାତିକ ସତ ସାମ୍ନା କୁ ଆସିଛି । ପୁରା ବ୍ୟବସ୍ଥାରେ ଟାମ୍ପରିଙ୍ଗର ହୋଇଥିବାର ଅଭିଯୋଗ ହୋଇଛି । ଏବେ ସିଗନାଲ ଜେଇ ଆମିର ଖାଁ ଏବେ ସିବିଆଇ କବଜା ରେ ।
ତେବେ ଏବେ ପ୍ରଶ୍ନ ଉଠିଛି କି ସିଗନାଲ ଟାମ୍ପରିଙ୍ଗ ପଛରେ ଆମିର ଖାଁ ଙ୍କ ହାତ ଅଛି କି ? ଆମିର ଙ୍କୁ କିଏ ମୋହରା ବନାଇ କରିଛି କି ବଡ ଷଡଯନ୍ତ୍ର ? ଏହା ପରେ ରହିଛି କି ଆତଙ୍କି ଙ୍କ ଚକ୍ରାନ୍ତ ? ବାହାନଗା ଟ୍ରେନ ଟ୍ରାଜେଡି ଘଟଣାରେ 5 ଜଣ ରେଳ କର୍ମଚାରୀ ଙ୍କୁ ପଚରା ଉଚରା କରୁଥିଲା ସିବିଆଇ । ସେମାନଙ୍କ ମଧ୍ୟରୁ 3 ଜଣଙ୍କୁ ଛାଡି ଦେଇଛି । ସିଗନାଲ ଟାମ୍ପରିଙ୍ଗ ଆମିର ଖାନ ଙ୍କୁ ଗୋଟେ ପିସିଆର ରେ ପ୍ରଭୁ ୟାଦବ ଏବେ ସିବିଆଇ କବଜରେ ଅଛନ୍ତି । ତା ହେଲେ ବନ୍ଧୁଗଣ ଆପଣ ମାନଙ୍କର ଏହି ଘଟଣାକୁ ନେଇ ମତ ଆମକୁ କମେଣ୍ଟ ଜରିଆରେ ଜଣାଇବେ, ଧନ୍ୟବାଦ ।