କୋଭିସିଲ୍ଡ ଭ୍ୟାକ୍ସିନ ର ସେକେଣ୍ଡ ଡୋଜ କୁ ଆସିଲା ସରକାରଙ୍କ ଏମିତି କିଛି ନିୟମ, ନିଶ୍ଚୟ ଜାଣି ରଖନ୍ତୁ

ଚଳିତ ମାସରୁ ୧୮ ରୁ ୪୪ ବର୍ଷ ବୟସ୍କଙ୍କ ପାଇଁ ଟୀକାକରଣ ପ୍ରକ୍ରିୟା ଆରମ୍ଭ ହୋଇ ସାରିଛି । ବର୍ତ୍ତମାନ କେନ୍ଦ୍ର ସରକାର କୋଭିସିଲ୍ଡ ଟୀକାର ଦ୍ଵିତୀୟ ଡୋଜ ମଧ୍ୟରେ ଥିବା ବ୍ୟବଧାନ ଅବଧିକୁ ବୃଦ୍ଧି କରି ୧୨ ରୁ ୧୬ ସପ୍ତାହ ମଧ୍ୟରେ ରଖିଲେ । ଏବେ ପର୍ଯ୍ୟନ୍ତ କୋଭିସିଲ୍ଡର ପ୍ରଥମ ଡୋଜ ନେବା ପରେ, ୬ ରୁ ୮ ସପ୍ତାହ ମଧ୍ୟରେ ଦ୍ଵିତୀୟ ଡୋଜ ଦିଆଯିବ ବୋଲି କୁହା ଯାଉଥିଲା । ତେବେ କୋଭାକ୍ସିନ୍ ଟୀକାର ଅନ୍ତରାଳରେ କୌଣସି ପରିବର୍ତ୍ତନ କରା ଯାଇ ନାହିଁ । ଟୀକାକରଣ ଆରମ୍ଭ ହେବ ବୋଲି ସରକାର ଘୋଷଣା କରିବା ପରେ, ଦେଶରେ ଟୀକା ପର୍ଯ୍ୟାପ୍ତ ପରିମାଣରେ ଉପଲବ୍ଧ ନାହିଁ ବୋଲି ଖବର ଆସୁଥିଲା ।

ଏହି ସମୟରେ ଟୀକାକରଣ ପାଇଁ ଗଠିତ ହୋଇଥିବା ରାଷ୍ଟ୍ରୀୟ ପରାମର୍ଶଦାତା ଗୋଷ୍ଠୀ ବା NTAGI କୋଭିସିଲ୍ଡର ଡୋଜ ବ୍ୟବଧାନକୁ ବଢ଼ାଇବା ପାଇଁ ପରାମର୍ଶ ଦେଇଥିଲା । ଏହି ପରାମର୍ଶକୁ ସରକାର ମଧ୍ୟ ମାନି ନେଇଛନ୍ତି । କେନ୍ଦ୍ରୀୟ ସ୍ବାସ୍ଥ୍ୟ ମନ୍ତ୍ରୀ ଡକ୍ଟର ହର୍ଷବର୍ଦ୍ଧନ ମଧ୍ୟ ଟ୍ବିଟ୍ ମାଧ୍ୟମରେ ଏହି ବିଷୟରେ ସୂଚନା ଦେଇଥିଲେ ।

ଏହା ପୂର୍ବରୁ କେନ୍ଦ୍ର ସରକାର କୋଭିସିଲ୍ଡର ଦୁଇଟି ଡୋଜ ମଧ୍ୟରେ ବ୍ୟବଧାନ ଦୁଇ ସପ୍ତାହ ଅଧିକ ବଢାଇ ଦେଇଥିଲେ । ଆରମ୍ଭରେ କୋଭିସିଲ୍ଡର ଦୁଇଟି ଡୋଜ ମଧ୍ୟରେ ୪ ରୁ ୬ ସପ୍ତାହ ଅର୍ଥାତ୍ ୨୮ ରୁ ୪୨ ଦିନର ବ୍ୟବଧାନ ରଖା ଯାଇଥିଲା । ଏହା ପରେ ଏହି ବ୍ୟବଧାନକୁ ବୃଦ୍ଧି କରା ଯାଇ ୬ ରୁ ୮ ସପ୍ତାହ ଅର୍ଥାତ୍ ୪୨ ରୁ ୫୬ ଦିନ ପର୍ଯ୍ୟନ୍ତ ରଖାଗଲା ।

