ପସନ୍ଦ କରନ୍ତୁ ଗୋଟିଏ ଫ୍ୟାମିଲି ଓ ଜାଣନ୍ତୁ ନିଜ ବିଷୟରେ ଏକ ଖାସ କଥା

ଆପଣ ମାନେ ଜାଣଛନ୍ତି କି ଆପଣଙ୍କର ସାମାଜିକ ଓ ପାରିବାରିକ ସମ୍ପର୍କ ଆପଣଙ୍କ ପାଇଁ ସେତିକି ଆବଶ୍ୟକ ଅଟେ ଯେତିକି ଭଲ ସ୍ୱାସ୍ଥ୍ୟ ପାଇଁ ବ୍ୟାୟମ ଆବଶ୍ୟକ ହୋଇଥାଏ । ଯଦି ଆପଣଙ୍କୁ ଲାଗୁଛି କି ଆପଣଙ୍କ ଜୀବନ କୌଣସି ବ୍ୟକ୍ତି ବିନା ଚଳିଯିବ ତେବେ ଆପଣଙ୍କୁ ଡିପ୍ରେସନ ଓ ଚିନ୍ତା ଛଡା ଆଉ କିଛି ବି ହାସଲ ହେବ ନାହିଁ । ସେଥିପାଇଁ ମନୁଷ୍ୟ ପାଇଁ ତାହାର ପରିବାର ବହୁତ ମହତ୍ଵ ରଖିଥାଏ । ଏହି ସମ୍ପର୍କ ଜନ୍ମରୁ ମିଳିଥାଏ ଓ ଏହି ସମ୍ପର୍କ ଦ୍ୱାରା ଆପଣ ଦୁନିଆକୁ ଦେଖିବା ପାଇଁ ଚେଷ୍ଟା କରନ୍ତି ।

ଆପଣଙ୍କ ମାନସିକତା ଓ ବିଚାରଧାରା ଏହି ସମ୍ପର୍କର ବିଚାର ଧାରା ଉପରେ ଆଧାରିତ ହୋଇଥାଏ । ଏମିତିରେ ଆଜି ଆମେ ଆପଣଙ୍କ ପାଇଁ ଏକ ପରୀକ୍ଷା ନେଇ ଆସିଛୁ । ଯେଉଁଥିରେ ଆପଣଙ୍କର ସ୍ଵଭାବ ବିଷୟରେ ଜାଣିହେବ । ପସନ୍ଦ କରନ୍ତୁ ଗୋଟିଏ ପରିବାରର ଚିତ୍ରକୁ ଓ ଜାଣନ୍ତୁ  ଆପଣଙ୍କ ବ୍ୟକ୍ତିତ୍ଵ ଓ ସ୍ଵଭାବ ବିଷୟରେ ।

ପ୍ରଥମ ଚିତ୍ର

ଆପଣ ଯଦି ଏହି ଚିତ୍ରକୁ ନିଜର ଏକ ଆଦର୍ଶ ପରିବାର ଭାବେ ପସନ୍ଦ କରିଛନ୍ତି ତେବେ ଆପଣ ବିଲକୁଲ ପରିବାରର ମହତ୍ଵ ବୁଝନ୍ତି ନାହାନ୍ତି । ନା ହିଁ ଆପଣ ନିଜ ପରିବାରର ପାଇଁ କିଛି ବି କରିବାକୁ ପ୍ରସ୍ତୁତ ଅଛନ୍ତି । ଆପଣ ପାରମ୍ପରିକ ପରିବାର ଶୈଳୀ ଉପରେ ବିଶ୍ଵାସ କରନ୍ତି ନାହିଁ । ଆପଣ ନିଜ ପରିବାର ଅପେକ୍ଷା ନିଜ ସାଙ୍ଗମାନଙ୍କୁ ଅଧିକ ମହତ୍ଵ ଦିଅନ୍ତି । ଆପଣ ତାଙ୍କ ପାଇଁ କିଛି ବି କରିବା ପାଇଁ ସବୁବେଳେ ପ୍ରସ୍ତୁତ ହୋଇ ରହିଥାନ୍ତି  ।

ଦ୍ଵିତୀୟ ଚିତ୍ର

ଆପଣ ଯଦି ଦ୍ଵିତୀୟ ଚିତ୍ରକୁ ପସନ୍ଦ କରନ୍ତି ତେବେ ଆପଣ ପରିବାରର ମହତ୍ଵକୁ ଭଲ ଭାବରେ ବୁଝନ୍ତି । ପରିବାର ପାଇଁ କିଛି ବି କରିବାକୁ ପଛଘୁଞ୍ଚା ଦିଅନ୍ତି ନାହିଁ । ଆପଣ ସ୍ଥାୟୀ ଓ ଦୀର୍ଘକାଳୀନ ସମ୍ପର୍କ ଉପରେ ବିଶ୍ଵାସ କରନ୍ତି । ଆପଣଙ୍କ ପାରିବାରିକ ମୂଲ୍ୟ ବହୁତ ମଜବୁତ ଅଟେ । ଯାହାକି ପରସ୍ପରର ବିଶ୍ଵାସ ଓ ଆବଶ୍ୟକତା ଉପରେ ଆଧାରିତ ଅଟେ । ଆପଣ ଆପଣଙ୍କ ପରିବାରକୁ ପ୍ରାଥମିକତା ଦିଅନ୍ତି । ଆପଣଙ୍କ ଜୀବନରେ ଆପଣଙ୍କ ପରିବାର ଠାରୁ ଅଧିକ ଜରୁରୀ ଆଉ କିଛି ବୋଲି ଭାବନ୍ତି ନାହିଁ ।

ତୃତୀୟ ଚିତ୍ର

ଆପଣ ଯଦି ତୃତୀୟ ଚିତ୍ରକୁ ପସନ୍ଦ କରନ୍ତି ତେବେ ଆପଣଙ୍କୁ ପରିବାରର ସ୍ନେହ କେବେ ବି ମିଳି ନାହିଁ । ଯାହାକି ସବୁ ପିଲାମାନଙ୍କୁ ମିଳେ । ଯାହା ଦ୍ଵାରା ଆପଣ ଆପଣଙ୍କ ପରିବାର କିମ୍ବା ଅନ୍ୟ କାହା ଉପରେ ବିଶ୍ଵାସ କରିପାରନ୍ତି ନାହିଁ । କାହା ସହ ମିଳା ମିଶା କରିବା ପାଇଁ ଆପଣଙ୍କୁ ଭଲ ଲାଗେ ନାହିଁ । ଆପଣଙ୍କୁ ସବୁ ବେଳେ ଭବିଷ୍ୟତ ପ୍ରତି ଚିନ୍ତା ଥାଏ । ଚିନ୍ତା କରିବା ଆପଣଙ୍କର ଏକ ଅଭ୍ୟାସରେ ପରିଣତ ହୋଇଯାଇଛି ।

ଆପଣଙ୍କୁ ଆମର ଏହି ଆର୍ଟିକିଲଟି ଭଲ ଲାଗିଥିଲେ ଗୋଟେ ଲାଇକ କରିବେ ଓ ସାଙ୍ଗମାନଙ୍କ ସହ ସେୟାର କରନ୍ତୁ । ଆଗକୁ ଆମ ସହିତ ରହିବା ପାଇଁ ପେଜକୁ ଲାଇକ କରନ୍ତୁ ।