ଏହି 8 ବ୍ୟକ୍ତିଙ୍କ ଉପରେ ବଜରଙ୍ଗବଲି ସବୁବେଳେ ରୁଷ୍ଠ ହୋଇ ରହିଥାନ୍ତି, ଯେଉଁ କାରଣରୁ ସେମାନେ ଦାରିଦ୍ରତା ଭୋଗ କରନ୍ତି, ଦେଖନ୍ତୁ ଆପଣତ କରୁନାହାନ୍ତି

ପୌରାଣିକ ମାନ୍ୟତା ଅନୁସାରେ ଭଗବାନ ହନୁମାନ କଳିଯୁଗର ଏମିତି ଏକ ଦେବତା ଅଟନ୍ତି ଯିଏକି ସବୁବେଳେ ନିଜ ଭକ୍ତଙ୍କର ରକ୍ଷା କରିଥାନ୍ତି । ନିଜ ଭକ୍ତଙ୍କର ସବୁ ସମସ୍ୟା ଦୂର କରୁଥିବା ଭଗବାନ ଶ୍ରୀ ହନୁମାନ ଅସ୍ତଶିଧିଙ୍କର ସ୍ଵାମୀ ଅଟନ୍ତି । ସେ ନିଜ ଭକ୍ତଙ୍କର ସବୁ ସଙ୍କଟ ଦୂର କରିଥାନ୍ତି । କହିଦେଉଛୁ କି ଯେଉଁ ବ୍ୟକ୍ତି ନୀତିଦିନ ହନୁମାନ ଚାଳିଶା ପାଠ କରିଥାଏ ଓ ଶ୍ରୀ ରାମଙ୍କ ନାମ ଜପ କରିଥାଏ, ତାଙ୍କ ଉପରେ କୌଣସି ଖରାପ ଶକ୍ତି କିମ୍ବା ଐଶ୍ଵରିକ ଶକ୍ତିର କୌଣସି ପ୍ରଭାବ ପଡେ ନାହିଁ । ଭଗବାନ ଶ୍ରୀ ହନୁମାନ ଚିରଞ୍ଜିବୀ ଅଟନ୍ତି । ତାଙ୍କୁ ଶ୍ରୀ ରାମ ଅମରତାର ବରଦାନ ଦେଇଛନ୍ତି । ଏଥିପାଇଁ ହନୁମାନ ନିଜ ପୂର୍ଣ ସ୍ୱରୂପରେ ପୃଥିବୀ ପୃଷ୍ଠରେ ଅବସ୍ଥାନ କରିଛନ୍ତି ।

ମାନ୍ୟତା ଅଛି କି ଯେଉଁ ସ୍ଥାନରେ ସବୁଦିନ ଶ୍ରୀ ରାମଙ୍କ କଥା ପାଠ କରାଯାଏ ସେହି ସ୍ଥାନକୁ ହନୁମାନ ନିଶ୍ଚିତ ଆସନ୍ତି । ହନୁମାନ ଯେପରି ନିଜ ଭକ୍ତଙ୍କୁ ରକ୍ଷା କରନ୍ତି ସେହିପରି ଦୁଷ୍ଟ ବ୍ୟକ୍ତିଙ୍କୁ ଦଣ୍ଡ ମଧ୍ୟ ଦେଇଥାନ୍ତି । ତେବେ ଆସନ୍ତୁ ଜାଣିବା କେଉଁ କାର୍ଯ୍ୟ କଲେ ହନୁମାନ ଦଣ୍ଡ ଦେଇଥାନ୍ତି ।

୧. ଯେଉଁ ଘରର ଲୋକମାନେ ଘରେ ପୂଜା କରନ୍ତି ନାହିଁ ଓ ସବୁବେଳେ ଭଗବାନଙ୍କର ଅପମାନ କରାଯାଏ ତଥା ଶ୍ରୀ ରାମଙ୍କୁ ଅପମାନ କରାଯାଏ ସେହିଭଲି ଘରେ ରହୁଥିବା ଲୋକଙ୍କ ଉପରେ ହନୁମାନ କ୍ରୋଧ କରିଥାନ୍ତି ଓ ଦଣ୍ଡ ଦେଇଥାନ୍ତି ।

୨. ଯେଉଁ ଘରର ସଦସ୍ୟାମାନେ ମାଂସ ଓ ମଦ୍ୟପାନ କରନ୍ତି । ସେଠାରେ ମାତା ଲକ୍ଷ୍ମୀ ବାସ କରନ୍ତି ନାହିଁ ଓ ସେହି ଘରର ଲୋକମାନେ ସବୁବେଳେ ଦାରିଦ୍ରାତାରେ ରହିଥାନ୍ତି ଏବଂ ହନୁମାନ ସେମାନଙ୍କୁ ଦଣ୍ଡ ମଧ୍ୟ ଦେଇଥାନ୍ତି ।