ମିଡ଼ିଆ ରିପୋର୍ଟ ଅନୁସାରେ, ଭାରତରେ ଟୀକା ପ୍ରସ୍ତୁତ କରୁଥିବା ସଂସ୍ଥା ସେରମ୍ ଇନଷ୍ଟିଚ୍ୟୁଟ ଅଫ୍ ଇଣ୍ଡିଆ ବା ଏସଆଇଆଇ ର ସିଇଓ ଅଦାର ପୁନାୱାଲା କହିଥିଲେ, କି ଦୁଇଟି ଡୋଜ ମଧ୍ୟରେ ଦୁଇରୁ ତିନି ମାସର ବ୍ୟବଧାନ ରହିଲେ ମଧ୍ୟ ଟୀକା ୯୦ ପ୍ରତିଶତ ପର୍ଯ୍ୟନ୍ତ ପ୍ରଭାବଶାଳୀ ହୋଇପାରିବ । କୋଭିସିଲ୍ଡ ଟୀକାକୁ ଇଂଲଣ୍ଡରେ ବିକଶିତ କରାଯାଇଛି ଓ ଭାରତର ପୁନେରେ ଥିବା ସେରମ୍ ଇନଷ୍ଟିଚ୍ୟୁଟ ଅଫ୍ ଇଣ୍ଡିଆରେ ଏହାର ଉତ୍ପାଦନ ହେଉଛି ।

ଏହାକୁ ବନାଇଥିବା ଅକ୍ସଫୋର୍ଡ ୟୁନିଭରସିଟି ଦାବି କରିଥିଲା ଯେ, ଏହି ଟୀକା ୭୦.୪ ପ୍ରତିଶତ କାର୍ଯ୍ୟକାରୀ ଅଟେ । ତେବେ ଏହି କଥା ମଧ୍ୟ ଶୁଣିବାକୁ ମିଳିଥିଲା ଯେ ଏହି ଟୀକାର ପ୍ରଥମ ଡୋଜ ଅଧା ମାତ୍ରାରେ ଓ ଦ୍ଵିତୀୟ ଡୋଜ ପୁରା ମାତ୍ରାରେ ନେଲେ ମଧ୍ୟ ଏହା ୯୦ ପ୍ରତିଶତରୁ ଅଧିକ କାର୍ଯ୍ୟକାରୀ ହୋଇପାରେ । ତେବେ ଅନ୍ୟ ଟୀକା କୋଭାକ୍ସିନ୍ ଭାରତରେ ବିକଶିତ କରାଯାଇଛି ଓ ହାଇଦ୍ରାବାଦ ସ୍ଥିତ ଭାରତ ବାୟୋଟେକ୍ ରେ ଏହାର ଉତ୍ପାଦନ ହେଉଛି ।

ଏହି ଟୀକାର ବିନା ତୃତୀୟ ପର୍ଯ୍ୟାୟ ଟ୍ରାଏଲ୍ କରାଯାଇ ଏହାକୁ ଅନୁମତି ଦିଆ ଯାଇଥିଲା । ଏହା ଉପରେ ଅନେକ ପ୍ରଶ୍ନ ମଧ୍ୟ ଉଠିଥିଲା । ତେବେ ପରେ ଏହାର ତୃତୀୟ ପର୍ଯ୍ୟାୟ ଟ୍ରାଏଲ୍ ରିପୋର୍ଟ ଆସିଥିଲା । ଜଣା ପଡିଥିଲା କି ଏହି ଟୀକା ୮୧ ପ୍ରତିଶତ ପର୍ଯ୍ୟନ୍ତ କାର୍ଯ୍ୟକାରୀ ଅଟେ । ଏହି ଟୀକାର ଦୁଇଟି ଡୋଜ ର ବ୍ୟବଧାନରେ ୨୮ ଦିନର ବ୍ୟବଧାନ ରଖା ଯାଇଛି ।

ଏହି ଘଟଣାକୁ ନେଇ ଆପଣଙ୍କ ମତାମତ କମେଣ୍ଟ କରନ୍ତୁ । ଦୈନନ୍ଦିନ ଘଟୁଥିବା ଘଟଣା ବିଷୟରେ ଅପଡେଟ ରହିବା ପାଇଁ ପେଜକୁ ଲାଇକ ଲାଇକ କରନ୍ତୁ ।