ଜୋତିଷ ଶାସ୍ତ୍ରର ଗଣନା କହୁଛି କି ଜୁନ ୨୧ରେ ହେବାକୁ ଯାଉଥିବା ସୂର୍ଯ୍ୟଗ୍ରହଣ ଦ୍ଵାରା ଗ୍ରହ ନକ୍ଷତ୍ରମାନଙ୍କରେ ହେଉଥିବା ପରିବର୍ତ୍ତନ କାରଣରୁ ମହାମାରୀ ଠାରୁ ମୁକ୍ତି ମିଳିପାରେ । ଏହି ସୂର୍ଯ୍ୟଗ୍ରହଣ ମୃଗଶିରା ନକ୍ଷତ୍ରରେ ପଡିବାକୁ ଯାଉଛି । ଏହି ବିସ୍ତୃତ ଗଣନା ସଂକେତ ଦେଉଛି କି ମଧ୍ୟ ଅଗଷ୍ଟ ପରେ ମହାମାରୀ ନିଜର ପତନକୁ ପ୍ରାପ୍ତ କରିବ । ଜ୍ୟୋତିଷାଚାର୍ଯ୍ୟଙ୍କ ଅନୁସାରେ ମାର୍ଚ ୩୦ରେ ବୃହସ୍ପତିର ସଂଚାର ଧନୁ ରାଶି ଠାରୁ ମକର ରାଶିକୁ ହୋଇଥିଲା, ଯାହା ଜୁନ ୩୦ ପର୍ଯ୍ୟନ୍ତ ରହିବ ।
ବର୍ତ୍ତମାନ କିଛି ଦିନ ଭାରତ ପାଇଁ ହୋଇପାରେ କଷ୍ଟଦାୟକ
ଜୁନ ୩୦ରେ ବୃହଷ୍ପତି ପୁଣି ଧନୁ ରାଶିକୁ ଆସିବେ । ଏହା ଭିତରେ ଜୁନ ୨୧ତାରିଖରେ ମୃଗରାଶି ନକ୍ଷତ୍ରରେ ସୂର୍ଯ୍ୟଗ୍ରହଣ ପଡିବ । ଏହି ଦିନ ମଙ୍ଗଳ ମଧ୍ୟ ଶନିଙ୍କ ରାଶି ଛାଡି ବୃହଷ୍ପତି ରାଶିକୁ ଯିବେ, ଯାହା ଏହି ମହାମାରୀର ପ୍ରଭାବକୁ କମ କରିବାରେ ସହାୟକ ହେବ । ଏହା ପୂର୍ବରୁ ୨୦୧୯ ଡିସେମ୍ବର ୨୬ ତାରିଖରେ ହୋଇଥିବା ସୂର୍ଯ୍ୟଗ୍ରହଣର ପରିଣାମ ଅଶୁଭ ବୋଲି ପ୍ରମାଣିତ ହୋଇଛି । ଏହାପରେ ହିଁ ଭାରତରେ ଏହି ମହାମାରୀର ପ୍ରଭାବ ପଡିବା ଆରମ୍ଭ ହୋଇଯାଇ ଥିଲା । ଜ୍ୟୋତିଷାଚାର୍ଯ୍ୟଙ୍କ ଅନୁସାରେ ମେ ୧୧ପରେ ଶନି ନିରବ ରହିଛନ୍ତି ଏବଂ ଏହାର ପ୍ରଭାବ ଶୁଭ ହୋଇ ନଥାଏ । ଏଥିପାଇଁ ବର୍ତ୍ତମାନ କିଛି ଦିନ ଭାରତ ପାଇଁ କଷ୍ଟଦାୟକ ହୋଇପାରେ ।
ଜୁନ ୨୦୨୦ ପର୍ଯ୍ୟନ୍ତ ମହାମାରୀର ପ୍ରଭାବ କମ ହେବାର ସମ୍ଭାବନା
ଜ୍ୟୋତିଷ ପବନ ତ୍ରିପାଠୀ କହିଛନ୍ତି କି ଭାରତ ବର୍ଷ କୁଣ୍ଡଳୀ ଅନୁସାରେ ୧୪ ଏପ୍ରିଲ ପର୍ଯ୍ୟନ୍ତ ସମୟ ବହୁତ ଖରାପ ଥିଲା । ଭାରତୀୟ ନବ ବର୍ଷର ଆରମ୍ଭ ଚୈତ୍ର ଶୁକ୍ଳ ପ୍ରତିପଦା ୨୫ ମାର୍ଚ ୨୦୨୦ ଅର୍ଥାତ ବୁଧବାର ଦିନ ହୋଇଛି । ଏହି ବର୍ଷର ରାଜା ବୁଧ ଏବଂ ତାଙ୍କର ମନ୍ତ୍ରୀ ଚନ୍ଦ୍ର ଅଟନ୍ତି । ଏହି ଦୁଇଜଣଙ୍କ ପ୍ରଭାବରେ ଏହି ରୋଗର ସମାପ୍ତି ଜୁନ ୨୦୨୦ରେ ହୋଇଯିବାର ସମ୍ଭାବନା ଅଛି ।
