ଆୟୁଷ ପୁରି ନଥିଲେ ଆତ୍ମା କେତେଦିନ ପର୍ଯ୍ୟନ୍ତ ଘୁରି ବୁଲେ ? ଜାଣନ୍ତୁ

ଆତ୍ମହତ୍ୟା ଶବ୍ଦ ଶୁଣିବା ଯେତିକି ସରଳ ତାହାର ରହସ୍ୟ ସେତିକି ଜଟିଳ । ପ୍ରାୟତଃ ଲୋକମାନେ ନିଜ ଜୀବନରେ ହାର ମାନି ଶେଷରେ ଆତ୍ମହତ୍ୟା କରିଥାନ୍ତି । ଏହିଭଳି ଖବର ପ୍ରତିଦିନ ଖବର କାଗଜରେ ବାହାରି ଥାଏ । କିନ୍ତୁ ଆପଣମାନେ ଜାଣିଛନ୍ତି କି ଆତ୍ମହତ୍ୟା କରିବା ପରେ ଆତ୍ମାମାନଙ୍କର କଣ ହୋଇଥାଏ । କହିବାକୁ ଗଲେ ଲୋକମାନେ ସଂସାରରୁ ମୁକ୍ତି ପାଇବା ପାଇଁ ଆତ୍ମହତ୍ୟା କରିଥାନ୍ତି । କିନ୍ତୁ କଣ ସତରେ ସେମାନଙ୍କୁ ମୁକ୍ତି ମିଳିଥାଏ ? ଏହି ବିଷୟରେ ଆଜି ଆମେ ଆଲୋଚନା କରିବା ।

ସବୁ ଧର୍ମରେ ଆତ୍ମହତ୍ୟାକୁ ସବୁଠୁ ବଡ ପାପ ବୋଲି କୁହାଯାଏ । କାରଣ ମନୁଷ୍ୟର ଜୀବନ ଦୁର୍ଲଭ । ଆପଣ ଜାଣି ଆଶ୍ଚର୍ଯ୍ୟ ହେବେ କି ଆତ୍ମହତ୍ୟା କରୁଥିବା ଲୋକମାନଙ୍କର ଆୟୁଷ ପୁରି ନ ଥାଏ । ପ୍ରଥମ କଥା ହେଉଛି କି ଲୋକମାନେ ଭାବନ୍ତି ମୁଁ ଆତ୍ମହତ୍ୟା କରିଦେଲେ ମୁକ୍ତି ପାଇଯିବି କିନ୍ତୁ କହିବାକୁ ଗଲେ ଆତ୍ମହତ୍ୟା କରୁଥିବା ବ୍ୟକ୍ତି କେବେ ବି ମୁକ୍ତି ପାଏ ନାହିଁ । ତାହାର ଆତ୍ମା ଚାରିଆଡେ ଘୁରି ବୁଲୁ ଥାଏ । କାରଣ ତାହାର ଆୟୁଷ ପୁରି ନଥିବାରୁ ସେ ସ୍ଵର୍ଗ କିମ୍ବା ନର୍କକୁ ଯାଇ ପାରେନାହିଁ ।

ଦ୍ଵିତୀୟ କଥା ହେଉଛି କି ଆତ୍ମହତ୍ୟା କରୁଥିବା ବ୍ୟକ୍ତିର ଆତ୍ମାକୁ କେବେ ବି ଶାନ୍ତି ମିଳେ ନାହିଁ । ସେମାନେ କେଉଁଠାରେ ହେଲେ ବି ରହି ପାରନ୍ତି ନାହିଁ । ସେମାନେ ଯେଉଁ ଡାଳରେ ବସିଥାନ୍ତି ସେହି ଡାଳ ଭାଙ୍ଗିଯାଏ । ଆତ୍ମହତ୍ୟା କରୁଥିବା ବ୍ୟକ୍ତିଙ୍କର ଶୁଦ୍ଧକ୍ରିୟା କିମ୍ବା ପିଣ୍ଡଦାନ ହେଲେ ମଧ୍ୟ ତାହା ଗ୍ରହଣୀୟ ନୁହେଁ । ବର୍ତ୍ତମାନ ଆମେ କହିବାକୁ ଯାଉଛୁ କି ଗୋଟିଏ ଆତ୍ମା କେତେ ଦିନ ପର୍ଯ୍ୟନ୍ତ ଘୁରି ବୁଲିଥାଏ ।

ଏହା ସେହି ବ୍ୟକ୍ତିଙ୍କର ଆୟୁଷ ଉପରେ ନିର୍ଭର କରିଥାଏ କି ସେହି ଆତ୍ମା କେତେ ଦିନ ପର୍ଯ୍ୟନ୍ତ ଘୁରି ବୁଲିବ । ଯଦି ତାହାର ଆୟୁଷ ୫୦ ବର୍ଷ ହୋଇଥିବ ଏବଂ ସେ ୨୦ ବର୍ଷରେ ଆତ୍ମହତ୍ୟା କରିଥିବ ତେବେ ତାହାର ଆତ୍ମା ଆହୁରି ୩୦ ବର୍ଷ ପର୍ଯ୍ୟନ୍ତ ଘୁରି ବୁଲିବ । ଏହା ପରେ ସେ ନିଜ କର୍ମ ଅନୁସାରେ ସ୍ଵର୍ଗ କିମ୍ବା ନର୍କକୁ ଯାଇଥାଏ । କିନ୍ତୁ କିଛି ଲୋକମାନେ ଆତ୍ମହତ୍ୟା କରିବା ପରେ ମଧ୍ୟ ସେମାନେ ମୁକ୍ତି ପାଇଯାଇଥାନ୍ତି ।

ଏହା କେବଳ ସେହି ସମୟରେ ସମ୍ଭବ ହୋଇ ପାରିବ ଯଦି ଆତ୍ମହତ୍ୟା କରିଥିବା ବ୍ୟକ୍ତିର କୌଣସି ଇଚ୍ଛା ବାକି ନ ଥିବ । ଯଦି ତାହାର କୌଣସି ଇଚ୍ଛା ବାକିଥିବ ତେବେ ତାହାର ଆତ୍ମା ଘୁରି ବୁଲିଥାଏ । ଏହି ସବୁ କଥାକୁ ଗରୁଡ ପୁରାଣରେ ଭଗବାନ ବିଷ୍ଣୁ ଗରୁଡଙ୍କୁ ବୁଝାଇଥିଲେ । ସେଥିପାଇଁ ଆତ୍ମହତ୍ୟା ଭଳି ଭୁଲ କେବେ ବି କରିବେ ନାହିଁ ।