ଆସୁଛି ବାତ୍ୟା ‘Jawad’, ଆଜି ଖୋଜା ପଡୁଛନ୍ତି Cyclone ମ୍ୟାନ Arindam ! 

ବାତ୍ୟା ଜୱାଦ ମାଡି ଆସୁଛି ଆଉ ଏବେ ଭୟରେ ରହିଛନ୍ତି ଓଡିଶାବାସୀ । ବାତ୍ୟାର ଟିକିନିଖି ଖବର ଅପଡେଟ ପାଇବା ପାଇଁ ସମସ୍ତେ ବ୍ଯାକୁଳ ହେଉଛନ୍ତି । ତେବେ ଏହି ବାତ୍ୟା ଆସିଲେ ଅଧିକ ମାନେ ପଡ଼ୁଛନ୍ତି ଅରିନ୍ଦମ ଦାସ । ବାତ୍ୟା କେଉଁଠି ପହଞ୍ଚିଲା ? ଘଣ୍ଟାପ୍ରତି ପବନର ବେଗ କେତେ ଅଛି ? କେତେ ଲୋକ ଜଳବନ୍ଦୀ ଅଛନ୍ତି ? ଏହିପରି ବାତ୍ୟା ଅପଡେଟ ଦେଇ ଚାଲିଥାନ୍ତି ଅରିନ୍ଦମ । ପ୍ରବଳ ପବନକୁ ଛାତି ପତାଇ ଖବର ପରିବେଷଣ କରୁଥିବା ସେହି ଡେଙ୍ଗା ପତଳା ରିପୋର୍ଟର ଅରିନ୍ଦମ ଆଉ ଆମ ଗହଣରେ ନାହାନ୍ତି ।

ଦିନରାତି ଏକ କରି ଗ୍ରାଉଣ୍ଡ ଜିରୋରୁ ସେ ଦିନରାତି ବାତ୍ୟାର ସ୍ଥିତି ବଖାଣୁଥିଲେ । ସେ କେବେ ବି ଥକି ଯାଉ ନଥିଲେ । ବାତ୍ୟା ଜୱାଦ ଆସି କବାଟ ଠକଠକ କଲାଣି । ଅରିନ୍ଦମ ଥିଲେ ଆଗୁଆ ରିପୋର୍ଟିଂ କରିବାକୁ ବାହାରି ପଡନ୍ତେଣି । ଆଜି ତାଙ୍କ ଅନୁପସ୍ଥିତି ଅନୁଭବ କରୁଛନ୍ତି ସାରା ଓଡିଶାବାସୀ । ବାତ୍ୟା ଜୱାଦ ପାଇଁ ଅରିନ୍ଦମଙ୍କୁ ଆଜି ଓଟିଭି ଡେସ୍କର ଖୋଜା ପଡିଥାନ୍ତା । ସେହି ଗୋଟିଏ ଷ୍ଟାଇଲ ସାର୍ଟ ଉପରେ ଜାକେଟ ଓ ହାତରେ ଓଟିଭି ର ବୁମ୍ ।

ସାମନାରେ କେବଳ କ୍ୟାମେରାମ୍ୟାନଙ୍କ ଡିରେକ୍ସନକୁ ଅପେକ୍ଷା । ଅରିନ୍ଦମ ଭାଇ ଯିବା କହିବା ମାତ୍ରେ ସେ ବି ଯିବା କହି ବଖାଣି ଚାଲୁଥିଲେ ବାତ୍ୟାର ଟିକିନିଖି ଖବର । ଅରିନ୍ଦମ ଜଣେ ଦରଦୀ ମଣିଷ ଥିଲେ । ବିପନ୍ନଙ୍କ ଥରିଲା ଓଠର ଭାଷା ଖୁବ୍ ଭଲଭାବେ ବୁଝି ପାରୁଥିଲେ ।

ବଢି ପାଣିର ବେଗ ମାପୁଥିଲେ ଅରିନ୍ଦମ ଓ ବନ୍ୟଜନ୍ତୁଙ୍କ ଆଖିର ଭାଷା ମଧ୍ୟ ବୁଝି ପାରୁଥିଲେ । ସେହି ଡେଙ୍ଗା, ପତଳା ଓ ସାହସୀ ଅରିନ୍ଦମ ଆଜି ନାହାନ୍ତି ସତ କିନ୍ତୁ ବାତ୍ୟା ଆସିବା ମାତ୍ରେ ଜଳଜଳ କରି ଆଖି ସାମନାରେ ନାଚି ଯାଉଛି ତାଙ୍କ ଚେହେରା । ମୁଣ୍ଡଳୀ ବ୍ରିଜରେ ଅପରେସନ ଗଜରାଜ ସମୟରେ ସେ ଆଖି ବୁଜି ଦେଲେ ।

କାମ କରୁ କରୁ ଚାଲିଗଲା ତାଙ୍କ ଜୀବନ । କିନ୍ତୁ ସାମ୍ବାଦିକ କ୍ଷେତ୍ରରେ ସେ ଯେଉଁ ଛାପ ଛାଡି ଯାଇଛନ୍ତି ଆଜି ବି ଓଡିଶାବାସୀ ତାଙ୍କୁ ଝୁରି ହେଉଛନ୍ତି । ଆଉ ଯେତେବେଳେ ବି ବାତ୍ୟା ଓ ବଢି ଆସିବ ଏହିପରି ଓଡିଶା ତାଙ୍କୁ ମନେ ପକାଉଥିବ । ଆମ ପୋଷ୍ଟ ଅନ୍ୟମାନଙ୍କ ସହ ଶେୟାର କରନ୍ତୁ ଓ ଆଗକୁ ଆମ ସହ ରହିବା ପାଇଁ ଆମ ପେଜ୍କୁ ଲାଇକ କରନ୍ତୁ ।