ମୁଁ ତୁମକୁ ଖୁସି କଲି ଆଉ ମୋତେ ଖୁସି କରିବାକୁ ହେଲେ ଦେବାକୁ ପଡିବ ମୋଟା ଅଙ୍କର ଟଙ୍କା । କିନ୍ତୁ ମୁଁ ଫୋନପେରେ ନେବିନାହିଁ, ମୋତେ ସିଧା କ୍ୟାଶ ଆଣି ହାତରେ ଦିଅ । ଅନଲାଇନ ଜମାରୁ ମୁଁ କିଛି ଟ୍ରାନ୍ସାକ୍ସନ କରିବାକୁ ଚାହୁଁନି । ଲକ୍ଷ ଲକ୍ଷ ଟଙ୍କାର କଥା ଯଦି ଧରା ପଡିଯିବି ତା’ହେଲେ ମୁଁ ପୁରା ଫସିଯିବି । ମୋତେ ଟଙ୍କା ଦିଅ ହେଲେ ମୋ ଘରକୁ ଆସି ସିଧା ମୋ ହାତରେ ଦିଅ । ଗାଁରୁ ଚିରାଛିଣ୍ଡା ବ୍ୟାଗ ଧରି ଦଶମ ପାସ୍ କରିବା ପରେ ଅର୍ଚ୍ଚନା ରାଜଧାନୀ ବାହାରି ପଡିଥିଲା ।
ଆଉ ବିୟୁଟି ପାର୍ଲରରେ କାମ କରୁଥିବା ବେଳେ ବଡ ବଡ ଘରର ଝିଅ ବୋହୂଙ୍କୁ ଦେଖି ବେଶ ଆଶ୍ଚର୍ଯ୍ୟ ହେଉଥିଲା । ସେମାନଙ୍କ ଜୀବନଶୈଳୀ ଦେଖି ତାଙ୍କୁ ଲୋଭ ହେଉଥିଲା । ଆଉ ଏହାପରେ ସେ ନିଜ ଶରୀରକୁ ନେଇ ଏମିତି ବୁଦ୍ଧି ବାହାର କଲେ ଯେ ସେଥିରେ ପିଏଚଡ଼ି କରିଦେଲେ । ନିଜ ଶରୀରକୁ ନେଇ ସେ କିପରି କୋଟି କୋଟି ଟଙ୍କା ଉପାର୍ଜନ କରିପାରିବେ ସେକଥା ବେଶ ଭଲରେ ବୁଝି ସାରିଥିଲେ । ଆଉ ଶେଷରେ ତାଙ୍କ ମାୟାଜାଲରେ ରାଜନେତାଙ୍କ ଠାରୁ ଆରମ୍ଭ କରି ବଡବଡିଆ ପର୍ଯ୍ୟନ୍ତ କିଏ ନ ଫସିଲା ।
କୋଟିପତି ବିଲଡର, ଇଞ୍ଜିନିୟର, ମନ୍ତ୍ରୀ ସମସ୍ତେ ତାଙ୍କ ମାୟାରେ ଫସିଲେ । ଗାଁରୁ ଭୁବନେଶ୍ବର ଆସିବା ପରେ ନିଜ ଚେହେରାରେ ଚମକ ଆଣିଥିଲେ ଅର୍ଚ୍ଚନା । ଯେମିତି ସମ୍ଭ୍ରାନ୍ତ ଶ୍ରେଣୀର ଜଣେ ମହିଳା ପରି ଦେଖାଯିବେ । ଆଉ ଯିଏ ଦେଖିବ ପାଖକୁ ଟାଣି ହୋଇ ଆସିବ । ଆଉ ବଡବଡିଆ ମାନେ ବି ତାଙ୍କର ଏହି ଫାଶରେ ପଡୁଥିଲେ ।
ସ୍ବାମୀର ଜାଣତ ଓ ସହଯୋଗରେ ନିଜ ଶାରୀରିକ ଭୋକ ମେଣ୍ଟାଉଥିଲେ ଅର୍ଚ୍ଚନା ଆଉ ଆନୁଥିଲେ ପୁଳା ପୁଳା ଟଙ୍କା । ଅର୍ଚ୍ଚନା କେବେବି ଟଙ୍କା ନେବା ବେଳେ ଅନଲାଇନ ମାଧ୍ୟମରେ ଟଙ୍କା ନେବେଣାହିଁ ବୋଲି ପୂର୍ବରୁ ନିଷ୍ପତ୍ତି କରି ନେଇଥିଲେ । କାରଣ ବଡ ଆମାଉଣ୍ଟର ଟଙ୍କା ଟ୍ରାନ୍ସଫର ହେଲେ ବ୍ଯାଙ୍କବାଲାଙ୍କ ନଜର ପଡିଯାଏ ଓ ସହଜରେ ଫସିଯାଏ ମଣିଷ । ସେପଟେ ଲାଗିଯାନ୍ତି ଟାକ୍ସ ଡିପାର୍ଟମେଣ୍ଟ ଆଉ ପୋଲିସ । ତେଣୁ ଏହି ଝିଞ୍ଝଟରେ ନପଡି ଶାରୀରିକ ସମ୍ପର୍କ ରଖିବା ପରେ ଅର୍ଚ୍ଚନା ସିଧା କ୍ୟାଶ ମାଗୁଥିଲେ ।
ତାହାବି ପାଖକୁ ଆସି ହାତରେ ଦିଆଯାଉଥିଲା । ଦରକାର ପଡିଲେ ଆଉ ଗୋଟିଏ ଥର ଶାରୀରିକ ସମ୍ପର୍କ ରଖ କିନ୍ତୁ କ୍ୟାଶ ହାତରେ ଦିଅ । କିଏ ଖୁସିରେ ଟଙ୍କା ଦେଉଥିଲା ତ ଆଉ କିଏ ଭିଡିଓ ଭାଇରାଲ ହେବ ଭୟରେ ଟଙ୍କା ଦେଇ ଦେଉଥିଲା । ଆମ ପୋଷ୍ଟ ଅନ୍ୟମାନଙ୍କ ସହ ଶେୟାର କରନ୍ତୁ ଓ ଆଗକୁ ଆମ ସହ ରହିବା ପାଇଁ ଆମ ପେଜ୍ କୁ ଲାଇକ କରନ୍ତୁ ।