Babushan ଙ୍କ ହାତ ଧରି ଭୋ ଭୋ ହୋଇ କାନ୍ଦିଲେ ସ୍ତ୍ରୀ Trupti, ପୁରୁଣା ଦିନର ସ୍ମୃତିକୁ ମନେପକାଇ ଢେରସାରା କଥା ହେଲେ ସ୍ବାମୀ-ସ୍ତ୍ରୀ, ଦେଖନ୍ତୁ କଣ କହିଲେ Trupti

ବାବୁଶାନ ଅସୁସ୍ଥ ଥିବା ଜାଣି ହସ୍ପିଟାଲ ଆସି ତାଙ୍କ ମୁଣ୍ଡ ପାଖରେ ବସିଲେ ସ୍ତ୍ରୀ ତୃପ୍ତି । ଆଉ ସ୍ବାମୀର ଏଭଳି ଅବସ୍ଥା ଦେଖି ଭୋ ଭୋ ହୋଇ କାନ୍ଦିଲେ । ବାବୁଶାନଙ୍କ ଏଭଳି ଦେଖି ଲୁହାକୁ ଆଉ ଅଟକାଇ ପାରିଲେ ନାହିଁ । ଯେପର୍ଯ୍ୟନ୍ତ ବାବୁଙ୍କ ଚେତା ଫେରି ନଥିଲା ସେପର୍ଯ୍ୟନ୍ତ ବାବୁଙ୍କ ପାଖରେ ତାଙ୍କ ହାତ ଧରି ବସି ଲୁହ ନିଗିଡାଇ ଚାଲିଥିଲେ ସ୍ତ୍ରୀ ତୃପ୍ତି । ଫିଲ୍ମ ପ୍ରମୋଶନ କରିବାକୁ ଯାଇଥିବା ବାବୁଶାନ ଫେରି ଡାକ୍ତରଖାନାରେ ଚିକିତ୍ସିତ ହେଉଛନ୍ତି ଦେଖି ସହି ପାରି ନଥିଲେ ତୃପ୍ତି ।

ସେପଟେ ଦୀର୍ଘ ଦିନ ଧରି ସେ ବାବୁଶାନଙ୍କ ଠାରୁ ନିଜକୁ ଦୂରେଇ ରଖିଥିଲେ । ତେଣୁ ହଠାତ ତାଙ୍କର ଏଭଳି ଅବସ୍ଥା ଦେଖି ତୃପ୍ତି କାନ୍ଦିବାକୁ ଲାଗିଥିଲେ ବୋଲି ସୂଚନା ମିଳିଛି । “ଦମନ” ଫିଲ୍ମ ପ୍ରମୋଶନ ପାଇଁ ବାଇକ ରାଇଡ କରି ଲଦାଖ ଯିବା ଯୋଗୁଁ ବାବୁଶାନଙ୍କ ଶରୀରରେ ଅକ୍ସିଜେନ ସ୍ତର କମି ଯାଇଥିଲା । ସେଠାରୁ ପ୍ରାଥମିକ ଚିକିତ୍ସାକାରୀ ଫେରିବା ପରେ ଭୁବନେଶ୍ବରରେ ତାଙ୍କ ଦେହ ପୁଣି ଅସୁସ୍ଥ ହୋଇ ଯାଇଥିଲା । ତେଣୁ ତାଙ୍କୁ ଭୁବନେଶ୍ବରର ଏକ ଘରୋଇ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା ।

ଏକଥା ଦମନ ଫିଲ୍ମର ନିର୍ଦ୍ଦେଶକ ନିଜେ ପୋଷ୍ଟ କରି ଜଣାଇବା ସହ ବାବୁଶାନ ହସ୍ପିଟାଲ ବେଡ୍ ରେ ଚେତାଶୁନ୍ୟ ହୋଇ ଶୋଇଥିବାର ଏକ ଫଟୋ ମଧ୍ୟ ଶେୟାର କରିଥିଲେ । ତେବେ ବାବୁଶାନଙ୍କ ଏଭଳି ଅବସ୍ଥା ଦେଖି ସବୁ ରାଗ ଅଭିମାନ ଭୁଲି ଦୌଡି ଆସିଥିଲେ ସ୍ତ୍ରୀ ତୃପ୍ତି । ତାଙ୍କ ଆଖିରୁ ଲୁହ ବୋହି ପଡିବା ସହ ସେ ସବୁ ପୁରୁଣା କଥାକୁ ମନେପକାଇ ବାବୁଙ୍କ ସହ କଥା ହୋଇଥିଲେ ।

ଯେପର୍ଯ୍ୟନ୍ତ ତାଙ୍କୁ ହୋସ୍ ଆସି ନଥିଲା ସେପର୍ଯ୍ୟନ୍ତ ତାଙ୍କ ପାଖେ ବସି ରହିଥିଲେ ତୃପ୍ତି । ପୁରୁଣା ଦିନରେ ବିତି ଯାଇଥିବା ସବୁ ପ୍ରେମଭରା କଥାକୁ ମନେପକାଇ ଦୁହେଁ ଖୁବ କଥା ହୋଇଥିଲେ । ପ୍ରେମରୁ ନେଇ ବିବାହ ପର୍ଯ୍ୟନ୍ତ ସବୁକିଛି ପୁଣି ଥରେ ଦୁହିଁଙ୍କ ଆଖି ସାମ୍ନାରେ ତାଜା ହୋଇ ଯାଇଥିଲା । ଏମିତି ଅନେକ କଥା କହି ବାବୁଙ୍କ ହାତ ଧରି କାନ୍ଦିଛନ୍ତି ସ୍ତ୍ରୀ ତୃପ୍ତି । ଆଗକୁ ଫିଲ୍ମ ଦମନର ରିଲିଜକୁ ନେଇ ବାବୁଶାନ ଓ ତାଙ୍କ ଟିମ୍ ବେଶ ଉତ୍ସାହିତ ଥିବାବେଳେ ବାବୁଶାନଙ୍କ ଶରୀର ଅସୁସ୍ଥ ହେବା ନେଇ ସମସ୍ତେ ଚିନ୍ତାରେ ମଧ୍ୟ ଅଛନ୍ତି ।

ତେବେ ବାବୁଶାନଙ୍କ ସ୍ଵାସ୍ଥ୍ୟାବସ୍ଥାରେ ଉନ୍ନତି ହେଉଛି ଏବଂ ସ୍ତ୍ରୀ ତୃପ୍ତି ମଧ୍ୟ ତାଙ୍କ ପାଖରେ ଅଛନ୍ତି ବୋଲି ସୂଚନା ମିଳିଛି । ଆମ ପୋଷ୍ଟ ଅନ୍ୟମାନଙ୍କ ସହ ଶେୟାର କରନ୍ତୁ ଓ ଆଗକୁ ଆମ ସହ ରହିବା ପାଇଁ ଆମ ପେଜ୍ କୁ ଲାଇକ କରନ୍ତୁ ।