ATM କରିଦେଲା ମାଲାମାଲ । ଖାତା ରେ ନ ଥିଲା 10 ହଜାର ଟଙ୍କା ATM ରୁ ବାହାରିଲା 9 କୋଟି ଟଙ୍କା । ହଁ ଦର୍ଶକ ବନ୍ଧୁ ଜଣେ ବ୍ୟକ୍ତିଙ୍କୁ ATM କରି ଦେଲା ମାଲାମାଲ । ଏ କଥା ଟି ଶୁଣିବାକୁ ଟିକେ ଅଜବ ଲାଗୁଥିବ ନିଶ୍ଚୟ କିନ୍ତୁ କଥା ଟି ସତ । ବ୍ଯାଙ୍କ ଖାତାରେ ଟଙ୍କା ନ ଥିବା ବେଳେ ଏଟିଏମ ରୁ ବାହାରି ଚାଲିଥିଲା ବିଡା ବିଡା ଟଙ୍କା । ଯାହାକୁ ଦେଖି ବ୍ୟାକ କୁ ଟଙ୍କା ଉଠାଇବାକୁ ଯାଇଥିବା ବ୍ୟକ୍ତି ମଧ୍ୟ ଆଶ୍ଚର୍ଯ୍ୟ ହୋଇ ଯାଇଥିଲେ ।
ଆଉ ସେହି ବ୍ୟକ୍ତି ଜଣକ ଏଟିଏମ ରେ ହୋଇଥିବା ଯାନ୍ତ୍ରିକ ତ୍ରୁଟି ର ଭରପୁର ଫାଇଡା ଉଠାଇ ଥିଲେ । ଟ୍ୟାନ ସାଣ୍ଟର୍ସ ନାମକ ଜଣେ ବ୍ୟକ୍ତି ତାଙ୍କ ସାଙ୍ଗଙ୍କ ସହ ପାର୍ଟି କରିବାକୁ ଯାଇଥିଲେ । ପାଖରେ ଟଙ୍କା ନ ର୍ଥିବାରୁ ସେ ATM କୁ ଟଙ୍କା ଉଠାଇବାକୁ ଯାଇଥିଲେ । ସେ ଏଟିଏମ ରୁ 10 ହଜାର ଟଙ୍କା ଉଠାଇବାକୁ ଚେଷ୍ଟା କରିଥିଲେ । କିନ୍ତୁ ଏଟିଏମ ରେ ଏତେ ଟଙ୍କା ନ ଥିବାରୁ ଟଙ୍କା ଉଠି ପାରି ନ ଥିଲା ।
ପରେ ବ୍ୟକ୍ତି ଜଣକ ତାଙ୍କ କ୍ରେଡିଟ କାର୍ଡ ରୁ ଡେବିଟ କାର୍ଡ କୁ ଟଙ୍କା ଟ୍ରାନ୍ସଫର କରି ଟଙ୍କା ଉଠାଇବାକୁ ଚେଷ୍ଟା କରିଥିଲେ । କିନ୍ତୁ ବିଫଳ ହୋଇଥିଲା ଆଉ ଟଙ୍କା ଉଠି ନ ଥିଲା । ବ୍ୟକ୍ତି ଜଣକ ପୁଣି ଥରେ ଚେଷ୍ଟା କରିଥିଲେ ଆଉ ଏଥର ATM ରୁ ପୁଳା ପୁଳା ଟଙ୍କା ବାହାରି ଥିଲା । ଏଟିଏମ ରୁ ଟଙ୍କା ବାହାରିବା ବନ୍ଦ ହେବା ପରେ ଟ୍ୟାନ ପୁଣି ଥରେ ଚେଷ୍ଟା କରିଥିଲେ ।
ଏଭଳି ଭାବେ 3 ଥର ଏଟିଏମ ରୁ ଟଙ୍କା ଉଠାଇଥିଲେ ଟ୍ୟାନ । ସବୁଠାରୁ ଆଶ୍ଚର୍ଯ୍ୟର କଥା କି ଟ୍ୟାନ ଙ୍କ ଖାତାରୁ ଏକ ଟଙ୍କା ବି କଟି ନ ଥିଲା । ଟ୍ୟାନ ଲଗାତାର 5 ମାସ ଯାଏଁ ତାଙ୍କ ଏଟିଏମ କାର୍ଡ ର ଫାଇଦା ଉଠାଇଥିଲେ । ତେବେ ଟେକନିକାଲ ଇସୁ ପାଇଁ ଏଭଳି ଘଟିଥିଲା ଯାହାର ଫାଇଦା ଉଠାଇଥିଲେ ଟ୍ୟାନ । 5 ମାସ ମଧ୍ୟରେ ପାଖାପାଖି 9 କୋଟି ଟଙ୍କା ଏଟିଏମ ରୁ ବାହାର କରିଥିଲେ ଟ୍ୟାନ ।
ସେ ରାତି 12ରୁ 2ଟା ମଧ୍ୟରେ ଏଟିଏମ ରୁ ଟଙ୍କା ଉଠାଇବାକୁ ଯାଉଥିଲେ । କାରଣ ବ୍ୟାଙ୍କର ନେଟୱାର୍କ ଏଟିଏମ ରୁ ରାତି 12ଟା ପରେ ଡିଶ କନେକ୍ଟ ହୋଇଯାଇଥାଏ । ମଝିରେ ମଝିରେ ବ୍ଯାଙ୍କ କୁ ଫୋନ କରି ତାଙ୍କ ଆକାଉଣ୍ଟ ରେ କୌଣସି ତ୍ରୁଟି ଅଛି କି ନାହିଁ ପଚାରୁଥିଲେ । କୌଣସି ତ୍ରୁଟି ନ ଥିବା ବ୍ଯାଙ୍କ ମନା କରିବା ପରେ ଟ୍ୟାନ ଟଙ୍କା ଉଠାଇବାକୁ ଲାଗି ପଡିଥିଲେ ।
ଏହାପରେ ତାଙ୍କର ଲାଇଫ ଷ୍ଟାଇଲ ସମ୍ପୂର୍ଣ୍ଣ ବଦଳି ଯାଇଥିଲା । ଟ୍ୟାନ ପ୍ରାଇଭେଟ ଜେଟରେ ବୁଲୁଥିଲେ ଓ ଫାଇଭ ଷ୍ଟାର ହୋଟେଲରେ ଖାଉଥିଲେ । କିନ୍ତୁ ପରେ ଟ୍ୟାନ ନିଜର ଭୁଲ ବୁଝିପାରି ପୋଲିସରେ ସବୁ ସତ ମାନିଥିଲେ ଓ ତାଙ୍କୁ ଜେଲ ଦଣ୍ଡ ମଧ୍ୟ ହୋଇଥିଲା । ବନ୍ଧୁଗଣ ଆଗକୁ ଏଭଳି ଅପଡେଟ ପାଇବା ପାଇଁ ଆମ ପେଜକୁ ଗୋଟିଏ ଲାଇକ କରନ୍ତୁ, ଧନ୍ୟବାଦ ।