ପ୍ରେମ ଏଭଳି ଏକ ଅନୁଭୂତି ଯାହା ପାଇଁ ଇଶ୍ଵର ବି ନିଜକୁ ନତମସ୍ତକ କରିଥାନ୍ତି ନିଜ ଭକ୍ତଙ୍କ ପାଖେ । ପ୍ରେମ ରୁ ଜନ୍ମେ ବିଶ୍ଵାସ ଓ ସେଥିରୁ ଜନ୍ମେ ସମ୍ବନ୍ଧ । ସଂସାରର ଆରମ୍ଭ ପ୍ରେମରୁ ହୋଇଛି । ଯଦି ପ୍ରେମ ନାହିଁ ତେବେ ଭାବି ଦେଖନ୍ତୁ କଣ ମଣିଷ ଅଛି ନା ତାର ସମ୍ପର୍କ ଅଛି । ପ୍ରେମର ଆଧାରରେ ଆମେ ନିଜକୁ ବାନ୍ଧି ରଖିବାକୁ ସକ୍ଷମ ହୋଇଛୁ । ଯାହା ପାଇଁ ଆମେ ନିଜକୁ ଅନ୍ୟ ପାଖରେ ପ୍ରକାଶ କରି ପାରୁଛୁ ତାହା ପ୍ରେମ । ଯୁଗେ ଯୁଗେ ଏହି ପ୍ରେମର ଅନୁଭୂତି ଅଭାବରୁ ଅନେକ ଯୁଧ୍ୟ ହୋଇଛି ତେବେ ଏହା କଣ ଆବଶ୍ୟକ ଥିଲା ।
ନିଶ୍ଚୟ ଆମେ ଯଦି ନିଜକୁ କେବେବି ଭୁଲ ବାଟରେ ନେଉଛୁ ଓ ପରେ ଏହାକୁ ସୁଧାରିବା ପାଇଁ କେହି ନାହିଁ ଏହାର ମାନେ ଆମ ଜୀବନରେ ଭଲ ପାଇବା ନାହିଁ । ତେବେ ଯଦି ସତ କହିବାକୁ ଯିବା ତ ପ୍ରେମର ଆରମ୍ଭ ପରିବାରରୁ ହୋଇଥାଏ ।
ମା ତା ସନ୍ତାନକୁ ପ୍ରେମ କରେ ଅନ୍ୟଠୁ ପ୍ରେମ ପାଇ କେବେବି ତ ପ୍ରତି ବଦଳରେ ଆମେ ଘୃଣା ଦେଇ ପାରିବା ନାହିଁ ତ ଆମେ ବି ଆମ ମାକୁ ଭଲ ପାଇ ଥାଉ । ପ୍ରେମକୁ ଆହୁରି ଅଧିକ ବୁଝିବା ପାଇଁ ଯଦି ଆମେ ଯୁବକ ଅବସ୍ଥାକୁ ଆସିବା ତ ଦେଖିବା ଆମକୁ କେହିନା କେହିନା ଭଲ ପାଇବାର ଦାବି କରିବେ ମାତ୍ର ତାହା କେତେ ମାତ୍ରାରେ ଠିକ ତାହା ଜାଣିବବା ପାଇଁ ଆମକୁ କିଛି ସମୟ ବିନିଯୋଗ କରିବାକୁ ପଡେ ।
ଏହା ପରେ ଯଦି ଏହା ପ୍ରେମ ଥାଏ ତାହା ଆହୁରି ଗଭୀର ହୋଇ ଯାଏ ନଚେତ ଯଦି କେବଳ ଆକର୍ଷଣ ଥାଏ ତେବେ ଏହା ଖୁବ ଶୀଘ୍ର ବିଛେଦରେ ପରିଣତ ହୋଇ ଯାଏ । ଭାଗବାନ କୃଷ୍ଣ ପ୍ରେମକୁ ପବିତ୍ର ବୋଲି କହିଛନ୍ତି ଏହା ଆତ୍ମିକ ଅଟେ । ତାଙ୍କ ମତ ଅନୁସାରେ ପ୍ରେମର ମାନେ , ପ୍ରେମର ଲକ୍ଷ ଓ ପ୍ରେମର ଶାସ୍ତ୍ର ଅଲଗା ଅଟେ । ପ୍ରେମ ଏକ ଜଟିଳ ଶାସ୍ତ୍ର ଓ ସବୁଠୁ ସହଜ ମଧ୍ୟ ଅଟେ ।
ପ୍ରେମ କେବଳ ମିଳନରେ ନୁହେଁ ବିଛେଦରେ ମଧ୍ୟ ଥାଏ ଏହା ଲୁହରେ ଆହୁରି ଅଧିକ ହୋଇଯାଏ । ଏହା ବିଦ୍ୟାଳୟର ନୁହେଁ ମନର ଶାସ୍ତ୍ର ଅଟେ । ଯେତେବେଳେ ବାପା ମା ନିଜ ପିଲାର ଖୁଶି ଦେଖନ୍ତି ସେ ଦୁଃଖୀ ନଥାନ୍ତି । ନିଜ ପିଲାର ଆନନ୍ଦରେ ସେମାନେ ବି ଆନନ୍ଦିତ ହୁଅନ୍ତି । ନିଜ ପିଲା ସଫଳରେ ମାତା ପିତାଙ୍କର ବି ଜୟ କାର ହୁଏ । ଯଦି ନିଜ ପସନ୍ଦରେ ବିବାହ ନକରି ଅନ୍ୟୁକୁ ବିବାହ କରିଲେ ।
ତା ସହ ଖୁସି ହୋଇ ଣ ପାରିଲେ ତେବେ କଣ ମାତା ପିତା ଖୁସି ରହିବେ । ଏହା ଅସମ୍ଭବ ଅଟେ । ତେଣୁ ପ୍ରେମକୁ ବୁଝନ୍ତୁ । ଏହା ତ୍ୟାଗ ଅଟେ ଏହା ସମର୍ପଣ ଅଟେ । ଏହା ମହାନ ଅଟେ ଯାହା ଦ୍ଵାରା ଶତ୍ରୁବି ନିଜର ଶତ୍ରୁତା ଭୁଲି ଯାଇ ଥାଏ । ବନ୍ଧୁମାନେ ଯଦି ଆପଣଙ୍କୁ ଆମର ଏହି ଉପସ୍ଥାନା ଭଲ ଲାଗେ ତେବେ ଲାଇକ କରନ୍ତୁ ।