କାଶୀର ପ୍ରକ୍ଷାତ ଜ୍ୟୋତିଷ ଶାସ୍ତ୍ର ପ୍ରୋ. ଚନ୍ଦ୍ରମୋଲି ଉପାଧାୟ କହିଛନ୍ତି କି ଶନି ୧୮ ଜୁନରେ ପ୍ରତ୍ୟାବର୍ତନ କରିବେ ଏବଂ ଉତ୍ତରାଷାଢା ନକ୍ଷତ୍ରର ଦ୍ଵିତୀୟ ପର୍ଯ୍ୟାୟରେ ରହିବେ । ଏହି ସମୟରେ ସୂର୍ଯ୍ୟ ମିଥୁନ ରାଶିରେ ଏବଂ ଶନି ମକର ରାଶିରେ ରହିବେ । ବୃହଷ୍ପତି ମଧ୍ୟ ମେ ୨୭ରେ ପର୍ତ୍ୟାବର୍ତନ କରୁଛନ୍ତି, ଶନି ଯେତେବେଳେ ପ୍ରତ୍ୟାବର୍ତ୍ତନ କରିବେ ସେତେବେଳେ କରୋନାର ପ୍ରଭାବ କମ ହେବ । ଏହି ପ୍ରଭାବ ଜୁନ ୨୦ରୁ ୩୦ ମଧ୍ୟରେ ଦେଖାଯିବ ।
ଜୁନ ଆରମ୍ଭରୁ ପରିସ୍ଥିତି ସ୍ଵାଭାବିକ ଆଡକୁ ଗତି କରିବ
ପ୍ରକ୍ଷାତ ଜୋତିଷାଚାର୍ଯ୍ୟ କେଏନ ରାଓ ଏବଂ ତାଙ୍କର ଶିଷ୍ୟମାନେ କୋଭିଡ-୧୯ର କୋଟ ଚକ୍ର ତିଆରି କରି ଏହାର ବିସ୍ତୃତ ଗଣନା କରିଛନ୍ତି । ଜର୍ନଲ ଅଫ ଆଷ୍ଟ୍ରୋଲୋଜିରେ ପ୍ରକାଶିତ ଏହି ଜୋତିଷୀୟ ଅଧ୍ୟୟନରେ କୁହାଯାଇଛି କି ୨୧ଜୁନ ରେ ସୂର୍ଯ୍ୟ କର୍କଟ ରେଖା ଉପରକୁ ଆସିଯିବେ, ଯେଉଁଠାରୁ ଜୀବାଣୁ ଏବଂ ଭାଇରସ ଗୁଡିକ ମରିଯିବେ ।
ଯେତେବେଳେ ୧୯ ଅଗଷ୍ଟରେ ରାହୁ ମୃଗରାଶି ନକ୍ଷତ୍ରରେ ଏବଂ କେତୁ ଜେଷ୍ଠା ନକ୍ଷତ୍ରରେ ପ୍ରବେଶ କରିବେ ସେତେବେଳେ କୋଭିଡ-୧୯ର ପତନ ସ୍ପଷ୍ଟ ଅନୁଭବ କରାଯିବ । ଏହି ଗଣନାରେ ସମ୍ଭାବନା ଅଛି କି ଜୁନ ଆରମ୍ଭରୁ ଭାରତରେ ପରିସ୍ଥିତି ସ୍ଵାଭାବିକ ଆଡକୁ ଗତି କରିବ । ଫେବୃୟାରି ଠାରୁ ମେ ପର୍ଯ୍ୟନ୍ତ ଯେଉଁ ଅସୁବିଧା ସାମନାକୁ ଆସିଥିଲା ତା ତୁଳନାରେ ସମୟ ସ୍ଵାଭାବିକ ହେବ । ଏହି ଘଟଣାକୁ ନେଇ ଆପଣଙ୍କ ମତାମତ କମେଣ୍ଟ କରନ୍ତୁ । ଦୈନନ୍ଦିନ ଘଟୁଥିବା ଘଟଣା ବିଷୟରେ ଅପଡେଟ ରହିବା ପାଇଁ ପେଜକୁ ଲାଇକ ଲାଇକ କରନ୍ତୁ ।