ଧନକୁ ଚୁମ୍ବକ ପରି ଟାଣୁଥିବା (ଗଛର ଚେର) କରନ୍ତୁ ଏହି ଉପାୟ

ଆଜି ଆମେ ଜାଣିବା ଏପରି ଏକ ଗଛର ଚେର ବିଷଯରେ ଯାହାକି ଧନକୁ ଚୁମ୍ବକ ପରି ଟାଣିଥାଏ । ଏହି ଦିବ୍ୟ ଓ ଚମତକାରୀ ଗଛର ନାମ ହେଉଛି ମହାକାଳ ଲତା । କୁହାଯାଏ କି ଏହି ମହାକାଳ ଲତାକୁ ବିଶେଷ ରୂପରେ ଭଗବାନ ମହାକାଳଙ୍କ ବରଦାନ ମିଳିଛି । ଏଥିପାଇଁ ଏହି ଲତାକୁ ମହାକାଳ କୁହାଯାଏ । ଏହି ମହାକାଳ ଲତା ସମସ୍ତ ଗଛରେ ଲଟକି ରହିଥାଏ । ଏହାର ଫଳ ନାଲି ରଙ୍ଗର ହୋଇଥାଏ ଓ ଏହି ଫଳ ଗୋଲାକାର ଓ ସୁନ୍ଦର ହୋଇଥାଏ ।

କିନ୍ତୁ ଏହା ଭିତରେ କଳାରଙ୍ଗର ସସ ଓ ମଞ୍ଜି ରହିଥାଏ । ଯାହା ଫଳରେ ଏହା ଖାଇବା ଯୋଗ୍ୟ ହୋଇ ନ ଥାଏ । କିନ୍ତୁ ଏହି ଲତାର ଚେର ଅତ୍ୟନ୍ତ ଦିବ୍ୟ ଓ ଚମତ୍କାରୀ ହୋଇଥାଏ ।

ଏହି ମହାକାଳ ଲତାର ଚେରକୁ ରବି ପୁଶ୍ୟା ନକ୍ଷତ୍ରରେ ଅର୍ଥାତ ରବିବାର ଦିନ ଯଦି ପୁଶ୍ୟା ନକ୍ଷତ୍ର ପଡିଥାଏ ତେବେ ସେହି ଦିନ ବିଧି ପୂର୍ବକ ପୂଜା କରି ଏହି ମହାକାଳ ଲତାର ମୂଳକୁ କିମ୍ବା ଚେରକୁ ଖୋଳି ନେଇ ଆସନ୍ତୁ । ଏହି ମହାକାଳ ଲତାର ମୂଳକୁ ଆଣି ଗଙ୍ଗା ଜଳରେ ଓ ଗାଈ କ୍ଷୀରରେ ଧୋଇ ଧୂପ ଦୀପ ଦ୍ଵାରା ପୂଜା କରନ୍ତୁ । ଏହା ସହିତ ମହାକାଳ ମନ୍ତ୍ରକୁ ସାତ ଥର ଏକ ମାଳା ଦ୍ଵାରା ଜପ କରନ୍ତୁ । ତେବେ ଯାଇ ଏହି ଚେର ସିଦ୍ଧି କିମ୍ବା ଜୀବନ୍ୟାସ ପାଇଥାଏ ।

ଏହି ମହାକାଳ ମନ୍ତ୍ର ହେଲା

“ଓଁ ମହାକାଳ ମହାକାୟ

ମହାକାଳ ଜଗତ୍ପତେ

ମହାକାଳ ମହାଯୋଗୀନାଃ

ମହାକାଳ ନାମସ୍ତୁତେ ॥

ଏହି ମହାକାଳ ଲତାର ଚେରକୁ ନିଜ ପାଖରେ ରଖିବା ଦ୍ଵାରା ଆପଣଙ୍କୁ ସମସ୍ତ କାର୍ଯ୍ୟରେ ସଫଳତା ମିଳିଥାଏ । ଏହି ମହାକାଳ ଲତାର ଚେରର ଏକ ଖଣ୍ଡକୁ ନେଇ ଭୁତ, ପ୍ରେତ ଗ୍ରସ୍ତ ଲୋକଙ୍କ ବେକରେ ପିନ୍ଧାଇ ଦିଅନ୍ତୁ । ଯାହା ଦ୍ଵାରା ସେମାନେ ଭୁତ ଓ ପ୍ରେତ ଠାରୁ ମୁକ୍ତି ପାଇଥାନ୍ତି । ଏହି ଚେରକୁ ସାଧାରଣ ଲୋକ ଗଳାରେ ଧାରଣ କଲେ ଆଖିର ସମ୍ମୋହନଶକ୍ତି ବି ବଢିଥାଏ । ଯାହାର ପ୍ରଭାବରେ ସାମ୍ନାରେ ଥିବା ଲୋକ ସମ୍ମୋହନ ହୋଇଥାଏ କିମ୍ବା ଆପଣଙ୍କର ବଶବର୍ତୀ ହୋଇଥାଏ ।

ଏହି ମହାକାଳ ଲଟର ଚେରକୁ ଚନ୍ଦନ ପରି ଘୋରି ମୁଣ୍ଡରେ ତିଳକ ପରି ଲଗାଇ ଯାହାକୁ ଚାହିଁବେ ସେହି ଲୋକ ଆପଣଙ୍କର ବଶବର୍ତୀ ହୋଇଯିବ। ମହାକାଳ ଚେରକୁ କଳା କପଡାରେ ବାନ୍ଧି ଦୋକାନ ସାମ୍ନାରେ ଝୁଲାଇବା ଦ୍ବାରା ବ୍ୟବସାୟରେ ଉନ୍ନତି ହୋଇଥାଏ । ଛାତ୍ର ଛାତ୍ରୀ ଏହି ଚେରକୁ ବେକରେ ଧାରଣ କରିଲେ ପାଠ ପଢାରେ ମନ ଲାଗିଥାଏ ।

ଏହି ମହାକାଳ ଲତାର ଚେରକୁ ପୂଜା କରିବା ଦ୍ଵାରା ଘରେ କୌଣସି ନକରାତ୍ମକ ଊର୍ଜା ପ୍ରବେଶ କରିପାରେ ନାହିଁ ଓ ଘରେ ଧନ, ସୁଖ ସମୃଦ୍ଧି ବୃଦ୍ଧି ପାଇଥାଏ । ଅର୍ଥାତ ଧନ, ସୁଖ ସମୃଦ୍ଧିକୁ ଏହି ଚେର ଚୁମ୍ବକ ପରି ଟାଣି ଆଣି ଥାଏ ଓ ଘରେ କୌଣସି ପ୍ରକାରର ଦୁର୍ଘଟଣା ହୋଇ ନ ଥାଏ ।

ଯଦି ଆପଣଙ୍କୁ ଆମର ଏହି ଲେଖାଟି ଭଲ ଲାଗିଥାଏ ଅନ୍ୟମାନଙ୍କ ସହିତ ସେଆର କରନ୍ତୁ । ଏହାକୁ ନେଇ ଆପଣଙ୍କ ମତାମତ କମେଣ୍ଟ କରନ୍ତୁ । ଆଗକୁ ଆମ ସହିତ ରହିବା ପାଇଁ ପେଜକୁ ଲାଇକ କରନ୍ତୁ ।