ବଢି ଚାଲିଛି ହୀରାକୁଦର ଜଳସ୍ତର । କହି ହେବ ନାହିଁ କେତେବେଳେ ବି ମାଡି ଆସିବ ପାଣି ଆଉ ସବୁ କିଛି ବୁଡିଯିବ । ଏବେ ପ୍ରତି ସେକେଣ୍ଡରେ ୩ ଲକ୍ଷରୁ ଅଧିକ କ୍ୟୁସେକ ଜଳ ପ୍ରବେଶ କରୁଛି । ଆଉ ଏହା ସହ ମାଡି ଆସୁଛନ୍ତି ସାପ ସହ କୁମ୍ଭୀର । ଉପର ମୁଣ୍ଡ ରେ ପ୍ରବଳ ବର୍ଷା ଓ ଛତିଶଗଡ ତାର ସବୁ ଗେଟ ଖୋଲିବା ପରେ ଏବେ ହୀରାକୁଦ ରେ ବଢି ଚାଲିଛି ଜଳ ସ୍ତର । ଯାହା ପାଇଁ ଏବେ ହୀରାକୁଦ ରେ 20ଟି ଗେଟ ଖୋଲା ଯାଇଥିବା ବେଳେ ଆଗକୁ ମଧ୍ୟ ଅଧିକ ଗେଟ ଖୋଲା ଯାଇପାରେ ।
ଘଣ୍ଟା କୁ ଘଣ୍ଟା ଭୟ ଦେଖାଉଛି ଓ ଅସମ୍ଭାଳ ହୋଇ ପଡୁଛି ହୀରାକୁଦ । ଆଉ ହୀରାକୁଦ ଗେଟ ଖୋଲିବା ନେଇ ଅନୁମାନ କରା ଯାଉଛି । ଏବେ ସୁଧା 20ଟି ଗେଟ ଦେଇ ଜଳ ନିଷ୍କାସନ ହେଉଛି । ଆଉ ସେପଟେ ଛତିଶଗଡ ତାର ମନ ମାନି କରି ଚାଲିଛି । ମନ ଇଚ୍ଛା ଜଳ ଛାଡୁଛି ଓଡିଶା କୁ ଛତିଶଗଡ । ଖାଲି ପାଣି ନୁହେଁ ବରଂ ଛତିଶଗଡ ଏବେ ସାପ, କୁମ୍ଭୀର ପାଣି ରେ ପଠାଉଛି ଓଡିଶା କୁ ।
ଏତିକି ଗେଟ ଛତିଶଗଡ ଖୋଲୁଛି ସେତିକି ସାପ, କୁମ୍ଭୀର ମଧ୍ୟ ଛାଡୁଛି । ଖାଲି ଓଡିଶା କୁ ଟାର୍ଗେଟ ପରେ ଟାର୍ଗେଟ କରୁଛି ଛତିଶଗଡ । ଆଉ ଏବେ ସବୁ ଆଡେ ବନ୍ୟା ସ୍ଥିତି ଉପୁଜୁଥିବା ବେଳେ ସାପ, କୁମ୍ଭୀର ମାନଙ୍କର ଆତଙ୍କ ଦେଖା ଯାଇଛି । ମନ ଇଚ୍ଛା କରୁଛନ୍ତି ଯିବା ଆସିବା ସାପ ଓ କୁମ୍ଭୀର । ସବୁ ଜାଣି ଜାଣି କରୁଛି ଛତିଶଗଡ । ଏବେ ଛତିଶଗଡର ନଜର ରହିଛି ପୁରା ଓଡିଶା ଉପରେ ।
ଗୋଟେ ପଟେ ଓଡିଶାର ପଡୋଶୀ ରାଜ୍ୟ ଛତିଶଗଡ ହେଲେ ରାଗ ରଖିକି ଏମିତି କରୁଛି । କିନ୍ତୁ କିଛି ଦିନ ତଳେ ଛତିଶଗଡ ପାଣିରେ ଭାସି ଆସିଥିଲେ ପୁଳା ପୁଳା ମାଛ । ଆଉ ପ୍ରାୟତଃ ସବୁ ନଦୀ କୁଳ ରେ ଏଭଳି ଦ୍ରୁଶ୍ଯ ଦେଖିବାକୁ ମିଳିଥିଲା । କୁହ ଯାଉଛି କି ପ୍ରଥମେ ଛତିଶଗଡ ଚାଲାକି କରି ମାଛ ପଠାଇ ଥିଲା ଆଉ ଏବେ ସାପ । ନଦୀ ରେ ଜଳ ସ୍ତର ବଢିବା ସହ ଏବେ କୁମ୍ଭୀର କୁ ମଧ୍ୟ ପଠାଇଛି ଛତିଶଗଡ ।
ଏହି କୁମ୍ଭୀର ମାନେ ମାଛ ଖାଇବାରେ ଲାଗିଛନ୍ତି । ଆଉ ବନ୍ୟା ପାଣି ରେ ରହି ଧ୍ଵଂସ ବିସ୍ତାର କରିବାରେ ଲାଗିଛନ୍ତି । ଆଉ ଗୋଟେ ଜାଗାରୁ ଅନ୍ୟତ୍ର ଯାଇ କରୁଛନ୍ତି ଶିକାର । ସାପ ପାଣି ଭିତରେ ମୁଣ୍ଡ ଟେକି ଲୁଚି ରହିଛି । ଏବେ ସାପ ଓ କୁମ୍ଭୀର ଦେଖିକି ଅଞ୍ଚଳ ବାସୀ ଭୟଭୀତ ହୋଇ ପଡିଲେଣି । ହୀରାକୁଦ ର ଏଭଳି ଅବସ୍ଥା ଦେଖି ତଳିଆ ଅଞ୍ଚଳରେ ଲୋକେ ବନ୍ୟା ପାଣି କୁ ଦେଖି ସେଥିରେ କୁମ୍ଭୀର ଓ ସାପ କୁ ଦେଖି ଆତଙ୍କିତ ହୋଇ ପଡିଛନ୍ତି ।