୩. ଯେଉଁ ଘରର ଲୋକମାନେ ମହିଳାଙ୍କର ଅପମାନ କରିଥାନ୍ତି ଓ ତାଙ୍କ ସହ ଝଗଡା କରିଥାନ୍ତି ସେମାଙ୍କୁ ହନୁମାନ ଦଣ୍ଡ ଦେଇଥାନ୍ତି । ଏମାନଙ୍କୁ ମୃତ୍ୟୁ ପରେ ନର୍କରେ ଜାଗା ମିଳେ ।

୪. ଯେଉଁ ଘରର ପରିବାର ସଦସ୍ୟଙ୍କ ମଧ୍ୟରେ ଏକତା ନ ଥାଏ ଓ ସବୁବେଳେ ପରସ୍ପର ମଧ୍ୟରେ ସାମାନ୍ୟ କଥାକୁ ନେଇ ଝଗଡା କରିଥାନ୍ତି ସେମାନେ କେବେ ବି ଖୁସିରେ ରୁହନ୍ତି ନାହିଁ । ହନୁମାନ ଏହି ବ୍ୟକ୍ତିଙ୍କୁ ଦଣ୍ଡ ଦେଇଥାନ୍ତି ।

୫. ଯେଉଁ ଘରେ ସବୁବେଳେ ଅଳିଆ ଆବର୍ଜନା ପଡିଥାଏ । ଘର ପରିବାରରେ ସବୁବେଳେ ସମସ୍ତମାନଙ୍କୁ ନିନ୍ଦା ଓ ଅପବାଦ କରିଥାନ୍ତି ଓ ପିଶାଚ ରହିବା ଭଳି ରହିଥାନ୍ତି । ସେହି ସ୍ଥାନରେ ମାତା ଲକ୍ଷ୍ମୀ ବାସ କରନ୍ତି ନାହିଁ ଓ ହନୁମାନ ସେମାନଙ୍କୁ ଦଣ୍ଡ ଦେଇଥାନ୍ତି ।

୬. ଯେଉଁ ଘରର ଲୋକମାନେ ଜୀବଜନ୍ତୁଙ୍କୁ ହଇରାଣ କରିଥାନ୍ତି ତଥା କଷ୍ଟ ଦେଇଥାନ୍ତି ସେହି ବ୍ୟକ୍ତି ମାନଙ୍କୁ ହନୁମାନ ଦଣ୍ଡ ଦେଇଥାନ୍ତି ।

୭. ଯେଉଁ ଘରର ସଦସ୍ୟମାନେ ସନ୍ଥ, ସାଧୁ ଓ ଗୁରୁଜନମାନଙ୍କୁ ଅପମାନ କରିଥାନ୍ତି ଓ ସେମାନଙ୍କର ଅପପ୍ରଚାର କରିଥାନ୍ତି । ସେମାନଙ୍କୁ ହନୁମାନ କଠୋର ଦଣ୍ଡ ଦେଇଥାନ୍ତି ।

୮. ଯେଉଁ ଘରର ସଦସ୍ୟମାନେ ଚରିତ୍ର ହିନ ହୋଇଥାନ୍ତି ତଥା ପର ସ୍ତ୍ରୀ ଉପରେ ଖରାପ ନଜର ଦେଇଥାନ୍ତି କିମ୍ବା ଶାରୀରିକ ସମ୍ବନ୍ଧ ରଖିଥାନ୍ତି ସେହି ଘରର ସଦସ୍ୟମାନଙ୍କୁ ହନୁମାନ ନିଶ୍ଚିତ ରୂପରେ ଦଣ୍ଡ ଦେଇଥାନ୍ତି ।

ଯଦି ଆପଣଙ୍କୁ ଆମର ଏହି ଲେଖାଟି ଭଲ ଲାଗିଥାଏ ଅନ୍ୟମାନଙ୍କ ସହିତ ସେଆର କରନ୍ତୁ । ଏହାକୁ ନେଇ ଆପଣଙ୍କ ମତାମତ କମେଣ୍ଟ କରନ୍ତୁ । ଆଗକୁ ଆମ ସହିତ ରହିବା ପାଇଁ ପେଜକୁ ଲାଇକ କରନ୍ତୁ ।