ପୁତିନ ଙ୍କୁ ନେଇ ଏହି ବଡ ଘୋଷଣା କଲେ ଏହି ରୁଷୀୟ ମହାରଥୀ, ଦେଖନ୍ତୁ ସେ କିଏ ଓ କାହିଁକି କଲେ ଏମିତି ଘୋଷଣା…

ପୁଟିନଙ୍କ ଉପରେ ରାଗିଗଲେ ବ୍ୟବସାୟୀ । ଜୀବିତ କି ମୃତ ମିଳିବ ସାଢେ ସତ କୋଟି । ୟୁକ୍ରେନ ଉପରେ ଆକ୍ରମଣ କରୁଛି ଋଷିଆ । ହେଲେ ଏହି ଯୁଦ୍ଧକୁ ନାପସନ୍ଦ କରୁଛନ୍ତି ରୁଷୀୟ ନାଗରିକ । ୟୁକ୍ରେନ ଉପରେ ଯୁଦ୍ଧ ନିଷ୍ପତ୍ତି ଋଷ ରାଷ୍ଟ୍ରପତି ଭ୍ଲାଡିମିର ପୁଟିନ ବିଶ୍ବରେ ଏକଘରିଆ ହୋଇ ଯାଇଥିବା ବେଳେ ନିଜ ଦେଶର ଲୋକମାନେ ମଧ୍ୟ ତାଙ୍କୁ ଖୋଲାଖୋଲି ବିରୋଧ କରୁଛନ୍ତି । ଏହାରି ଭିତରେ ମସ୍କୋର ଜଣେ ଜଣାଶୁଣା ବ୍ୟବସାୟୀ ଆଲେକ୍ସ କୋନାନିଖନ ପୁଟିନଙ୍କୁ ଗିରଫ କଲେ ଏକ ବଡ ରାଶି ପ୍ରଦାନ କରିବେ ବୋଲି ଘୋଷଣା କରିଛନ୍ତି ।

ଋଷିଆ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନଙ୍କୁ ଗିରଫ କଲେ ସାଢେ ସତ କୋଟି ଦେବେ ବୋଲି ସେ କହିଛନ୍ତି । ଆଲେକ୍ସ କୋନାନିଖନ ଲିଙ୍କେଦିନରେ ଏ ସମ୍ପର୍କରେ ଏକ ପୋଷ୍ଟ ଲେଖିଛନ୍ତି । ପୋଷ୍ଟ ସହିତ ଭ୍ଲାଡିମିର ପୁଟିନଙ୍କ ଏକ ଫଟୋ ମଧ୍ୟ ସଂଲଗ୍ନ ହୋଇଛି । ଯେଉଁଥିରେ ଲେଖାଅଛି ‘ପୁଟିନ ମୃତ କି ଜୀବିତ’ । ଏହାସହ ସେ କହିଛନ୍ତି, “ମୁଁ କଥା ଦେଉଛି ଯେଉଁ ଅଧିକାରୀ ସାମ୍ବିଧାନିକ କର୍ତ୍ତବ୍ୟ ପାଳନ କରିବ ଓ ଆନ୍ତର୍ଜାତୀୟ ନିୟମ ଅନୁଯାୟୀ ପୁଟିନଙ୍କୁ ଯୁଦ୍ଧ ଅପରାଧୀ ଭାବେ ଗିରଫ କରିବ ତାଙ୍କୁ ମୁଁ ସାଢେ ସାତ କୋଟି ଟଙ୍କା ଦେବୀ ।”

ସେ ଆହୁରି ମଧ୍ୟ ଲେଖିଛନ୍ତି, “ପୁଟିନ ଋଷିଆର ରାଷ୍ଟ୍ରପତି ନୁହନ୍ତି । ଏକ ସ୍ଵତନ୍ତ୍ର ଅପରେସନର ଅଂଶ ଭାବେ ସେ ଋଷିଆର ଅନେକ ଆପାର୍ଟମେଣ୍ଟ ଓ କୋଠାକୁ ବିସ୍ଫୋରଣ କରି ଉଡାଇ ଦେଇଥିଲେ । ଏହାପରେ ସେ ନିର୍ବାଚନ ନକରି ସମ୍ବିଧାନର ଧଜିଆ ଉଡାଇ ଦେଇଛନ୍ତି । ସେ ବିରୋଧୀଙ୍କୁ ନିର୍ବାଚନରେ ନହରାଇ ତାଙ୍କୁ ହତ୍ୟା କରିଛନ୍ତି । ଋଷିଆର ଜଣେ ସଚେତନ ନାଗରିକ ଭାବରେ ନାଜିବାଦୀ ଓ ଏକଛତ୍ରବାଦୀ ଶାସନରୁ ଦେଶକୁ ମୁକ୍ତ କରିବା ମୋର କର୍ତ୍ତବ୍ୟ । ମୁଁ ୟୁକ୍ରେନକୁ ସମର୍ଥନ କରିବି ।

ପୁଟିନଙ୍କ ବିରୋଧରେ ଏକ ଛୋଟ ଦେଶ ହିରୋ ଭାବରେ ନିଜର ବଳ ଦେଖାଇଛି ।” ସୂଚନାଯୋଗ୍ୟ ଯେ ଋଷ ସୈନ୍ୟମାନେ ମଧ୍ୟ ଯୁଦ୍ଧ କରିବାକୁ ଚାହୁଁ ନାହାନ୍ତି । ୟୁକ୍ରେନିୟ ଜନତା ଜୀବନ ପାଇଁ ତ୍ରାହି ତ୍ରାହି ଡାକିଲେଣି । ଅକାରଣରେ ବୋମାମାଡ କରି ସେମାନେ ଲୋକଙ୍କୁ ମାରିବାକୁ ଚାହୁଁ ନାହାନ୍ତି । ୟୁକ୍ରେନିୟ ଲୋକଙ୍କ ଠାରେ ନିଜ ପରିବାରକୁ ସେମାନେ ଦେଖୁଛନ୍ତି । ହେଲେ ଏକଛତ୍ରବାଦୀ ଶାସକ ପୁଟିନଙ୍କ ଆଗରେ ସେମାନେ ଅସହାୟ ।

ବିବେକ ଓ କର୍ତ୍ତବ୍ୟର ଯୁଦ୍ଧ ଆଗରେ ସେମାନେ ପେଶୀ ହୋଇ ଯାଉଛନ୍ତି । ଶେଷରେ କିଛି ଉପାୟ ନପାଇ ଟ୍ୟାଙ୍କ ମାନଙ୍କରେ କଣା କରି ପକାଉଛନ୍ତି ରୁଷୀୟ ଯବାନ । ଆମ ପୋଷ୍ଟ ଅନ୍ୟମାନଙ୍କ ସହ ଶେୟାର କରନ୍ତୁ ଓ ଆଗକୁ ଆମ ସହ ରହିବା ପାଇଁ ଆମ ପେଜ୍ କୁ ଲାଇକ କରନ୍ତୁ ।