Vastu Shastra- ଏହି ( 8 ସଙ୍କେତ ) ଦେଖିଲେ ଜାଣିନେବେ କି ଆପଣଙ୍କ ଖରାପ ସମୟ ଏବେ ସରିଯାଇଛି

ଆମେ ମାନେ ସମସ୍ତେ ଜାଣିଛୁ କି ଜୀବନରେ ସୁଖ ଓ ଦୁଃଖ ଏବଂ ଭଲ ଓ ମନ୍ଦ ଲାଗି ରହିଥାଏ । ଆମ ଜୀବନରେ ସବୁଠୁ ବଡ ମହତ୍ଵ ହେଉଛି ଆମର କର୍ମ । ଆମେ ଯେଉଁ ଭଳି କର୍ମ କରିଥାଉ ସେହି ଅନୁଯାଇ ଆମକୁ ଫଳ ମିଳିଥାଏ, କିନ୍ତୁ ଏହା ସବୁ କେବଳ ସମୟ ଉପରେ ନିର୍ଭର କରିଥାଏ କି ଆମେ କେଉଁ ସମୟରେ କେଉଁ ଫଳ ଆମକୁ ମିଳିବ ତେଣୁ ସମୟ ହେଉଛି ସବୁଠୁ ବଳବାନ ଓ ସମୟ ଆଗରେ ସମସ୍ତେ ମୁଣ୍ଡ ନୂଆଇଥାନ୍ତି ।

ଆପଣ ଅନେକ ଲୋକଙ୍କୁ ଦେଖିଥିବେ କି ସେମାନେ ଅଚାନକ ରାଜା ଭଳି ହୋଇ ରହିଥାନ୍ତି ଓ ଆଊ କିଛି ଲୋକ ହଠାତ ଧନ ଥାଇ ମଧ୍ୟ ଦାଣ୍ଡର ଭିକାରି ହୋଇଯାନ୍ତି କାରଣ ଏହା ହେଉଛି ସମୟ ଓ ନିଜର କର୍ମର ଫଳ । ଆସନ୍ତୁ ଜାଣିବା ଭଗବାନ ଶ୍ରୀହରି ନାରଦ ମୁନିଙ୍କୁ ଆମର ଆସୁଥିବା ଶୁଭ ସମୟ ଆସୁଛି ବୋଲି କିପରି ଜାଣିବା ଶେଥିପାଇଁ କିଛି ସଂକେତ ଦେଇଛନ୍ତି ।

ଯଦି ଆପଣଙ୍କ ଘରକୁ ବାରମ୍ବାର ଗାଈ ଖାଇବାକୁ ଆସେ, ବିଲେଇ ଆପଣଙ୍କର ଘରେ ଛୁଆ ଜନ୍ମ ଦିଏ, ମାଙ୍କଡ ତାର ନିଜ ହାତରେ କିଛି ଖାଇବା ଜିନିଷ ନେଇଯାଏ ଓ ପକ୍ଷୀ ଆପଣଙ୍କ ଅଗଣାରେ ବସା ବାନ୍ଧେ ତେବେ ଆପଣ ଜାଣିବେ କି ଆପଣଙ୍କର ଆସୁଥିବା ସମୟ ଖୁବ ଭଲ ରହିବ ଓ ଯେଉଁ କାମ କରିବେ ସେହି କାର୍ଯ୍ୟ ସଫଳ ହେବ ।

ଆପଣ ଗୋଟେ ଯୋଗ୍ୟ ପଦବୀ ମଧ୍ୟ ପାଇପାରନ୍ତି ।ଆମେ ସମସ୍ଥେ ଜାଣିଛୁ ଛୋଟ ପିଲାଙ୍କ ଦେହରେ ଭଗବାନ ଶ୍ରୀହରି ରହିଥାନ୍ତି । ଯଦି କେହି ଛୋଟ ଝିଅ ବା ଛୋଟ ପିଲା ଆପଣଙ୍କୁ ଦେଖି ବାରମ୍ବାର ହସୁଥାଏ କିମ୍ବା ଆପଣଙ୍କ ଘରେ ତାର ଆଗମନ ହୋଇଥାଏ ତେବେ ଆପଣ ଜାଣିବେ ଜୀବନରେ ଖୁସୀ ଆସିବାକୁ ଯାଉଛି ଏବଂ ଏକ ନୂଆ ସମ୍ପର୍କ ଗଢି ହେବାକୁ ଯାଉଛି ।

