ରାତିକ ମଧ୍ୟରେ ବଦଳିଗଲା ଟ୍ରକ ଡ୍ରାଇଭର ର ଜୀବନ, ଜ୍ୟାକପଟ ରେ ମିଳିଲା 2112 କୋଟି ଟଙ୍କା

ମଣିଷ ସେପର୍ଯ୍ୟନ୍ତ ଗରିବ ଥାଏ ଯେପର୍ଯ୍ୟନ୍ତ ଭଗବାନ ତା ସାଥିରେ ନଥାନ୍ତି । କିନ୍ତୁ ଯେତେବେଳେ ଭଗବାନ ଦେଇଥାଏ ତ ଛପର ଫାଡି କି ଦେଇଥାଏ । ଏମିତିରେ ଭାଗ୍ୟ ବଦଳିବାରେ ଡେରି ହୁଏ ନାହିଁ । କିଛି ଏମିତି ଘଟଣା ଏବେ ଦେଖିବାକୁ ମିଳିଛି ଯେଉଁଠି ଗୋଟିଏ ମାମୁଲି ଟ୍ରକ ଡ୍ରାଇଭର ର ଜୀବନ ରାତି ରାତି ବଦଳି ଗଲା । ପ୍ରକୃତରେ ଏହି ଡ୍ରାଇଭର ଜଣଙ୍କ କେବେ ବି ସ୍ଵପ୍ନରେ ସୁଧା ବି ଭାବି ନଥିଲା କି ଗୋଟିଏ ଦିନରେ ସେ କୋଟି କୋଟି ଟଙ୍କାର ମାଲିକ ହୋଇଯିବ । କିନ୍ତୁ ତାର ଭାଗ୍ୟ ଏମିତି ବଦଳିଗଲା କି ସେ ଜ୍ୟାକପଟରେ ୨ ହାଜର କୋଟି ଟଙ୍କାରୁ ବି ଅଧିକ ଧନରାଶି ଜିତିଲା । ଜଣାଇ ଦେଉଛୁ କି ଏହି ଘଟଣା ଆମେରିକାର ଅଟେ ।

ଯେଉଁଠି ଶୁକ୍ରବାର (୨୫ ଜାନୁୟାରୀ) କୁ ନ୍ୟୁୟର୍କରେ ଗୋଟିଏ ଟ୍ରକ ଡ୍ରାଇଭର ଜ୍ୟାକପଟ ଜିତି ଲଟେରୀ ଇତିହାସରେ ଦ୍ଵିତୀୟ ସବୁଠୁ ବଡ ରାଶି ଜିତିବାର ଭାଗ୍ୟ ପାଇଲା ।

ମିଳିଥିବା ସୂଚନା ଅନୁସାରେ ଏହି ଟ୍ରକ ଡ୍ରାଇଭର ଜ୍ୟାକପଟରେ ହାରାହାରି ୨୧୧୨ କୋଟି ଟଙ୍କା ଜିତିଛନ୍ତି । ସିଏନଏନ ସମ୍ବନ୍ଧିତ WABC ଅନୁସାରେ ଡ୍ରାଇଭର ନାମ ଡେବିଡ ଜନସନ ଅଟେ ଯିଏ କି ୫୬ ବର୍ଷର ଅଟନ୍ତି ଓ ନ୍ୟୁୟର୍କରେ ରୁହନ୍ତି । ଜନସନ କହିଲେ କି ସେ ଏତେ ବଡ ରାଶି ଜିତିବା ପରେ ବହୁତ ଖୁସି ଅଛନ୍ତି ଓ କାମକୁ ଯିବା ବି ବନ୍ଦ କରିସାରିଛନ୍ତି । ଜନସନ କେବେ ଭାବି ନଥିଲେ କି ମାମୁଲି ଟ୍ରକ ଡ୍ରାଇଭର ହୋଇ କି ମଧ୍ୟ ସେ ଗୋଟିଏ ଦିନ କୋଟିପଟି ହୋଇଯିବେ ।

ନ୍ୟୁୟର୍କ ଲଟେରୀ ଦ୍ଵାରା କାରାଯାଇଥିବା ଗୋଟିଏ ରିପୋର୍ଟରେ ଜଣାଇଥିଲେ କି ଜନସନ ନାମକ ବ୍ୟକ୍ତି 26 ଡିସେମ୍ବର କୁ  ସେଠି ଲଟେରୀ ଖେଳିଥିଲେ । ଏହି ଲଟେରୀର ନମ୍ବର 5-25-38-52-67 ଓ ପାୱାରବଲ 24 ଥିଲା ।

ଜଣାଇ ଦେଉଛୁ କି ନ୍ୟୁୟର୍କ ଲଟେରୀ ଉତ୍ତର ଆମେରିକାର ସବୁଠୁ ଅଧିକ ବିକାଯାଉଥିବା ଲଟେରୀ ଅଟେ । ମିଳିଥିବା ସୂଚନା ଅନୁସାରେ ଏହି ଲଟେରୀ ମାଧ୍ୟମରେ ପ୍ରତ୍ୟେକ ବର୍ଷ ସ୍ଥାନୀୟ ଜିଲ୍ଲା ସ୍କୁଲକୁ ଶିକ୍ଷାପାଇଁ 13% ଦାନ କରାଯାଇଥାଏ । ଆମ ଭାରତ ଦେଶରେ ବି ଏମିତି ବହୁତ ରାଜ୍ୟ ଅଛି ଯେଉଁଠି ସରକାରଙ୍କ ଦ୍ଵାରା ଲଟେରୀ ଦିଆଯାଇଥାଏ । ରିପୋର୍ଟରେ ଏହି କଥା ପ୍ରମାଣ ହୋଇ ସାରିଛି କି କେରଳ ରାଜ୍ୟ ଲଟେରୀ କ୍ୟାସ ଫ୍ଲୋ ର ଏକ ବଡ ମାଧ୍ୟମ ହୋଇ ସାରିଛି ।

ମଣିଷର ଭାଗ୍ୟ କେବେ ବି ବଦଳି ପାରେ ଏଥିପାଇଁ ଚିନ୍ତିତ ନ ହୋଇ କର୍ମ କରିଚାଲ । ପୋଷ୍ଟ ଟି ଭଲ ଲାଗିଥିଲେ ସେୟାର କରନ୍ତୁ ଓ ଆମ ସହିତ ରହିବା ପାଇଁ ଆମ ପେଜକୁ ଲାଇକ କରନ୍ତୁ ।