ବାହାଘରର ତୃତୀୟ ଦିନରେ ୫ମ ଫେଲ ନୂଆ ବୋହୁ କହିବାକୁ ଲାଗିଲା ଇଙ୍ଗ୍ଲିଶ, ବର ବୁଝିଗଲା ପୁରା ମାମଲା, ଆଉ ତା ପରେ…

ଏହି ମାମଲାଟି ଶାଜାପୁରର ସୁନାରା ଥାନା କ୍ଷେତ୍ରରୁ ସାମ୍ନାକୁ ଆସୁଛି । ପୀଡିତ ଯୁବକ ଜଣକ ସୋମବାର ଦିନ ଲୁଟେରୀ କନ୍ୟା ଦ୍ଵାରା ଠକାମିରେ ପଡିଥିବାର ପୁରା କାହାଣୀ କହିଲା । ଯୁବକ ଅନୁସାରେ – ଶିବାନୀ ଉର୍ଫ ​​ପୂଜା ଉପରେ ବରକୁ ବାହାଘରର ତୃତୀୟ ଦିନରେ ହିଁ ସନ୍ଦେହ ହେବାକୁ ଲାଗିଲା, କାରଣ ୫ମ ଫେଲ ହେବା ସତ୍ତ୍ୱେ ବି ସେ ଅଚାନକ ଇଙ୍ଗ୍ଲିଶ କହିବାକୁ ଲାଗିଲା । ଏତିକି ନୁହେଁ ବଦନାମୀ ହେବା ଡରରେ ଯୁବକ କାହାକୁ କିଛି କହିଲା ନାହିଁ ଓ ଆରୋପି ଯୁବତୀକୁ ଘରେ ବନ୍ଦ କରି ରଖିଲା ।

ଏହି ସମୟରେ ଶିବାନୀକୁ ନେବା ପାଇଁ ଆସିଥିବା ତାହାର କିଛି ପରିବାର ଲୋକମାନେ ୪୦ ହଜାର ଟଙ୍କା ନେଇ ଥାନାରେ ପହଞ୍ଚିଲେ ଓ ଓଲଟା ସେମାନେ ଯୁବକ ଉପରେ କେସ କରିଦେଲେ ।

କହିବାକୁ ଗଲେ କିଛି ଦିନ ବିବାହ ପରେ ଶିବାନୀ ନିଜର ଶଶୁରଘରୁ ଫେରାର ହେବାର ଯୋଜନା କରୁଥିଲା । ଏହା ମଧ୍ୟରେ ଯୁବକକୁ ସନ୍ଦେହ ହୋଇଗଲା କି ସେ ଫେରାର ହେବା ଚକ୍କରରେ ଅଛି ଓ ସେ ଶିବାନୀକୁ ଘରେ ବନ୍ଦ କରି ଦେଲା । କିନ୍ତୁ ଦୁଇ ଦିନ ପରେ ହିଁ ଶିବାନୀ ଘରୁ ଫେରାର ହୋଇଗଲା ।

ଯେଉଁ କାରରେ ସେ ଫେରାର ହେଉଥିଲା ସେହି କାର ଉପରେ ଅଚାନକ ସେହି ଯୁବକର ନଜର ପଡିଗଲା ଓ  ସେ ସେହି କାର କୁ ୨ କିମି ପର୍ଯ୍ୟନ୍ତ ପିଚ୍ଛା କରିବାକୁ ଲାଗିଲା । ଏହା ପରେ ସେ ପୁଣି ଥରେ ଶିବାନୀକୁ ଘରେ ଆଣି ରୁମରେ ବନ୍ଦ କରିଦେଲା ।

ପୀଡିତ ଯୁବକ ଜଣକ କହିଲା କି,” ମୋର ବିବାହର ଚତୁର୍ଥ ଦିନ ହିଁ ମୋତେ ଶିବାନୀ ଉପରେ ସନ୍ଦେହ ହୋଇ ଯାଇଥିଲା । କାରଣ ଶିବାନୀ ବିବାହ ସମୟରେ ୫ମ ଫେଲ ବୋଲି କହିଥିଲା କିନ୍ତୁ ସେ ଇଙ୍ଗ୍ଲିଶରେ କଥା କହିବା ଆରମ୍ଭ କରିଦେଲା । ତାହାର ଆବାଜ ଭଲ ଏକ ଏଜୁକେଟେଡ ଯୁବତୀ ଭଳି ଲାଗୁଥିଲା ।

ଏହା ପରେ ଯେତେବେଳେ କିଛି ଲୋକମାନେ ତାହାର ପକ୍ଷ ନେଇ ଥାନାରେ ପହଞ୍ଚିଲେ ତେବେ ସେମାନେ ନିଜ ଝିଅକୁ ବନ୍ଧକ କରି ରଖିଥିବାର ଆରୋପ ସେହି ଯୁବକ ଉପରେ ଲାଗଇଲେ। କିନ୍ତୁ ଏସଆଈ ଜୁଲି ରଘୁବଂଶୀ ଦୁଇ ଜଣଙ୍କୁ ପଚରା ଉଚରା କରିଲେ ଓ ସମସ୍ତଙ୍କର ବୟାନକୁ ଶୁଣିଲେ । ଶେଷରେ ମାମଲାଟି ଲୁଟେରୀ କନ୍ୟାର ବାହାରିଲା ।

ଦୈନନ୍ଦିନ ଘଟୁଥିବା ଖବର ସହିତ ଅପଡେଟ ରହିବା ପାଇଁ ଓଡିଆ ଫାଷ୍ଟ ପେଜ କୁ ଲାଇକ କରନ୍ତୁ ।