ସକାଳୁ ଉଠି କୌଣସି ଏକ ଶୁଭ କାର୍ଯ୍ୟ ରେ ବାହାରୁଛନ୍ତି ସେହି ସମୟରେ ଗୋମାତାଙ୍କର ଦର୍ଶନ ମିଳେ ବା ସନ୍ୟାସୀ ଓ କୌଣସି ଏକ ନ୍ୟଷ୍ଟିକ ପଣ୍ଡିତ ଦେଖନ୍ତି ତେବେ ଆପଣ ଜାଣିରଖନ୍ତୁ ଯେଉଁ କାମରେ ଆପଣ ଯାଉଛନ୍ତି ସେହି କାମ ଆପଣଙ୍କର ନିଶ୍ଚିନ୍ତ ଭାବରେ ସଫଳ ହେବ ସେହି କାମରୁ ଆପଣଙ୍କ ଠାରୁ କେହି ନେଇପାରିବେ ନାହିଁ ।

ସନ୍ଧ୍ଯା ସମୟରେ ଜଳ ପୂର୍ଣ ପାତ୍ର ବା କ୍ଷୀର ପୂର୍ଣ ପାତ୍ର ଆପଣଙ୍କୁ ପ୍ରାପ୍ତ ହୁଅ ତେବେ ଆପଣ ଜାଣିପାରିବେ କି ଆପଣଙ୍କୁ କିଛି ଶୁଭ ଖବର ମିଳିବାକୁ ଯାଉଛି । ନିଜର କୌଣସି ପ୍ରିୟ ଲୋକ ଯଦି କେହି ଘରକୁ ଆସନ୍ତି ଏବଂ ପୁରୁଷଙ୍କର ଡାହାଣ ଅଙ୍ଗ ଓ ନାରୀର ବାମ ଅଙ୍ଗ ଡେଇଁବା ଶୁଭ ହୋଇଥାଏ । ବେଳେବେଳେ ଆପଣଙ୍କ ମନ ବହୁତ ଖୁସି ଥିବାର ଆପଣମାନେ ଅନୁଭବ କରିଥିବେ ଓ ଆପଣଙ୍କ ଚେହେରା ହସମୁଖ ପରି ଥିବା ସହିତ ରାଗ ଠାରୁ ଦୂରେଇ ରହୁଥିବେ ତେବେ ଆପଣ ଜାଣିବେ ଆପଣଙ୍କର ଶୁଭ ସମୟ ଆସିଗଲା । ଆମେ ଯେଉଁ ଜିନିଷ ଭାବିଥାଉ ସେହି ଜିନିଷ ମିଳି ଯାଇଥାଏ ।

ଆପଣ ସକାଳୁ ଉଠିବା ସମୟରେ ଦେବତାଙ୍କ କଥା ବା ଆପଣଙ୍କୁ କୌଣସି ଏକ ଦିଗ ଆଡକୁ ଟାଣୁଥାଏ ତେବେ ଏହା ଆପଣ ମାନେ ରଖନ୍ତୁ ଯେ ଆପଣଙ୍କର ଭଗବାନ ଆପଣଙ୍କ ସାଥିରେ ଅଛନ୍ତି ଓ ସେହି କାର୍ଯ୍ୟରେ ଆପଣ ନିଶ୍ଚିନ୍ତ ସଫଳ ହେବେ । ଏମିତି କିଛି ସମୟ ଥାଏ ଜାହା ଆପଣ ବହୁତ ହଇରାଣ ହେଉଥିବେ କିନ୍ତୁ ଅଚାନକ ସବୁ ଠିକ ହେଉଥିବା ଓ ଆର୍ଥିକ ସମସ୍ୟା ଦୂରେଇଥିବା ସହିତ ସଙ୍କଟ ମଧ୍ୟ ଦୂରେଇଥିବ  ଯେଉଁ ଜିନିଷ ଆପଣ ଖୋଜୁଥିଲେ ସେହି ଜିନିଷ ମିଳୁଥିବ ତେବେ ଆପଣ ଜାଣିବେ କି ଖରାପ ସମୟ ଆପଣଙ୍କର କଟିଗଲା ।

ଯଦି ଆପଣଙ୍କୁ ଆମର ଏହି ଲେଖାଟି ଭଲ ଲାଗିଥାଏ ଅନ୍ୟମାନଙ୍କ ସହିତ ସେଆର କରନ୍ତୁ । ଏହାକୁ ନେଇ ଆପଣଙ୍କ ମତାମତ କମେଣ୍ଟ କରନ୍ତୁ । ଆଗକୁ ଆମ ସହିତ ରହିବା ପାଇଁ ପେଜକୁ ଲାଇକ କରନ୍ତୁ ।