ନମସ୍କାର ବନ୍ଧୁଗଣ । ଆମ ରାଜ୍ୟ ରେ ସରକାରୀ ଓ ଅନୁଦାନ ପ୍ରାପ୍ତ ବିଦ୍ୟାଳୟ ମାନଙ୍କରେ ୟୁନିଫର୍ମ କୁ ନେଇ ଅନେକ ସମୟରେ ଚର୍ଚ୍ଚା ହୋଇଥାଏ । କାରଣ ସ୍କୁଲ ୟୁନିଫର୍ମ କୁ ନେଇ ଅନେକ ଥର ଚେଞ୍ଜେସ କରା ଯାଇଥାଏ । ଯାହା ପାଇଁ ସ୍କୁଲ ୟୁନିଫର୍ମ ର ନୂଆ ଲୁକ ମଧ୍ୟ ସାମ୍ନା କୁ ଆସିଥାଏ । ତେବେ ଅନେକ ସମୟରେ ସ୍କୁଲ ୟୁନିଫର୍ମ ଚେଞ୍ଜ ହେବା ପାଇଁ ରାଜ୍ୟ ସରକାର କିଛି ନା କିଛି ନୂଆ ପଦକ୍ଷେପ ଗ୍ରହଣ କରିଥାନ୍ତି ।

ଯାହା ସବୁ ଛାତ୍ର ଛାତ୍ରୀ ମାନନକୁ ବେଶ ପସନ୍ଦ ମଧ୍ୟ ଆସିଥାଏ । ତେବେ ବର୍ତ୍ତମାନ ସ୍କୁଲର ୟୁନିଫର୍ମ କୁ ନେଇ ଆସିଛି ଏକ ବଡ ଖବର । ଯାହାକୁ ନେଇ ଚର୍ଚ୍ଚା ଜୋର ଧରିଛି । ରାଜ୍ୟର ସମସ୍ତ ସରକାରି ଓ ଅନୁଦାନ ପ୍ରାପ୍ତ ହାଇ ସ୍କୁଲର ଣବମ ଓ ଦଶମ ଶ୍ରେଣୀ ଛାତ୍ର ଛାତ୍ରୀ ମାନଙ୍କର ୟୁନିଫର୍ମ ର ରଙ୍ଗ ବଦଳିବ । ନୂଆ ଲୁକ ଓ ନୂଆ ରଙ୍ଗର ପୋଷାକ ରେ ସ୍କୁଲ କୁ ଆସିବେ ଛାତ୍ର ଛାତ୍ରୀ ।
ହଣ୍ଟର ଗ୍ରୀନ ରଙ୍ଗର ପୋଷାକ ପିନ୍ଧି ଆସିବେ ସ୍କୁଲ ଛାତ୍ର ଛାତ୍ରୀ । ଛାତ୍ର ଙ୍କ ଫୁଲ ପ୍ଯାଣ୍ଟ ଓ ସାର୍ଟ ରହିଥିବା ବେଳେ ଛାତ୍ରୀ ଙ୍କ ପାଇଁ ଚୁଡିଦାର ଓ ପଞ୍ଜାବୀ ସହ ଜ୍ୟାକେଟ ପୋଷାକ ରହିଛି । ଏହା ସହ ଡ୍ରେସ ରେ ଏକ ଲୋଗୋ ଆମେ ଗଢିବୁ ନୂଆ ଓଡିଶା ରାଜ୍ୟ ରହିଛି । ସପ୍ତାହ ର 5 ଦିନ ଛାତ୍ର ଛାତ୍ରୀ ମାନେ ୟୁନିଫର୍ମ ପିନ୍ଧିବେ ।

ଶନିବାର ଦିନ ଛାତ୍ର ଛାତ୍ରୀ ଟି-ସାତ ଓ ଟ୍ରାକ ପ୍ଯାଣ୍ଟ ପିନ୍ଧି ସ୍କୁଲ କୁ ଆସିବେ । 100ରୁ ଅଧିକ ଛାତ୍ର ଛାତ୍ରୀ ରହିଥିବା ସ୍କୁଲ ର ପିଲା ମାନେ 4ଟି ରଙ୍ଗ ଏବଂ 100ରୁ ଅଧିକ ପିଲା ଥିଲେ 2ଟି ରଙ୍ଗର ଡ୍ରେସ ପିନ୍ଧିବେ । ଛାତ୍ର ଛାତ୍ରୀ ଙ୍କ ପାଇଁ ଧଳା ମୌଜା ଓ ଜୋତା ବାଧ୍ୟତାମୂଳକ କରା ଯାଇଛି । ମୁଖ୍ୟ ମନ୍ତ୍ରୀ ଛାତ୍ର ଛାତ୍ରୀ ପରିଧାନ ଯୋଜନାରେ ଏହାକୁ ବଣ୍ଟନ କରିବେ ।
ଆସନ୍ତା ଅଗଷ୍ଟ 15 ତାରିଖରେ ସ୍କୁଲରେ ନୂଆ ୟୁନିଫର୍ମ ବଣ୍ଟନ ହେବ । ଏଥିପାଇଁ ସରକାର ଜଣେ ପିଲା ପିଛା 1000 ଟଙ୍କା ବହନ କରିବେ । ଏହି ଟଙ୍କାରେ ଛାତ୍ର ଛାତ୍ରୀ ଙ୍କୁ ଦୁଇ ହଳ ୟୁନିଫର୍ମ ସହ ଟି-ସାର୍ଟ ଓ ଟ୍ରାକ ପ୍ଯାଣ୍ଟ ସହ ହଳେ ଜୋତା, ଚପଲ ଓ ଟୋପି ଦିଆଯିବ । ଦୁଇ ହଳ ୟୁନିଫର୍ମ ପାଇଁ 550 ଟଙ୍କା ଓ ଗୋଟେ ହଳ ଜୋତା ଓ ମୌଜା ପାଇଁ 50 ଟଙ୍କା, ଟି-ସାର୍ଟ ପାଇଁ 125 ଟଙ୍କା, ଟ୍ରାକ ପ୍ଯାଣ୍ଟ ପାଇଁ 125 ଟଙ୍କା ଖର୍ଚ୍ଚ ହେବ । ତା ହେଲେ ବନ୍ଧୁଗଣ ଆଗକୁ ଏଭଳି ଅପଡେଟ ପାଇବା ପାଇଁ ଆମ ପେଜକୁ ଗୋଟିଏ ଲାଇକ କରନ୍ତୁ, ଧନ୍ୟବାଦ ।