ନମସ୍କାର ବନ୍ଧୁଗଣ । କଥା ରେ ଅଛି ଇଚ୍ଛା ଶକ୍ତି ଥିଲେ ସବୁ କିଛି ସମ୍ଭବ ଅଟେ । ଆଉ କିଛି କରି ଦେଖାଇବାର ନିଶା ନୂଆ ପରିଚୟ ଦେଇଥାଏ । ସାଧାରଣତଃ ଜଣେ ପାଠ ପଢି ଉଚ୍ଚ ଶିକ୍ଷାତ ହେବା ପରେ ଚାକିରି କରିବାକୁ ଆଶା ରଖିଥାନ୍ତି । କିନ୍ତୁ ଅନେକ ଲୋକ ବହତ ପାଠ ପଢି ମଧ୍ୟ ଚାକିରି ନ ପାଇ ବେକାର ବୁଲି ଥାନ୍ତି । କିନ୍ତୁ ଆଜିର ସମୟରେ ଚାକିରି ନ କରି କିଛି ନୂଆ କରି ଦେଖାଇବାର ଇଚ୍ଛା ଖୁବ କମ ଲୋକ ଙ୍କ ଠାରେ ଦେଖା ଯାଇଥାଏ ।
ତେବେ ଚାକିରି ନ କରି ଅନ୍ୟକୁ ରୋଜଗାରକ୍ଷମ କରିବାର ସ୍ଵପ୍ନ ଖୁବ କମ ଲୋକ ଦେଖିଥାନ୍ତି । ଆଜି ଆମେ ଏମିତି ଜଣେ ବ୍ୟକ୍ତିଙ୍କ ବିଷୟରେ କହିବାକୁ ଯାଉଛୁ । 2012ରେ ପାଠ ପଢା ସାରିବା ପରେ ଚାକିରି କରିବେନି ବୋଲି ମନସ୍ଥ କରିଥିଲେ । ବାପାଙ୍କ ଠାରୁ 25 ହଜାର ଟଙ୍କା ଆଣି ନିଜ ଜମିରେ ମସାଲା ଫ୍ୟାକ୍ଟରୀ ଆରମ୍ଭ କରିଥିଲେ ।
ଯାହା ଆଜି ତାଙ୍କୁ ଆତ୍ମନିର୍ଭରଶୀଳ କରିବା ସହ ଦେଇଛି ସ୍ଵତନ୍ତ୍ର ପରିଚୟ । ସେହି ବ୍ୟକ୍ତି ଜଣକ ହେଉଛନ୍ତି ବାଲେଶ୍ଵର ଜିଲ୍ଲା ସ୍ଵରପୁର ମଣିପୁର ଗାଁ ର ଦେବାଶିଷ ମହାନ୍ତି । ମସାଲା ବ୍ୟବସାୟୀ ଦେବାଶିଷ କହିଲେ ସମସ୍ତେ ତାଙ୍କୁ ଜାଣିଛନ୍ତି । ମାତ୍ର 25 ହଜାର ଟଙ୍କା ବିନୋଯୋଗ କରି ଏବେ ଲକ୍ଷାଧିକ ରୋଜଗାର କରୁଛନ୍ତି ଦେବାଶିଷ ।
ଏହା ସହ 12 ଜଣ ମହିଳା ଙ୍କୁ ରୋଜଗାରକ୍ଷମ କରାଇବା ସହ 8000 ଟଙ୍କା ଦରମା ମଧ୍ୟ ଦେଉଛନ୍ତି । ଦେବାଶିଷ ଙ୍କ କମ୍ପାନୀ ରେ ବିଭିନ୍ନ ପ୍ରକାର ର ମସାଲା ଗୁଣ୍ଡ, ପାଞ୍ଚ ଫୁଟଣ, ଲଙ୍କା ଗୁଣ୍ଡ, ହଳଦୀ ସହ ଗୋଟା ମସାଲା ଆଦି ପ୍ୟାକିଙ୍ଗ କରାଯାଏ । ଆଖ ପାଖରେ ଅଞ୍ଚଳ ସହ ବାହାରୁ ମଧ୍ୟ ରୋଷେଇ ପାଇଁ ଅର୍ଡର ନିଅନ୍ତି ଦେବାଶିଷ । ପରିଶ୍ରମ ଓ ନିଷ୍ଠା କାରଣରୁ ସେ ଆଜି ଜଣେ ସଫଳ ବ୍ୟବସାୟୀ ହୋଇ ପାରିଛନ୍ତି ।
ଦେବାଶିଷ ଙ୍କ ବୟସ ରେ ଅନେକ ଯୁବକ ଯୁବତୀ ଚାକିରି ନାହିଁ ବୋଲି ଚିନ୍ତା ରେ ରହୁଥିବା ବେଳେ ଦେବାଶିଷ କିନ୍ତୁ ଚିନ୍ତା ରେ ନ ରହି ନିଜ ବାଟ ନିଜେ ଖୋଜି ନେଲେ । ସେଥିପାଇଁ ତ ଆଜି ସେ ଅନ୍ୟ ମାନଙ୍କ ପାଇଁ ପ୍ରେରଣା ସାଜିଛନ୍ତି । ଅଳ୍ପ ଟଙ୍କା ବିନିଯୋଗ କରି କେମିତି ସଫଳ ବ୍ୟବସାୟୀ ହୋଇ ପାରିବେ ତାହା ଦେବାଶିଷ ଙ୍କ ଠାରୁ ଶିଖିବା ଦରକାର । ତା ହେଲେ ବନ୍ଧୁଗଣ ଆଗକୁ ଏଭଳି ଅପଡେଟ ପାଇବା ପାଇଁ ଆମ ପେଜକୁ ଗୋଟିଏ ଲାଇକ କରନ୍ତୁ, ଧନ୍ୟବାଦ ।